Posted inଜାତୀୟ

ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡ ପାଳି, ଜେଏମ୍‌ଏମ୍‌-କଂଗ୍ରେସ ମଧ୍ୟରେ ବଢୁଛି ଫାଟ !…

ରାଞ୍ଚି,୧୧।୭ : ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ସରକାର ପତନ ପରେ ବର୍ତ୍ତମାନ ଝାଡଖଣ୍ଡରେ ସଙ୍କଟ ଦେଖାଦେଇଛି। ଗୋଟିଏ ପଟେ ଅନୁସନ୍ଧାନକାରୀ ସଂସ୍ଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ସହଯୋଗୀ କଂଗ୍ରେସ ମଧ୍ୟରେ ଫାଟ ବୃଦ୍ଧି ପାଇବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଶାସକ ମିଳିତ ମଞ୍ଚର ସହଯୋଗୀମାନେ ଏଭଳି ଆଶଙ୍କାକୁ ଖଣ୍ଡନ କରି କହିଛନ୍ତି ଯେ ସବୁ ଠିକ ଅଛି।

ତେବେ ରାଞ୍ଚି ଏବଂ ଦିଲ୍ଲୀର ରାଜନୈତିକ କରିଡରରେ ଝାଡଖଣ୍ଡର ଅଢ଼େଇ ବର୍ଷ ପୁରୁଣା ସରକାରକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚନରେ ଭାଜପାର ଦେଇଥିବା ଆଦିବାସୀ କାର୍ଡ ଏହାର ଏକ ବଡ଼ କାରଣ। ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଛିଡ଼ା କରି ଏନଡିଏ ଝାଡଖଣ୍ଡରେ ଥିବା ସହଯୋଗୀ ଦଳଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଛି। ଏହା ଜାରି ରହିଲେ ମହାରାଷ୍ଟ୍ରପରେ ଏବେ ଝାଡ଼ଖଣ୍ଡ ପାଳି ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଭାଜପା ଜେଏମଏମ ଏବଂ କଂଗ୍ରେସ ମେଣ୍ଟ ଉପରେ ତୀକ୍ଷ୍‌ଣ ନଜର ରଖିଛି।

ଝାଡଖଣ୍ଡର ଆଦିବାସୀ ଜନସଂଖ୍ୟା ଅଧିକ ରହିଛି । ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିବା ଜେଏମଏମ ଆଦିବାସୀଙ୍କ ନାମରେ ରାଜନୀତି କରିଆସୁଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡର ରାଜ୍ୟପାଳ ଥିବା ମୁର୍ମୁଙ୍କ ବିରୁଦ୍ଧରେ ଯାଇ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଏଥି ସହିତ, ୨୦୧୨ ଭଳି ସୋରେନ ଯଶୱନ୍ତଙ୍କ ପକ୍ଷ ରଖିବାକୁ କଂଗ୍ରେସ ଚାହୁଁଛି। ୨୦୧୨ରେ ଝାଡ଼ଖଣ୍ଡରେ ଭାଜପା ଏବଂ ଜେଏମଏମ ସରକାର ଥିଲା। ରାଷ୍ଟ୍ରପତି ନିର୍ବାଚନରେ ଭାଜପା ଆଦିବାସୀ ନେତା ପିଏ ସାଙ୍ଗମାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଜେଏମଏମ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ ଦେଇଥିଲା। ତେଣୁ ଯଦି ୨୦୧୨ ରେ ଜେଏମଏମ ସାଙ୍ଗମାଙ୍କୁ ବିରୋଧ କରିଥିଲା ତେବେ ଏଥର ମୁର୍ମୁଙ୍କୁ ବିରୋଧରେ କାହିଁକି ଯାଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଜେଏମଏମଙ୍କ ମୁର୍ମୁଙ୍କ ବିରୁଦ୍ଧରେ ଯିବା ମଧ୍ୟ କଷ୍ଟସାଧ୍ୟ କାରଣ ସିବୁ ସୋରେନ ପରିବାର ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି। ଏପରିସ୍ଥଳେ ଶାସକ ମେଣ୍ଟରେ ଫାଟ ବଢ଼ିବାର ଆଶଙ୍କା ରହିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri