ଧରାପଡ଼ିଲେ କୁଖ୍ୟାତ ଗୋରୁ ମାଫିଆ

ନବରଙ୍ଗପୁର,୧୫।୫: ନବରଙ୍ଗପୁର ପୋଲିସ ଶୁକ୍ରବାର କୁଖ୍ୟାତ ଗୋରୁ ମାଫିଆ ସେକ୍‌ ଅଜିଜଙ୍କୁ ଧରିବାରେ ସଫଳ ହୋଇଛି। ସେକ୍‌ ଅଜିଜ ଘରେ ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଛି।

ଅଜିଜଙ୍କ ନାଁରେ ନବରଙ୍ଗପୁର ଏବଂ କୋରାପୁଟ ଜିଲାର ବିଭିନ୍ନ ଥାନାରେ ୬ଟି ମାମଲା ରହିଛି। ପୋଲିସ ନିକଟରେ ୧୫୦ଗୋରୁ ଉଦ୍ଧାର କରି ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ୧୫୦ରୁ ଊଦ୍ଧର୍‌ବ ଗୋରୁଙ୍କୁ ବିଶାଖାପାଟଣା ଏବଂ ହାଇଦ୍ରାବାଦ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା। ଏପରିକି ସେକ୍‌ ଅଜିଜ ଘରେ ଥିବା ଜାଣି ପୋଲିସର ଏକ ଟିମ୍‌ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share