ଯୋଜନାରେ ଆସିବ ସ୍ବଚ୍ଛତା: ଏଣିକି ଇ-କେୱାଇସି ଧରିବ ନକଲି ଶ୍ରମିକ

ଭଞ୍ଜନଗର,୧୯ା୧୦(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନେକ ଗଳା ବାଟରେ ସୁଯୋଗ ନେଇ କୋଟି କୋଟି ଟଙ୍କା ଲୁଟ୍‌ ହେଉଥିଲା। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଥିଲା। ତେଣୁ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ପଦକ୍ଷେପ ନେଇଛନ୍ତି। ତେଣୁ ସମସ୍ତ ଜବ୍‌କାର୍ଡଧାରୀଙ୍କ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଇ-କେୱାଇସି ଅପଡେଟ୍‌ କରିବେ ସେମାନେ ହିଁ ଆଗାମୀ ଦିନରେ କାମ କରିପାରିବେ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଇ-କେୱାଇସି ଅପଡେଟ୍‌ ଚାଲିବ। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ମଧ୍ୟ ଏହି ପ୍ରକ୍ରିୟା ଚାଲିଛି। ବିଡିଓ ଭାରତୀ ଦେବୀ ଏବଂ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଗ୍ରାମ ବୁଲି କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ, ପୁର୍ବରୁ ଏହି ଯୋଜନାରେ କାମ ଜଣେ କରୁଥିଲେ ଆଉ ଜଣେ ବେନିୟମ ଭାବେ ଟଙ୍କା ଉଠାଉଥିଲେ। ଏହିଭଳି ଗଳା ବାଟର ସୁଯୋଗ ନେଇ ବିପୁଳ ଅର୍ଥ ବାଟମାରଣ ହେଉଥିଲା। ଏଥିରେ ଅଫିସରଙ୍କଠାରୁ ଆରମ୍ଭ କରି କୁଜିନେତା, ମଧ୍ୟସ୍ଥି ଲାଭବାନ ହେଉଥିଲେ। କିନ୍ତୁ ନୂଆ ଯୋଜନାରେ ଏଣିକି ଯେଉଁ ଶ୍ରମିକ କାମ କରିବେ ତାଙ୍କରି ନାମରେ ହିଁ ଟଙ୍କା ଯିବ। ଏହାଦ୍ବାରା ଯୋଜନାରେ ସ୍ବଚ୍ଛତା ଆସିବ ବୋଲି ସରକାର ଆଶା ରଖିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଗ୍ରାମୀଣ ଅଞ୍ଚଳର ନିବାସୀମାନଙ୍କୁ ଜୀବିକା ସୁରକ୍ଷା ଦେବା ପାଇଁ ଗୋଟିଏ ନିଶ୍ଚିତ ରୋଜଗାର ସୁଯୋଗ ପ୍ରଦାନ କରିବା। ଏହାର ଉଦ୍ଦେଶ୍ୟ ହେଲା ଗ୍ରାମୀଣ ଅଞ୍ଚଳରେ ବେକାରି ହ୍ରାସ କରିବା। ଜଣକୁ ପ୍ରତିବର୍ଷ ୧୦୦ ଦିନ ନିଶ୍ଚିତ କାମ ଦେଇ ଆୟ ବୃଦ୍ଧି କରିବା । ଗ୍ରାମାଞ୍ଚଳରେ ପାଣି, ମାଟି, ଜଙ୍ଗଲ, ରାସ୍ତା ଇତ୍ୟାଦିର ଉନ୍ନତି କରିବା। ଗ୍ରାମୀଣ ଅଞ୍ଚଳରେ ସୁସ୍ଥାୟୀ ଉନ୍ନତି ସୁନିଶ୍ଚିତ କରିବା। ଦରିଦ୍ର ଓ ପଛୁଆ ଶ୍ରେଣୀର ଲୋକମାନଙ୍କୁ ଆତ୍ମନିର୍ଭର କରିବା। ମହିଳାମାନଙ୍କ ପାଇଁ ସମାନ ରୋଜଗାର ସୁଯୋଗ ସୃଷ୍ଟି କରିବା । ଏହି ଯୋଜନାକୁ ପ୍ରଥମେ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ (NREGA) ଭାବେ ୨୦୦୫ରେ ଭାରତୀୟ ସଂସଦ ଦ୍ୱାରା ପାସ୍‌ କରାଯାଇଥିଲା। ଏହାକୁ ୨ ଫେବୃଆରୀ ୨୦୦୬ରୁ ଦେଶର ୨୦୦ ଜିଲାରେ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିଲା। ପରେ ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇ ୨ ଅକ୍ଟୋବର ୨୦୦୯ (ମହାତ୍ମା ଗାନ୍ଧୀ ଜୟନ୍ତୀ)ରେ ଏହାକୁ ନୂଆ ନାମ ମହାତ୍ମା ଗାନ୍ଧୀ ନାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍‌ (MGNREGS)ରେ ପରିବର୍ତ୍ତନ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri