Posted inଜାତୀୟ

ପାଣି ନଷ୍ଟ କଲେ ଏଣିକି ୫ ବର୍ଷ ଜେଲ ସହ ଦେବାକୁ ପଡିବ ଏକ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୪ ।୧୦: ପାଣି ନଷ୍ଟ କରିବା ଲୋକେ ଏବେ ସାବଧାନ । କାରଣ କୌଣସି ବ୍ୟକ୍ତି ଅଥବା ସରକାରୀ ସଂସ୍ଥା ଯଦି ଭୂତଳରୁ ମିଳୁଥିବା ଜଳ ଯାହା ପାନୀୟ ଉପଯୋଗୀ ଜଳକୁ ନଷ୍ଟ କରୁଛନ୍ତି ଅବା ଅଯଥା ବ୍ୟବହାର କରୁଛନ୍ତି ତେବେ ଏହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣନା କରାଯିବ ବୋଲି କେନ୍ଦ୍ର କହିଛି । ଏଥିପାଇଁ ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହାପୂର୍ବରୁ ଦେଶରେ ଏମିତି ଦଣ୍ଡ ବ୍ୟବସ୍ଥା ନ ଥିଲା । ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକାରଣ(ସିଜିଡବ୍ଲୁଏ), ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ, ପରିବେଶ(ସୁରକ୍ଷା) ଅଧିନିୟମ, ୧୯୮୬ ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଛି । ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ରାଜେନ୍ଦ୍ର ତ୍ୟାଗୀ ଓ ବେସରକାରୀ ସଂସ୍ଥା ଫ୍ରେଣ୍ଡସ୍ ପକ୍ଷରୁ ଗତବର୍ଷ ଜୁଲାଇ ୨୪ରେ ପାଣି ନଷ୍ଟ କରିବା ଉପରେ ରୋକ ଲଗାଇବାକୁ ନେଇ କରାଯାଇଥିବା ଆବେଦନର ପ୍ରଥମ ଶୁଣାଣି କରିବା ପରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପେଶାଲ କୋର୍ଟରେ ଚିଦାମ୍ବରମ୍‌ ଏବଂ କାର୍ତ୍ତିଙ୍କ ଆଗୁଆ ଜାମିନ୍‌ ମଞ୍ଜୁର

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଦିଲ୍ଲୀର ସିବିଆଇ ସ୍ପେଶାଲ କୋର୍ଟ ଗୁରୁବାର ମଞ୍ଜୁର କରିଛନ୍ତି।...

ନେପାଳ ବିମାନ ଦୁର୍ଘଟଣାର ମିଳିଲା ବ୍ଲାକବକ୍ସ, ୨୨ ମୃତଦେହ ଉଦ୍ଧାର

କାଠମାଣ୍ଡୁ, ୩୧ା୫: ନେପାଳରେ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘରୋଇ ବିମାନ ତାରା ଏୟାର ଲାଇନ୍ସର ଟ୍ବିନ୍‌ ଅଟ୍ଟର ୯ ଏନ୍‌ଏଇଟିର ମଙ୍ଗଳବାର ବ୍ଲାକବକ୍ସ ମିଳିଛି। ଏପରି...

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଜନ୍ମ ନେଲେଣି ୩୦ ଶିଶୁ: ନାମ ରଖାଯାଇଛି ‘କରୋନା କୁମାରୀ’, ‘ଲକ୍‌ଡାଉନ ଯାଦବ’

ନୂଆଦିଲ୍ଲୀ,୨୫।୫: କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଘରକୁ ଆସିବାକୁ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଏହି...

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌...

ଜୁଲାଇ ଦ୍ୱିତୀୟ ସପ୍ତାହରେ ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୩।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାନି ସମନ...

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। ବୁଧବାର ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ...

ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍‌ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍‌, ଲେଖା ଓ...

ପ୍ରଧାନମନ୍ତ୍ରୀ ଆମ କଥା ନ ଶୁଣିଲେ ରେଲୱେ ଟ୍ରାକ୍‌ରେ ହେବ ଧାରଣା: କୃଷକ ନେତା

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

Advertisement
Archives

Model This Week