Posted inଜାତୀୟ

ଏବେ ଏଲଏସିରେ ସଂଘର୍ଷ ଆଶଙ୍କା କମ୍‌, ଆଇଟିବିପି ଯବାନ ମାନ୍ଦାରିନ୍‌ର ୮୦ ଶବ୍ଦ ମାଧ୍ୟମରେ ଦେଉଛନ୍ତିି ଚାଇନା ସୈନ୍ୟଙ୍କ ଜବାବ…

ନୂଆଦିଲ୍ଲୀ, ୧୦।୯ : ଭାରତ-ଚାଇନା ସୀମାରେ ପାଟ୍ରୋଲିଂ ବେଳେ ବର୍ତ୍ତମାନ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଆଶଙ୍କା କମ୍‌ ହେବାରେ ଲାଗିଛି। ୮୦ ମାନ୍ଦାରିନ ଶବ୍ଦ ମାଧ୍ୟମରେ,ଆଇଟିବିପି ଚାଇନା ସୈନ୍ୟକୁ ବହୁତ ଭଲ ଭାବରେ ଜବାବ ଦେଉଛନ୍ତି। ଆଇଟିବିପି ଏହାର ଯବାନଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଚାଇନାର ଭାଷା ମାନ୍ଦାରିନ ଶିଖିବାକୁ ବାଧ୍ୟତାମୂଳକ କରିଛି। ମାନ୍ଦାରିନ କହିବା ଏବଂ ଲେଖିବା ଦୁନିଆର ସବୁଠାରୁ କଷ୍ଟଦାୟକ ଭାଷାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସତ୍ତ୍ୱେ ଆଇଟିବିପି କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ ଏହାକୂ ଶିକ୍ଷା କରିବାରେ ସଫଳ ହୋଇଛନ୍ତି । ଏହା ପୂର୍ବରୁ ଏଲସିରେ ପୋଷ୍ଟ କରାଯାଇଥିବା ଉଭୟ ଦେଶର ସୈନିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ସଠିକ ଭାବରେ ଯୋଗାଯୋଗ କରିବାରେ ସକ୍ଷମ ନହେବା ଯୋଗୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଥିଲା।

ତେବେ ଏଭଳି ଘଟଣା ଏଡାଇବା ଲାଗି ଆଇଟିବିପି ଅନ୍ତର୍ଜାତୀୟ ସୀମା ପ୍ରତିରକ୍ଷା ନିୟମ ଅନୁଯାୟୀ ଚାଇନା ସୈନିକମାନଙ୍କ ସହ ଯୋଗାଯୋଗ କରୁଛି। ପାଟ୍ରୋଲିଂ ସମୟରେ ଆଇଟିବିପି ଏବଂ ଚାଇନା ସୈନ୍ୟମାନେ ପାଖାପାଖି ଯାଇଥାନ୍ତି। ପୂର୍ବରୁ ଅଙ୍ଗଭଙ୍ଗୀ କରି ସେମାନଙ୍କୁ ଉତ୍ତର ଦେବା ଦ୍ୱାରା ସମସ୍ୟା ଉପୁଜୁଥିଲା। ତେଣୁ ଏହାର ସମାଧାନ ପାଇଁ ମାନ୍ଦାରିନ୍‌ ଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଇଟିବିପିରେ, ୨୦୧୮ରେ ମାନ୍ଦାରିନ ଭାଷା ଶିକ୍ଷା ଦିଆଯିବା ଆରମ୍ଭ ହୋଇଥିଲା। ନିୟମିତ ପାଠ୍ୟକ୍ରମ ବିଷୟରେ କହିବାକୁ ଗଲେ ଏହି ଭାଷା ଶିଖିବାକୁ ଦୁଇ-ତିନି ବର୍ଷ ସମୟ ଲାଗିଥାଏ।

