ନଭେମ୍ବର ୨୫ରୁ ୪ଦିନିଆ ଇଣ୍ଡୋପ୍ଲାସ୍‌-୨୨

ଭୁବନେଶ୍ୱର,୪।୧୧:ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ସ ଫେଡେରେଶନ (ଆଇପିଏଫ୍‌) ପକ୍ଷରୁ ନଭେମ୍ବର ୨୫ରୁ ଏକ ୪ ଦିନିଆ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଇପିଏଫ୍‌ର ତ୍ରୈବାର୍ଷିକ ପ୍ରଦର୍ଶନୀ ଅବସରରେ ‘ଇଣ୍ଡୋପ୍ଲାସ୍‌-୨୦୨୨’ର ଆୟୋଜନ କୋଲକାତାଠାରେ କରାଯାଉଛି। ଉକ୍ତ ପ୍ରଦର୍ଶନୀ ନୂଆ କରି ନିର୍ମାଣ ହୋଇଥିବା ବିଶ୍ୱ ବାଙ୍ଗ୍‌ଲା ମେଳା ପ୍ରାଙ୍ଗଣଠାରେ ୨୦୨୨ ନଭେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ଆୟୋଜନ ହେବ। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ପ୍ରଦର୍ଶନୀର ୯ମ ସଂସ୍କରଣ ଯାହା ସମଗ୍ର ପ୍ଲାଷ୍ଟିକ୍‌ ଶିଳ୍ପକୁ ଗୋଟିଏ ଛାତ ତଳେ ଏକାଠି କରିବ।
ଏ ସମ୍ପର୍କରେ ଇଣ୍ଡୋପ୍ଲାସ୍‌-୨୦୨୨ର ଅଧ୍ୟକ୍ଷ ପ୍ରଦୀପ ନାୟାର କହିଛନ୍ତି, ଉକ୍ତ ପ୍ରଦର୍ଶନୀଗୁଡିକ ଅର୍ଥନୀତିକୁ ତ୍ୱରାନ୍ବିତ କରିଥାନ୍ତି। ଭାରତ ହେଉଛି ପ୍ଲାଷ୍ଟିକ୍‌ ପାଇଁ ୩ୟ ସର୍ବବୃହତ୍‌ ଅନ୍ତର୍ଜାତୀୟ ବଜାର। ବର୍ଦ୍ଧିତ ଅର୍ଥନୀତି ଓ ସହାୟକ ସରକାରୀ ନୀତିଗୁଡିକ ଭାରତକୁ ଏକ ପଲିମର୍‌ ସୁପର ପାୱାରରେ ପରିଣତ କରିଛି, କିନ୍ତୁ ସର୍ବୋତ୍ତମତା ଆସିବା ବାକି ରହିଛି। ଆମେ ଏଠାକୁ ସୁଯୋଗଗୁଡିକୁ ଉନ୍ମୋଚନ କରିବା ଓ ତାହା ଉପରେ ପୁଞ୍ଜି ହାସଲ କରିବା ପାଇଁ ଆସିଛୁ। ସେହିଭଳି ଇଣ୍ଡିଆନ ପ୍ଲାଷ୍ଟିକ ଫେଡେରେଶନର ଅଧ୍ୟକ୍ଷ ଶିଶିର ଜଲାନ କହିଛନ୍ତି, ଏକ ବଜାର ଭାବେ ପୂର୍ବାଞ୍ଚଳ ଭାରତ ପଲିମର ଶିଳ୍ପର ଅଭିବୃଦ୍ଧି ଦୃଷ୍ଟିରୁ ଦେଶର ଅବଶିଷ୍ଟ ଭାଗକୁ ପଛରେ ପକାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଦର୍ଶନୀ ଆୟୋଜନକାରୀ କମିଟିର ସଦସ୍ୟ ଅନିଲ କୁମାର ଏବଂ ସ୍ବସ୍ତିକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri