ଏବେ ଧରିଲା ଭୟଙ୍କର ରୂପ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଏପ୍ରିଲ୍‌ ୧୧ରୁ ୧୮ ମଧ୍ୟରେ ଗତ ସାତ ଦିନରେ ଲକ୍ଷେ ୪ ହଜାର ୮୯୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୩ ହଜାର ୮୧୦ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୧୬୧୯ ରହିଛି। ଏପ୍ରିଲ୍‌ ୧୧ରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ ଥିଲା। ସେହିପରି କରୋନାରେ ୯୦୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧରି ୩ ଗୁଣା ଅଧିକ ବେଗରେ ମାଡ଼ିଚାଲିଛି। କରୋନା ଟିକା ଜାରି ରହିଲେ ମଧ୍ୟ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି।

Share