ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍ ଡେବିଟ୍ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ ଉଠାଣ ସୀମା (Daily Cash Limit) ରେ ବଡ଼ ଧରଣର କାଟ କରିଛି। ଏହି ନୂଆ ନିୟମ ୧ ଏପ୍ରିଲ ୨୦୨୬ରୁ ଲାଗୁ ହେବ।
ବ୍ୟାଙ୍କ କିଛି କାର୍ଡର ନଗଦ ଉଠାଣ କ୍ଷମତାକୁ ସିଧାସଳଖ ୫୦ ପ୍ରତିଶତ କମାଇ ଦେଇଛି:
ପ୍ରଥମ କାଟାଗୋରୀ: RuPay ପ୍ଲାଟିନମ, PNB ପଲାଶ, ମାଷ୍ଟରକାର୍ଡ ପ୍ଲାଟିନମ ଏବଂ ଭିସା ଗୋଲ୍ଡ ଭଳି କାର୍ଡର ଲିମିଟ ୧ ଲକ୍ଷରୁ କମାଇ ୫୦ ହଜାର ଟଙ୍କା କରାଯାଇଛି।
ଦ୍ୱିତୀୟ କାଟାଗୋରୀ: RuPay ସିଲେକ୍ଟ ଏବଂ ଭିସା ସିଗ୍ନେଚର୍ ଭଳି କାର୍ଡର ଲିମିଟ ୧.୫ ଲକ୍ଷରୁ କମାଇ ୭୫ ହଜାର ଟଙ୍କା କରାଯାଇଛି।
ସାଧାରଣ କାର୍ଡ: ସାଧାରଣ ଡେବିଟ କାର୍ଡର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
| ଡେବିଟ୍ କାର୍ଡ ପ୍ରକାର | ପୂର୍ବ ଲିମିଟ୍ (ଦୈନିକ) | ନୂଆ ଲିମିଟ୍ (ଦୈନିକ) |
| RuPay ପ୍ଲାଟିନମ୍, ଭିସା ଗୋଲ୍ଡ, ମାଷ୍ଟରକାର୍ଡ ପ୍ଲାଟିନମ୍ | ୧ ଲକ୍ଷ ଟଙ୍କା | ୫୦,୦୦୦ ଟଙ୍କା |
| RuPay ସିଲେକ୍ଟ, ଭିସା ସିଗ୍ନେଚର୍, ମାଷ୍ଟରକାର୍ଡ ବିଜନେସ୍ | ୧.୫ ଲକ୍ଷ ଟଙ୍କା | ୭୫,୦୦୦ ଟଙ୍କା |
କାହିଁକି ଏହି ନିଷ୍ପତ୍ତି?
ବ୍ୟାଙ୍କିଙ୍ଗ ରିସ୍କ କମାଇବା, ଗ୍ରାହକଙ୍କ ଟଙ୍କାର ସୁରକ୍ଷା ବଢ଼ାଇବା ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ତେବେ ଅନଲାଇନ ଶପିଂ, POS ମେଶିନ ପେମେଣ୍ଟ ଏବଂ କଣ୍ଟାକ୍ଟଲେସ ଟ୍ରାଞ୍ଜାକଶନ ଲିମିଟ୍ ପୂର୍ବଭଳି ଅପରିବର୍ତ୍ତିତ ରହିବ।
ତେବେ ଗ୍ରାହକମାନେ PNB One ଆପ ଇଣ୍ଟରନେଟ ବ୍ୟାଙ୍କିଙ୍ଗ କିମ୍ବା ହ୍ବାଟ୍ସଆପ୍ ବ୍ୟାଙ୍କିଂ ଜରିଆରେ ନିଜ କାର୍ଡର ଦୈନିକ ସୀମାକୁ ସେଟ କିମ୍ବା ରିସେଟ କରିପାରିବେ। ତେବେ ଏହା ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ସୀମା ମଧ୍ୟରେ ରହିବା ଆବଶ୍ୟକ।
ଯଦି ଆପଣ ନିଜ କାର୍ଡର ଲିମିଟ୍ ସେଟ୍ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାଙ୍କ ନିମ୍ନଲିଖିତ ସୁବିଧା ଦେଇଛି:
- PNB One App: ‘ଡେବିଟ୍ କାର୍ଡ’ ସେକ୍ସନକୁ ଯାଇ ଲିମିଟ୍ ଅପଡେଟ୍ କରିପାରିବେ।
- Internet Banking: ବ୍ୟାଙ୍କ ୱେବସାଇଟ୍ ଜରିଆରେ।
- WhatsApp Banking & IVR: ଗ୍ରାହକ ସେବା ନମ୍ବର କଲ୍ କରି।
ସତର୍କତା: ଆପଣ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ସୀମା (ଯଥା: ୫୦ ହଜାର କିମ୍ବା ୭୫ ହଜାର) ରୁ ଅଧିକ ଟଙ୍କା ଲିମିଟ୍ ସେଟ୍ କରିପାରିବେ ନାହିଁ।

