ଏବେ ଅଟୋରେ ଯିବା ଆସିବା କରୁଛନ୍ତି ରାକ୍ଷୀ ସାଓ୍ବନ୍ତ, ଡ୍ରାଇଭର ଟଙ୍କା ଚୋରି କରି ଫେରାର…

ମୁମ୍ବାଇ : ମନୋରଞ୍ଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପ୍ରାୟତଃ ପାପରାଜିରେ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ଶନିବାର ତାଙ୍କ ସହ ଏପରି କିଛି ଘଟିଥିଲା ସେ ବିବ୍ରତ ଦେଖାଯାଉଥିଲେ। ରାକ୍ଷୀ ଅଟୋରେ ଯାତ୍ରା କରିଥିଲେ। ସେ କହିଥିଲେ ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି। ସମସ୍ତେ ତାଙ୍କୁ ପ୍ରତାରଣା କରୁଛନ୍ତି। ବର୍ତ୍ତମାନ ଡ୍ରାଇଭର ମଧ୍ୟ ଏପରତ କରିଛନ୍ତି। ସେ ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ କାର୍‌ ଚାବି ଏବଂ ଟଙ୍କା ନେଇ ସେ ଏବେ ଫେରାର।

ମୋର ଡ୍ରାଇଭର ପପୁ ଯାଦବ। ସେ ଉତ୍ତରପ୍ରଦେଶର ବାସିନ୍ଦା। ଯଦି ସେ ମୋତେ କୌଣସି ସ୍ଥାନରେ ମିଳନ୍ତି ତେବେ ମୁଁ ତାଙ୍କୁ ଚପଲ ମାଳ ପିନ୍ଧାଇବି। ତାଙ୍କୁ ପିଟିବି। ସେ ମୋ ଟଙ୍କା ନେଇ ପଳାଇଛନ୍ତି।
ମୋ ସୁନା ଫୋନ ନେଇ ପଳାଇଛନ୍ତି। ତାଙ୍କ ଭଉଣୀ ମୋ ଘରେ କାମ କରୁଛନ୍ତି। ରାକ୍ଷୀ ମଜାଳିଆ ଢଙ୍ଗରେ କହିଛନ୍ତି ’ଚନ୍ଦ୍ରାୟନ ସଫଳତା ନେଇ ଖୁସିକୁ ପାଳନ କରିଥିଲି ଏବଂ ମୋ ଜୀବନରେ ଚନ୍ଦ୍ରଗ୍ରହଣ ହୋଇଗଲା। ମୁଁ ବର୍ତ୍ତମାନ ଓଶିୱାରା ପୋଲିସ ଷ୍ଟେଶନକୁ ଯାଉଛି ଏବଂ ଅଭିଯୋଗ ଲେଖିବି।

ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏକ ଅଟୋରେ ବସିଛନ୍ତି। ସେ କହିଛନ୍ତି, ’ମୋ ଡ୍ରାଇଭର ଟଙ୍କା ଚୋରି କରିଛନ୍ତି। ବିଏମଡବ୍ଲୁ କାର୍‌ ଚାବି, ସୁନା ଫୋନ ଏବଂ ମର୍ସିଡିଜ କାର୍‌ ନେଇ ପଳାଇଛନ୍ତି। ମୁଁ ତାଙ୍କ ଆଧାର କାର୍ଡ ନେଇ ନ ଥିଲି। ମୁଁ ଗରିବ ବୋଲି ଭାବି ବିଶ୍ୱାସ କଲି, କିନ୍ତୁ ଗରିବ ମୋତେ ଚୋଟ ମାରିଲେ। ଆଜି ପପୁ ମୋ ଜୀବନରେ କ’ଣ କରିଛନ୍ତି? ମୁଁ ବର୍ତ୍ତମାନ ଚିନ୍ତିତ ମୁଁ ଖୁସି ପାଇବି କି? ’ ଏକ ଭିଡିଓରେ ରକ୍ଷୀ ଜଣେ ପୋଲିସ କର୍ମଚାରୀଙ୍କ ସହ ନଜର ଆସିଛନ୍ତି। ସେ ତାଙ୍କୁ କହିଛନ୍ତି ଡ୍ରାଇଭର ଟଙ୍କା, କାର ଚାବି ଏବଂ ଫୋନ ନେଇ ପଳାଇଛନ୍ତି।

Share