ଏବେ ଅଟୋରେ ଯିବା ଆସିବା କରୁଛନ୍ତି ରାକ୍ଷୀ ସାଓ୍ବନ୍ତ, ଡ୍ରାଇଭର ଟଙ୍କା ଚୋରି କରି ଫେରାର…

ମୁମ୍ବାଇ : ମନୋରଞ୍ଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପ୍ରାୟତଃ ପାପରାଜିରେ ସକ୍ରିୟ ରହିଥାନ୍ତି। ସେ ସୋସିଆଲ ମିଡିଆରେ ଲୋକଙ୍କର ମନୋରଞ୍ଜନ କରିଥାନ୍ତି । ଶନିବାର ତାଙ୍କ ସହ ଏପରି କିଛି ଘଟିଥିଲା ସେ ବିବ୍ରତ ଦେଖାଯାଉଥିଲେ। ରାକ୍ଷୀ ଅଟୋରେ ଯାତ୍ରା କରିଥିଲେ। ସେ କହିଥିଲେ ତାଙ୍କ ଡ୍ରାଇଭର ଟଙ୍କା ଚୋରି କରି ପଳାଇ ଯାଇଛନ୍ତି। ସମସ୍ତେ ତାଙ୍କୁ ପ୍ରତାରଣା କରୁଛନ୍ତି। ବର୍ତ୍ତମାନ ଡ୍ରାଇଭର ମଧ୍ୟ ଏପରତ କରିଛନ୍ତି। ସେ ତାଙ୍କୁ ବିଶ୍ୱାସ କରୁଥିଲେ କିନ୍ତୁ କାର୍‌ ଚାବି ଏବଂ ଟଙ୍କା ନେଇ ସେ ଏବେ ଫେରାର।

ମୋର ଡ୍ରାଇଭର ପପୁ ଯାଦବ। ସେ ଉତ୍ତରପ୍ରଦେଶର ବାସିନ୍ଦା। ଯଦି ସେ ମୋତେ କୌଣସି ସ୍ଥାନରେ ମିଳନ୍ତି ତେବେ ମୁଁ ତାଙ୍କୁ ଚପଲ ମାଳ ପିନ୍ଧାଇବି। ତାଙ୍କୁ ପିଟିବି। ସେ ମୋ ଟଙ୍କା ନେଇ ପଳାଇଛନ୍ତି।
ମୋ ସୁନା ଫୋନ ନେଇ ପଳାଇଛନ୍ତି। ତାଙ୍କ ଭଉଣୀ ମୋ ଘରେ କାମ କରୁଛନ୍ତି। ରାକ୍ଷୀ ମଜାଳିଆ ଢଙ୍ଗରେ କହିଛନ୍ତି ’ଚନ୍ଦ୍ରାୟନ ସଫଳତା ନେଇ ଖୁସିକୁ ପାଳନ କରିଥିଲି ଏବଂ ମୋ ଜୀବନରେ ଚନ୍ଦ୍ରଗ୍ରହଣ ହୋଇଗଲା। ମୁଁ ବର୍ତ୍ତମାନ ଓଶିୱାରା ପୋଲିସ ଷ୍ଟେଶନକୁ ଯାଉଛି ଏବଂ ଅଭିଯୋଗ ଲେଖିବି।

ରାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏକ ଅଟୋରେ ବସିଛନ୍ତି। ସେ କହିଛନ୍ତି, ’ମୋ ଡ୍ରାଇଭର ଟଙ୍କା ଚୋରି କରିଛନ୍ତି। ବିଏମଡବ୍ଲୁ କାର୍‌ ଚାବି, ସୁନା ଫୋନ ଏବଂ ମର୍ସିଡିଜ କାର୍‌ ନେଇ ପଳାଇଛନ୍ତି। ମୁଁ ତାଙ୍କ ଆଧାର କାର୍ଡ ନେଇ ନ ଥିଲି। ମୁଁ ଗରିବ ବୋଲି ଭାବି ବିଶ୍ୱାସ କଲି, କିନ୍ତୁ ଗରିବ ମୋତେ ଚୋଟ ମାରିଲେ। ଆଜି ପପୁ ମୋ ଜୀବନରେ କ’ଣ କରିଛନ୍ତି? ମୁଁ ବର୍ତ୍ତମାନ ଚିନ୍ତିତ ମୁଁ ଖୁସି ପାଇବି କି? ’ ଏକ ଭିଡିଓରେ ରକ୍ଷୀ ଜଣେ ପୋଲିସ କର୍ମଚାରୀଙ୍କ ସହ ନଜର ଆସିଛନ୍ତି। ସେ ତାଙ୍କୁ କହିଛନ୍ତି ଡ୍ରାଇଭର ଟଙ୍କା, କାର ଚାବି ଏବଂ ଫୋନ ନେଇ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri