କୁଖ୍ୟାତ ଅପରାଧୀ ଶଙ୍କର ଗିରଫ

ଜଗନ୍ନାଥ ପ୍ରସାଦ,୨୬।୬(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପୋଲିସକୁ ବର୍ଷ ବର୍ଷ ଧରି ଚକ୍‌ମା ଦେଇ ଖସି ପଳାଉଥିବା କୁଖ୍ୟାତ ଅପରାଧୀ ଶଙ୍କର ନାଇକଙ୍କୁ ଶନିବାର ରାଉତି ଛକରୁ ପୋଲିସ ଗିରଫ କରିଛି। ଏ ନେଇ ନଂ.୨୦୧/୨୨ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ୫ ଅଫୁଟା ଗୁଳି ଜବତ କରାଯାଇଛି। ଡକାୟତ ଉଦ୍ୟମ, ବେଆଇନ ମାରଣାସ୍ତ୍ର ଦେଖାଇ ଧମକଚମକ ଦେବା, ବ୍ୟାଙ୍କ ଡକାୟତି, ଦାଦାବଟି ମାଗିବା ଓ ଫୋନରେ ହତ୍ୟା ଧମକ ଦେବା ଓ ପୋଲିସ ଉପରକୁ ବୋମା ଫୋପାଡ଼ି ଭୟଭୀତ କରିବା ଭଳି ଅନେକ ସଂଗୀନ ଅପରାଧରେ ସେ ସଂଶ୍ଲିଷ୍ଟ ଥିଲେ। ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଜିଲାରେ ୧୦ ରୁ ଅଧିକ ଆପରାଧିକ ମାମଲା ତାଙ୍କ ନଁାରେ ରହିଥିବା ଭଞ୍ଜନଗର ଏସ୍‌ଡିପିଓ ସୁଧାଂଶୁ ଶେଖର ମିଶ୍ର ଆୟୋଜିତ ପ୍ରେସ୍‌ ମିଟରେ ସୂଚନା ଦେଇଛନ୍ତି। ଶଙ୍କରଙ୍କ ଅନ୍ୟାନ୍ୟ ସହଯୋଗୀଙ୍କୁ ଖୁବଶୀଘ୍ର ଧରାଯିବାର ଚେଷ୍ଟା ଜାରି ରହିଛି। ଶନିବାର ରାଉତି ଛକରୁ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲୀପ ସ୍ବାଇଁଙ୍କ ନେତୃତ୍ୱରେ ଏସ୍‌ଆଇ ସୁଶାନ୍ତ ପ୍ରଧାନ, ନିରଞ୍ଜନ ଦାସ, ଚନ୍ଦ୍ର ଶେଖର ବେହେରା, ଏସଆଇ ପ୍ରଭାତୀ ବେହେରା, ରଞ୍ଜନ କୁମାର ଆଚାର୍ଯ୍ୟ ଏବଂ ଥାନା କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

ଅତିଷ୍ଠ ହେଉଛି ସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ଯୁବକ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସୋମବାର ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri