ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା: ଜଣାଇଲେ…

ନୂଆପଡ଼ା,୨୨।୯(ମକାରୁ ବେମାଲ): ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ଼ର ଅଧ୍ୟକ୍ଷା ଡ. ସୋନିଆ ଜୈନ ତାଙ୍କ ବାସଗୃହ ରେ ସ୍ବାଗତ କରି ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ନଗର ବିକାଶ ପାଇଁ ୬୫ କୋଟି ଟଙ୍କା ଅନୁଦାନ ଏବଂ ୨୨ଟି ପ୍ରମୁଖ ପ୍ରକଳ୍ପ ପ୍ରସ୍ତାବ ରଖିଥିଲେ। ସେଥିରେ ବିଶେଷ ଭାବେ ଜୋଙ୍କ ନଦୀରେ ଚେକ୍‌ ଡ୍ୟାମ୍‌ ନିର୍ମାଣ, ଏନ୍‌ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା, ବାଇପାସ ରୋଡ, +୨ କଲେଜ ସ୍ଥାପନ, ଚୌପାଟି ନିର୍ମାଣ, ସହରର ଦୁଇ ପାର୍ଶ୍ୱରେ ଭବ୍ୟ ସ୍ବାଗତ ଦ୍ବାର, ବାସହରାମାନଙ୍କ ପାଇଁ ଶେଲ୍ଟର୍‌ ହୋମ, ଗୋଶାଳା ନିର୍ମାଣ, ନୂଆ ସର୍ବ ସୁବିଧାଯୁକ୍ତ ଖେଳପଡ଼ିଆ, ୫୦୦ କ୍ଷମତା ବିଶିଷ୍ଟ ଅଡିଟୋରିୟମ୍‌ , ୨୦ ମି. ଉଚ୍ଚ ରାଷ୍ଟ୍ରୀୟ ପତାକା, ସ୍ମାର୍ଟ ପାର୍କ, ସ୍ବାଗତ ଦ୍ବାର, ମୋଡେଲ ବଜାର୍‌ ଓ ମିନି କୋଲ୍ଡ ଷ୍ଟୋରେଜ, ଏନ୍‌ଏସି କର୍ମଚାରୀଙ୍କ ପାଇଁ ବାସଗୃହ,ଜୋଙ୍କ ଶାନ୍ତି ଉଦ୍ୟାନର ପୁନରୁଦ୍ଧାର,କୁରୁମୁଣ୍ଡା ଷ୍ଟାଡିୟମ ଉନ୍ନତି,ନୂଆ ପବ୍ଲିକ ଲାଇବ୍ରେରି, ସହର ସୌନ୍ଦର୍ଯ୍ୟକରଣ, ପୁରୁଣା ଏନ୍‌ଏସି କାର୍ଯ୍ୟାଳୟରେ ନୂଆ ମାର୍କେଟ କମ୍ପ୍ଲେକ୍ସ, ସମସ୍ତ ୧୯ଟି ୱାର୍ଡରେ ରାସ୍ତା ଓ ନାଳୀ ନିର୍ମାଣ, ୩ ଟି ପୋଖରୀର ସ୍ମାର୍ଟ ବିକାଶ, ମିନି ଷ୍ଟାଡିୟମ ଉନ୍ନତି, ଏନଏସି ପରିସରରେ ଗେଷ୍ଟ ହାଉସ୍‌, ହାଇଡ୍ରୋଲିକ୍‌ ଖନନ ମେଶିନ, ବିଭିନ୍ନ ୱାର୍ଡରେ ନୂଆ ସ୍କୁଲ ଭବନ, ଯୁବକମାନଙ୍କ ପାଇଁ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର୍‌, ନୂତନ ଆମ୍ବୁଲାନ୍ସ, ହାଇଡ୍ରୋଲିକ ଚାପଯୁକ୍ତ ଅଳିଆଗାଡ଼ି, ଯନ୍ତ୍ରଚାଳିତ ସଫେଇ ମେଶିନ ଯୋଗାଣ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସହରରେ ଚାଲୁଥିବା ପ୍ରମୁଖ କାମ ଅଟଳ ବସ୍‌ଷ୍ଟାଣ୍ଡ ୨୭ କୋଟି, ଟର୍ଫ କ୍ରିକେଟ ଗ୍ରାଉଣ୍ଡ ୧.୧୭ କୋଟି, ସ୍ବିମିଙ୍ଗପୁଲ୍‌ ୫୪ ଲକ୍ଷ (ଟେଣ୍ଡର୍‌ ପ୍ରକ୍ରିୟାରେ), ନୂଆ ପରିଷଦ ଭବନ ୩ କୋଟି (ଶୀଘ୍ର ଟେଣ୍ଡର୍‌ ହେବ)ଇତ୍ୟାଦି ପ୍ରକଳ୍ପ ରହିଛି। ଆଗାମୀ ଦିନରେ ଖରିଆର ରୋଡ ସମଗ୍ର ଓଡ଼ିଶାରେ ଏକ ଅଗ୍ରଣୀ ସହର ଭାବେ ପରିଚିତ ହେବ ବୋଲି ଡ. ଜୈନ ମତ ଦେଇ ମୁଖ୍ୟମନ୍ତ୍ରୀ ତଥା ନଗରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri