Posted inଖେଳ

ଜଜ୍‌ଙ୍କୁ ବଲ୍‌ରେ ଆଘାତ କରି ୟୁଏସ୍‌ ଓପନ୍‌ରୁ ଜୋକୋଭିଚ୍‌ ଆଉଟ

ନ୍ୟୁୟର୍କ, ୭।୯(ଏପି)- ବିଶ୍ୱର ନମ୍ବରଓ୍ବାନ ଖେଳାଳି ସର୍ବୟାର ନୋଭାକ ଜୋକୋଭିଚ୍‌ ଏକ ଅପ୍ରିତିକର ପରିସ୍ଥିତିରେ ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଜଣେ ଲାଇନ୍‌ ଜଜ୍‌ଙ୍କୁ ବଲ୍‌ରେ ଆଘାତ କରିଥିବାରୁ ତାଙ୍କୁ ଏପରି ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସୋମବାର ପୁରୁଷ ସିଙ୍ଗଲ୍ସର ୪ର୍ଥ ରାଉଣ୍ଡ ମ୍ୟାଚ ଅବସରରେ ସେ ପାବ୍‌ଲୋ କାରେନୋ ବୁଷ୍ଟାଙ୍କ ବିପକ୍ଷ ମ୍ୟାଚରେ ୫-୬ ପଏଣ୍ଟରେ ପଛୁଆ ରହିଥିବାବେଳେ ନୈରାଶ୍ୟଜନକଭାବେ ଏକ ବଲ୍‌ ତାଙ୍କ ପଛପଟକୁ ମାରି ଦେଇଥିଲେ। ମାତ୍ର ଦୁର୍ଭାଗ୍ୟଜନକଭାବେ ତାହା ଲାଇନ୍‌ ଜଜ୍‌ଙ୍କ ତଣ୍ଟିରେ ବାଜିଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ଜୋକୋଭିଚ୍‌ ଲାଇନ୍‌ ଜଜ୍‌ଙ୍କ ନିକଟକୁ ଯାଇ ସ୍ବାସ୍ଥାବସ୍ଥା ପଚାରି ବୁଝିଥିଲେ। ଏହାପରେ ନେଟ୍‌ ନିକଟରେ ଟୁର୍ନାମେଣ୍ଟ ରେଫରି ସୋରେନ ଫ୍ରିମେଲ, ଗ୍ରାଣ୍ଡସ୍ଲାମ ସୁପରଭାଇଜର ଆନ୍ଦ୍ରିଆସ ଏଗ୍‌ଲି ଓ ଚେୟାର ଅମ୍ପାୟର ଉରେଲି ଟର୍ଟ ଓ ଜୋକୋଭିଚ୍‌ଙ୍କ ମଧ୍ୟରେ ପାଖାପାଖି ୧୦ ମିନିଟ ଆଲୋଚନା ହୋଇଥିଲା। ସେ ଜାଣିଶୁଣି ଲାଇନ୍‌ ଅମ୍ପାୟରଙ୍କୁ ଆଘାତ ଦେଇ ନ ଥିଲେ ବୋଲି ଜୋକୋଭିଜ୍‌ ପ୍ରକାଶ କରିଥିଲେ। ମ୍ୟାଚରେ ପଛୁଆ ରହିଥିବାରୁ ସେ ରାଗିଯାଇ ମାରିଥିବା ବଲ୍‌ ଜଜ୍‌ଙ୍କ ଦେହରେ ବାଜିଥିଲା ସତ, ମାତ୍ର ଏହା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ଜୋକୋଭିଚ୍‌ ସଫେଇ ଦେଇଥିଲେ। ତେଣୁ ତାଙ୍କୁ ଟୁର୍ନାମେଣ୍ଟରୁ ବିଦା କରା ନ ଯାଉ ବୋଲି କହିଥିଲେ। ମାତ୍ର ଫ୍ରିମେଲଙ୍କ ମତରେ ଜୋକୋଭିଚ୍‌ ଜାଣିଶୁଣି ଏପରି କରି ନ ଥିବା ସତ, ମାତ୍ର ତାଙ୍କ ବଲ୍‌ ଅମ୍ପାୟରଙ୍କ ଦେହରେ ବାଜିଛି ଏବଂ ସେ ଆଘାତ ହୋଇଛନ୍ତି ଏହା ମଧ୍ୟ ସ୍ପଷ୍ଟ। ତେଣୁ ଜୋକୋଭିଚ୍‌ଙ୍କୁ ଦଣ୍ଡିତ କରାଯାଇଥିଲା ଏବଂ ସେ ବୁଷ୍ଟାଙ୍କ ସହ କରମର୍ଦ୍ଦନ କରି କୋର୍ଟ ଛାଡ଼ିଥିଲେ। କୋର୍ଟ ଛାଡ଼ିବାବେଳେ ଜୋକୋଭିଚ୍‌ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କହି ନ ଥିଲେ ହେଁ ଏହାର ଏକ ଘଣ୍ଟା ପରେ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମାପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

୨୦ ଛକା, ୩୧ ଚୌକା ବର୍ଷା କରି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୧୨।୧୨: ଆଜିଠାରୁ ଆରମ୍ଭ ହୋଇଛି ୧୯ ବର୍ଷରୁ କମ ଏସିଆ କପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଉଛି। ଦୁବାଇରେ ଖେଳାଯାଇଥିବା...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

ଲୋକପ୍ରିୟ ଗାୟକ ଜୁବିନ ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା STF

ଗୌହାଟି,୧୨।୧୨: ଲୋକପ୍ରିୟ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାର ଶୁକ୍ରବାର ଚାର୍ଜସିଟ ଦାଖଲ କରାଯାଇଛି। ମୃତ୍ୟୁର ୩ ମାସ ପରେ ଆସାମ ପୋଲିସ STF ଗୌହାଟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri