Categories: ଖେଳ

୧୦ମ ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ନୋଭାକ ଜୋକୋଭିକ

ସିଡ୍‌ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍‌ଙ୍କୁ ୬-୩, ୭-୬, ୭-୬ ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚରେ ଜୋକୋଭିକ ଚମତ୍କାର ଆରମ୍ଭ କରି ୬-୩ ବ୍ୟବଧାନରେ ପ୍ରଥମ ସେଟ ଜିତିଥିଲେ।
ଦ୍ୱିତୀୟ ସେଟ୍‌ରେ ଉଭୟ ଖେଳାଳି ଜୋରଦାର ଲଢିଥିଲେ, କିନ୍ତୁ ଶେଷରେ ଜୋକୋଭିକ ୭-୬ ବ୍ୟବଧାନରେ ଜିତିଥିଲେ। ତୃତୀୟ ସେଟରେ ମଧ୍ୟ ଫେରିବାକୁ ସିସିପାସ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଜୋକୋଭିକଙ୍କୁ ପରାସ୍ତ କରିପାରି ନ ଥିଲେ ଏବଂ ଜୋକୋଭିକ ୭-୬ ବ୍ୟବଧାନରେ ମ୍ୟାଚ ଜିତିଥିଲେ। ଏହି ବିଜୟ ସହିତ ସେ ଏଟିପି ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଥିଲେ।
ଅଷ୍ଟ୍ରେଲିଆନ୍‌ ଓପନର ଫାଇନାଲରେ ପ୍ରବେଶ କରିଥିବା ସିସିପାସ(୨୪) ଦ୍ୱିତୀୟ କନିଷ୍ଠ ପୁରୁଷ ଖେଳାଳି। ଏହାପୂର୍ବରୁ, ଜୋକୋଭିକ ୨୩ ବର୍ଷ ବୟସରେ ୨୦୧୧ରେ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଜୋକୋଭିକ ଫାଇନାଲରେ ଜିତିଥିବା ବେଳେ ସିସିପାସ ଚାମ୍ପିଅନ ହୋଇ ପାରିନାହାନ୍ତି।
ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ସେ ଏହି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ୧୦ଥର ଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ପ୍ରତ୍ୟେକ ଥର ଟାଇଟଲ ଜିତିଛନ୍ତି। ଜୋକୋଭିକ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୨୦୧୬, ୨୦୧୯, ୨୦୨୦, ୨୦୨୧ ଏବଂ ବର୍ତ୍ତମାନ ୨୦୨୩ରେ ଟାଇଟଲ ଜିତିଛନ୍ତି। ୨୦୨୨ରେ ଜୋକୋଭିକ ଭିସା କାରଣରୁ ଏହି ଟୁର୍ନାମେଣ୍ଟ ଖେଳିପାରି ନ ଥିଲେ ଏବଂ ରାଫେଲ ନାଡାଲ ଅଷ୍ଟ୍ରେଲୀୟ ଓପନ ଟାଇଟଲ ଜିତିଥିଲେ।

Share