Categories: ଜାତୀୟ

ହ୍ବାଟ୍‌ସଆପ୍‌ରେ କେମିତି ପାଇବେ କରୋନା ସାର୍ଟିଫିକେଟ୍‌

ନୂଆଦିଲ୍ଲୀ,୮।୮: କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସହଜରେ ସାର୍ଟିଫିକେଟ ପାଇପାରିବେ। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ କାର୍ଯ୍ୟାଳୟ ଟୁଇଟ କରି କୁହାଯାଇଛି। ସରକାର ଟେକ୍ନୋଲୋଜି ବ୍ୟବହାର କରି ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି, ଏବେ ତିନୋଟି ସହଜ ପଦକ୍ଷେପରେ, ମାଇଜିଓଭି (MyGov) କରୋନା ହେଲ୍ପଡେସ୍କ ମାଧ୍ୟମରେ କୋଭିଡ ଟିକାକରଣ ପ୍ରମାଣପତ୍ର ପାଆନ୍ତୁ ବୋଲି ଟୁଇଟ୍‌ରେ ଲେଖାଯାଇଛି।ନ୍‌

ହ୍ବାଟସ୍‌ଆପ୍‌ରେ ଏପରି ସାର୍ଟିଫିକେଟ ପାଆନ୍ତୁ:-
ପ୍ରଥମେ ମୋବାଇଲ ଫୋନ ଯୋଗାଯୋଗ ନମ୍ବର ସେଭ୍‌ କରନ୍ତୁ: +୯୧ ୯୦୧୩୧୫୧୫୧୫
ହ୍ବାଟସ୍‌ଆପ୍‌ରେ ‘କୋଭିଡ୍‌ ସାର୍ଟିଫିକେଟ’ ଟାଇପ କରନ୍ତୁ ଏବଂ ପଠାନ୍ତୁ।
ଏହାପରେ ଆପଣଙ୍କ ମୋବାଇଲ୍‌କୁ ଗୋଟିଏ ଓଟିପି ଆସିବି। ତାକୁ ଦେଇ କିଛି ସମୟ ଭିତରେ ଆପଣଙ୍କର ଟିକାକରଣ ସାର୍ଟିଫିକେଟ ନିଅନ୍ତୁ।

Share