Categories: ଜାତୀୟ

ଏବେ ଘୃଣାର ବଜାର ବନ୍ଦ: ରାହୁଲ…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛଇ। ଏହି ଧାରାରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କର୍ନାଟକ ନିର୍ବାଚନରେ କଂଗ୍ରେସର ସଫଳତାକୁ ଭାରତ ଯୋଡୋର ଏକ ସକରାତ୍ମକ ଫଳାଫଳ ଭାବରେ ଦେଖାଯାଉଛି। ରାଜ୍ୟରେ କଂଗ୍ରେସର ନେତୃତ୍ୱ ଖବର ଆସିବା ମାତ୍ରେ ରାହୁଲ ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କର୍ନାଟକବାସୀଙ୍କୁ କୃତଜ୍ଞତା ଜଣାଇବା ସହ ନେତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କର୍ନାଟକରେ କଂଗ୍ରେସର ବୃହତ ବିଜୟ ପରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହି ନିର୍ବାଚନରେ ଆମକୁ ବିଜୟ ପ୍ରଦାନ କରିଥିବାରୁ କର୍ନାଟକବାସୀଙ୍କୁ ଧନ୍ୟବାଦ।

କର୍ନାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି ଏବଂ ବର୍ତ୍ତମାନ ପ୍ରେମର ଦୋକାନ ଖୋଲିଛି। ଆମେ କର୍ନାଟକର ଲୋକଙ୍କୁ ପାଞ୍ଚଟି ପ୍ରତିଶ୍ରୁତି ଦେଇଥିଲୁ, ପ୍ରଥମ କ୍ୟାବିନେଟରେ ପ୍ରଥମ ଦିନରେ ଆମେ ଏହା ପୂରଣ କରିବୁ।

କର୍ନାଟକରେ ଗରିବଙ୍କ ସହ କଂଗ୍ରେସ ଦଳ ଛିଡା ହୋଇଛି। ଆମେ ପ୍ରେମ ସହିତ ଏହି ଯୁଦ୍ଧ କରିଛୁ। କର୍ନାଟକ ଦର୍ଶାଇଛି. ଏହି ରାଜ୍ୟ ପ୍ରେମକୁ ଭଲ ପାଏ।

 

Share