ଏବେ ସୋମବାର ଛାତ୍ରୀଛାତ୍ର ଖାଇବେ ଅଣ୍ଡା

ଭବାନୀପାଟଣା,୪ା୪(ଉତ୍ତମ କୁମାର ଦାଶ): ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରବହମାନ ଧାରାରେ ଶିବ ଉପାସନା ବହୁ ପ୍ରାଚୀନ। ଫଳସ୍ବରୂପ ଗାଁଠାରୁ ସହରଯାଏ ସୋମବାର ଦିନଟିକୁ ମହାପ୍ରଭୁ ଶିବଙ୍କ ବାର ବୋଲି ଲୋକେ ମାନି ଚଳିଆସୁଛନ୍ତି। ଏହି ଦିନ ଅଧିକାଂଶ ପରିବାରରେ ଆମିଷ ଭୋଜନକୁ ବାରଣ କରାଯାଇଥାଏ। ପରିବାରର ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ସୋମବାର ଆମିଷଠାରୁ ଦୂରେଇ ରୁହନ୍ତି। କିନ୍ତୁ ଭାଜପାର ଡବଲ ଇଞ୍ଜିନ ସରକାର ତାହାକୁ ଯେମିତି ଭୁଲିଗଲେଣି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ଲଡୁ ଓ ଅଣ୍ଡା ଯୋଗାଇବାକୁ ଯାଇ ସରକାର ସୋମବାର ଅଣ୍ଡା ଖାଇବା ବ୍ୟବସ୍ଥା ହାତକୁ ନେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଶିଶୁ ଅବସ୍ଥାରୁ ଶୈବଧର୍ମର ସବୁ ସିଦ୍ଧାନ୍ତକୁ ଭୁଲିଯିବା ରାସ୍ତାରେ ଛାତ୍ରଗୋଷ୍ଠୀଙ୍କୁ ନେବାର ଏହା କି ପ୍ରକାର ନିଷ୍ପତ୍ତି ବୋଲି ଆଲୋଚନା ହେଉଛି। ବିଦ୍ୟାଳୟରେ ପ୍ରତି ସପ୍ତାହରେ ଦୁଇଥର ଅଣ୍ଡା ଦିଆଯାଉଥିଲା। ଏବେ ସୋମବାର ଦିନକୁ ଯୋଡ଼ାଯାଇଛି। ସୋମବାର, ବୁଧବାର ଓ ଶୁକ୍ରବାର ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର ଓ ଶନିବାର ମାଣ୍ଡିଆରେ ପ୍ରସ୍ତୁତ ପୋଷଣଯୁକ୍ତ ଲଡୁକୁ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଦିଆଯିବ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ୩ଟି ଲେଖାଏ ଲଡୁ ଓ ଅଣ୍ଡା ପ୍ରଦାନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଗିରୀଶ ଚନ୍ଦ୍ର ସିଂହ ସମସ୍ତ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ତେବେ ପାଚିକା ସହାୟିକାମାନେ ଏହି ଲଡୁ ତିଆରି କରିବେ। ଗୋଟିଏ ଲଡୁ ପାଇଁ ଖର୍ଚ୍ଚ ୩ଟଙ୍କା ୫୦ପଇସା ଧାର୍ଯ୍ୟ କରାଯାଇଛି। କିନ୍ତୁ ପ୍ରତି ଲଡୁ ପ୍ରସ୍ତୁତିରେ ମାତ୍ର ୩ଟଙ୍କା ୨୪ ପଇସା ଓ ଲଡୁ ତିଆରି କରିବା ଲାଗି ୨୬ପଇସା ରଖାଯାଇଛି। ମାଣ୍ଡିଆ ଚୁନା, ଗୁଡ଼, ଚିନାବାଦାମ, ଘିଅ, ରାଶି, ଗୁଜରାତି ଓ ଅଳେଇଚ ସମିଶ୍ରଣରେ ପ୍ରସ୍ତୁତି ହେବ। ସକାଳ ପ୍ରାର୍ଥନା ପରେ ଲଡୁ ବଣ୍ଟାଯିବ। ସ୍ଥାନୀୟ ବଜାରରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ୧୫ଦିନିଆ ଭିତ୍ତିରେ ଲଡୁ ପାଇଁ ସମସ୍ତ ସାମଗ୍ରୀ କିଣି ମହଜୁଦ ରଖିବେ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ନିୟମିତ ଚାଲିବ। ହେଲେ ଏଥିନିମନ୍ତେ ଆର୍ଥିକ ଅନୁଦାନ କେବେ ଆସିବ ଏବଂ ଶିଶୁ ବାଟିକାରେ ଯୋଡି ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ନେଇ କୌଣସି ସୂଚନା ବିଦ୍ୟାଳୟରେ ପହଞ୍ଚତ୍ନାହିଁ। ସେପଟେ ସମସ୍ତ ବିଦ୍ୟାଳୟରେ ୨୯ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଶିଶୁ ବାଟିକାରେ ପ୍ରବେଶ ଉତ୍ସବ ଏପ୍ରିଲ ୨ରୁ ଆରମ୍ଭ ହୋଇଛି। ସେ ଭିତରେ ପିଏମ୍‌ ପୋଷଣ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାକୁ ପଡିବ। ଲଡୁର ଗୁଣବତ୍ତା ପରୀକ୍ଷା ନିରୀକ୍ଷା ଦାୟିତ୍ୱ କାହାର ତାହା ଏବେ ପ୍ରଶ୍ନ। ୩ଟଙ୍କା ୨୪ପଇସାର ଲଡୁ ସ୍ବାସ୍ଥ୍ୟଲାଗି କେତେ ଫଳପ୍ରଦ ତାହା ସମୟ କହିବ। ଆସନ୍ତା ସୋମବାରରୁ ପ୍ରଥମଥର ପାଇଁ ଛାତ୍ରୀଛାତ୍ରଙ୍କୁ ଅଣ୍ଡା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri