ଏବେ ଆସ୍ଥା-ବିଶ୍ୱାସ ଉପରେ ଭରସା: କରୋନାରୁ ମୁକ୍ତିଲାଗି ଝୁଣା ଧୂଆଁ…

ସାହାରାନପୁର,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଭର୍ତ୍ତି ବି ସଂକ୍ରମଣରୁ ମୁକ୍ତି ମିଳୁନି। ଫଳରେ ଲୋକେ ଏବେ ଆସ୍ଥା ଏବଂ ବିଶ୍ୱାସ ଉପରେ ଭରସା କରିବା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ସାହାରାନପୁରରେ ବଜରଙ୍ଗକର୍ମୀମାନେ ହାତରେ ବାଲ୍‌ଟି ଧରି ଝୁଣା ଧୂଆଁ ଦେବା ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ ହବନ ସାମଗ୍ରୀ ମଧ୍ୟ ପକାଯାଉଛି। ଏହାଦ୍ୱାରା ବାୟୁମଣ୍ଡଳର ଶୁଦ୍ଧିକରଣ କରାଯାଇ ପାରିବ। ଏପରିହେଲେ କରୋନା ସଂକ୍ରମଣ ଆଉ ବ୍ୟାପିବ ନାହିଁ ବୋଲି କର୍ମୀମାନେ କହିଛନ୍ତି। ରାଜରାସ୍ତାଠାରୁ ଆରମ୍ଭ କରି ଗଳି ପର୍ଯ୍ୟନ୍ତ ସବୁଠି ବୁଲି ବୁଲି ସେମାନେ ଏଭଳି କରୁଛନ୍ତି। ଏହାର ୧ ମିନିଟ୍‌ ୩୭ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share