Categories: ଜାତୀୟ

ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ଖେଳାଳିଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ଜଳଖିଆ ପାର୍ଟିରେ ସମସ୍ତଙ୍କୁ ନିଜ ପସନ୍ଦର ଖାଦ୍ୟ ପରିବେଷଣ କରାଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀ ତାଙ୍କର ଖାଇବା ପିଇବା ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। କଡ଼ା ନିତ୍ୟକର୍ମ ପାଇଁ ଜଣାଶୁଣା ମୋଦି ଏବେ ଦିନରେ କେବଳ ଥରେ ଖାଉଛନ୍ତି। ଖେଳାଳିଙ୍କ ସହ ସମୟ ବିତାଇବା ମଧ୍ୟରେ ମୋଦି କହିଥିଲେ ଯେ, ସେ ଚତୁର୍ମାସ ସମୟରେ କେବଳ ଥରେ ଖାଇଥା’ନ୍ତି। ଏହି ପାର୍ଟିର ଭିଡିଓ ଭାରତୀୟ ଜନତା ପାର୍ଟିର ଟୁଇଟର୍‌ ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରାଯାଇଛି।
ହିନ୍ଦୁ କ୍ୟାଲେଣ୍ଡରରେ ଚତୁର୍ମାସ ଚାରି ମାସର ଅବଧି ଅଟେ। ଏହି ସମୟରେ ଲୋକମାନେ ଉପବାସ କରନ୍ତି।

Share