ଯେତେବେଳେ ସୀମାରେ ପାଟ୍ରୋଲିଂ କରିବା ସମୟରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ କଳହ ଲାଗିଥାଏ। ସେତେବେଳେ ଏଥିରେ ଏକ ସାଧାରଣ ବିଷୟ ରହିଥାଏ। ଯେପରି, ତୁମେ ଆମର ସୀମା ଅତିକ୍ରମ କରିଛ। ଏଠାରୁ ବାହାରି ଯାଅ। ଏହା ଆମର ସୀମା । ଏହି କ୍ଷେତ୍ରଟି ଆପଣଙ୍କର ନୁହେଁ । ନମସ୍କାର, ତୁମେ ଭଲରେ ରୁହ, ପ୍ରବଳ ପବନ ପ୍ରବାହିତ ହେଉଛି, ତୁମର କମାଣ୍ଡରଙ୍କ ସହ କଥା ହୁଅ, ଅନାବଶ୍ୟକ ବିବାଦ ସୃଷ୍ଟି କର ନାହିଁ, ଉଭୟ ଦେଶ ବନ୍ଧୁ, ସୀମା ବିବାଦ ଠିକ ନୁହେଁ । ଧୈର୍ଯ୍ୟର ସହିତ କାମ କର। ଠେଲିବା ପରିବର୍ତ୍ତେ, ଏକ କଥାବାର୍ତ୍ତା ମନୋଭାବ ରଖ। ପାଟ୍ରୋଲିଂରେ ଯାଉଥିବା ପ୍ରତ୍ୟେକ ସୈନିକଙ୍କୁ ପ୍ରାୟ ଏଭଳି ୮୦ ଟି ଶବ୍ଦ ଶିଖାଯାଇଥିଲା।

ଏହାର ଫଳପ୍ରଦ ଫଳାଫଳ ମଧ୍ୟ ଦେଖାଗଲା ଆଇଟିବିପି ବର୍ତ୍ତମାନ ଚାଇନିଜ ଭାଷା ମାନ୍ଦାରିନକୁ ଏହାର ମୌଳିକ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛି। ଏହି ଫୋର୍ସରେ ପ୍ରାୟ ଦୁଇଶହ ପଚାଶ ମାଷ୍ଟର ଟ୍ରେନର ଅଛନ୍ତି। ସେମାନେ ଜେଏନୟୁ, ବିଦେଶୀ ଭାଷା ଇନଷ୍ଟିଚ୍ୟୁଟ, ତେଜପୁର ଏବଂ ସାନଚି ବିଶ୍ୱବିଦ୍ୟାଳୟ ଇତ୍ୟାଦି ଅନୁଷ୍ଠାନରୁ ପାଠ୍ୟକ୍ରମରେ ଶିକ୍ଷାଲାଭ କରିଛନ୍ତି। ଏହି ପାଠ୍ୟକ୍ରମର ଅବଧି ଏକ ବର୍ଷରୁ ଅଧିକ। ଏହି ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ସମସ୍ତ ଯବାନ ଏବଂ ଅଧିକାରୀଙ୍କୁ ମାନ୍ଦାରିନ ଭାଷା ଶିକ୍ଷା ଦିଆଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଆଇଟିବିପି ପ୍ରାୟ ୬୫୦୦ ଯବାନ ଏବଂ ଅଧିକାରୀଙ୍କୁ ମାନ୍ଦାରିନ ଭାଷା ଶିକ୍ଷା ପ୍ରଦାନ କରିଛି। ପ୍ରଶିକ୍ଷଣ ସମୟରେ, ସୈନିକମାନଙ୍କୁ ଡ୍ରିଲ, ଶାରୀରିକ ବ୍ୟାୟାମ, ସୀମା ରକ୍ଷାକାରୀ ଜ୍ଞାନ କିମ୍ବା ଚାକିରିର ପ୍ରକୃତି ଅଧ୍ୟୟନ କରାଯିବା ପରି ଚାଇନିଜ ଭାଷା ଶିକ୍ଷା ଦିଆଯାଏ। ଭାଷା ଶିକ୍ଷା ଦେବାବେଳେ, ବିଶେଷ ଯତ୍ନ ନିଆଯାଏ ଯେପରି କୌଣସି ଗୁରୁତ୍ୱପୂର୍ଣ୍ଣ ଶବ୍ଦକୁ ଛାଡି ଦିଆ ନଯାଏ। ଯେଉଁ କାରଣରୁ ଶବ୍ଦର ବିପରୀତ ଅର୍ଥ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ସୈନିକମାନଙ୍କୁ ବାରମ୍ବାର ତାଲିମ ଦିଆଯିବା ସହିତ ଯୋଗାଯୋଗ କ୍ଷେତ୍ରରେ ଅଡିଓ-ଭିଡିଓ ମିଡିଆର ସାହାଯ୍ୟ ମଧ୍ୟ ନିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri