Categories: ଜାତୀୟ

ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…

ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ରାଜସ୍ବ ମଧ୍ୟ ବୃଦ୍ଧି କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ଆଦେଶ ଅନୁସାରେ, ରାଜଧାନୀ ଦିଲ୍ଲୀର ମଦ ଦୋକାନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବ। ପୂର୍ବରୁ ଏହି ଦୋକାନଗୁଡିକ ରାତି ୯ଟାରେ ବନ୍ଦ ହୋଇଯାଉଥିଲା। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନୂଆ ଦିୟମ ଜାରି ରହିବ।

Share