ନଭେମ୍ବର ୨୫ରୁ ୪ଦିନିଆ ଇଣ୍ଡୋପ୍ଲାସ୍‌-୨୨

ଭୁବନେଶ୍ୱର,୪।୧୧:ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ପକ୍ଷରୁ ନଭେମ୍ବର ୨୫ରୁ ଏକ ୪ ଦିନିଆ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଇପିଏଫ୍‌ର ତ୍ରୈବାର୍ଷିକ ପ୍ରଦର୍ଶନୀ ଅବସରରେ ‘ଇଣ୍ଡୋପ୍ଲାସ୍‌-୨୦୨୨’ର ଆୟୋଜନ କୋଲକାତାଠାରେ କରାଯାଉଛି। ଉକ୍ତ ପ୍ରଦର୍ଶନୀ ନୂଆ କରି ନିର୍ମାଣ ହୋଇଥିବା ବିଶ୍ୱ ବାଙ୍ଗ୍‌ଲା ମେଳା ପ୍ରାଙ୍ଗଣଠାରେ ୨୦୨୨ ନଭେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ଆୟୋଜନ ହେବ। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ପ୍ରଦର୍ଶନୀର ୯ମ ସଂସ୍କରଣ ଯାହା ସମଗ୍ର ପ୍ଲାଷ୍ଟିକ୍‌ ଶିଳ୍ପକୁ ଗୋଟିଏ ଛାତ ତଳେ ଏକାଠି କରିବ।
ଏ ସମ୍ପର୍କରେ ଇଣ୍ଡୋପ୍ଲାସ୍‌-୨୦୨୨ର ଅଧ୍ୟକ୍ଷ ପ୍ରଦୀପ ନାୟାର କହିଛନ୍ତି, ଉକ୍ତ ପ୍ରଦର୍ଶନୀଗୁଡିକ ଅର୍ଥନୀତିକୁ ତ୍ୱରାନ୍ବିତ କରିଥାନ୍ତି। ଭାରତ ହେଉଛି ପ୍ଲାଷ୍ଟିକ୍‌ ପାଇଁ ୩ୟ ସର୍ବବୃହତ୍‌ ଅନ୍ତର୍ଜାତୀୟ ବଜାର। ବର୍ଦ୍ଧିତ ଅର୍ଥନୀତି ଓ ସହାୟକ ସରକାରୀ ନୀତିଗୁଡିକ ଭାରତକୁ ଏକ ପଲିମର୍‌ ସୁପର ପାୱାରରେ ପରିଣତ କରିଛି, କିନ୍ତୁ ସର୍ବୋତ୍ତମତା ଆସିବା ବାକି ରହିଛି। ଆମେ ଏଠାକୁ ସୁଯୋଗଗୁଡିକୁ ଉନ୍ମୋଚନ କରିବା ଓ ତାହା ଉପରେ ପୁଞ୍ଜି ହାସଲ କରିବା ପାଇଁ ଆସିଛୁ। ସେହିଭଳି ଇଣ୍ଡିଆନ ପ୍ଲାଷ୍ଟିକ ଫେଡେରେଶନର ଅଧ୍ୟକ୍ଷ ଶିଶିର ଜଲାନ କହିଛନ୍ତି, ଏକ ବଜାର ଭାବେ ପୂର୍ବାଞ୍ଚଳ ଭାରତ ପଲିମର ଶିଳ୍ପର ଅଭିବୃଦ୍ଧି ଦୃଷ୍ଟିରୁ ଦେଶର ଅବଶିଷ୍ଟ ଭାଗକୁ ପଛରେ ପକାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦର୍ଶନୀ ଆୟୋଜନକାରୀ କମିଟିର ସଦସ୍ୟ ଅନିଲ କୁମାର ଏବଂ ସ୍ବସ୍ତିକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri