ଅଣ-ସରକାରୀ ମହାବିଦ୍ୟାଳୟରେ ୭୮୬ ଟି ଅଧ୍ୟାପକ ପଦବୀରେ ନିଯୁକ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୦।୩: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଚୟନ ବୋର୍ଡ ବିଭିନ୍ନ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ପଦବୀରେ ଖାଲିଥିବା ମୋଟ ୭୮୬ ପଦବୀରେ ନିଯୁକ୍ତି ହେବ।

ଆଶାୟୀ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ – ଙ୍ଗଙ୍ଗଙ୍ଗ.ଗ୍ଦଗ୍ଦଭକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ଅନଲାଇନ୍ ମାଧ୍ୟମର ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ହେବା ପାଇଁ ୪୪୯୦୦ ରୁ ୧,୪୨,୪୦୦ ଟଙ୍କା ମଧ୍ୟରେ ଦରମା ମିଳିବ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ଅନଲାଇନ୍ ଆବେଦନର କାର୍ୟ୍ୟସୂଚୀ ନିମ୍ନଲିଖିତ ଅଟେ:

ଆବେଦନ ତାରିଖ: ଅନଲାଇନ୍ ପଞ୍ଜୀକରଣ ଏବଂ ପରୀକ୍ଷା ଫି ପ୍ରଦାନ ମାର୍ଚ୍ଚ ରେ ଆରମ୍ଭ ବେବ। ସେହିପରି ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୯ ରହିଛି।

ଶେଷ ତାରିଖ ଏବଂ ସମୟ ପର୍ୟ୍ୟନ୍ତ ଅପେକ୍ଷା ନକରିବାକୁ ଏବଂ ସମୟସୀମା ମଧ୍ୟରେ ସେମାନଙ୍କ ଆବେଦନକୁ ଭଲ ଭାବରେ ଦାଖଲ କରିବାକୁ ବିଭାଗ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛି। ଯଦି ଶେଷ ମୁହୂର୍ତ୍ତର ଆବେଦନ ଯୋଗୁଁ ପ୍ରାର୍ଥୀମାନେ ସେମାନଙ୍କର ଆବେଦନପତ୍ର ଦାଖଲ କରିବାକୁ ସକ୍ଷମ ନୁହଁନ୍ତି, ତେବେ ରାଜ୍ୟ ଚୟନ ବୋର୍ଡ ଦାୟୀ ରହିବ ନାହିଁ।

ଖାଲି ପଦବୀ: ବିଭିନ୍ନ ବିଷୟଗୁଡ଼ିକରେ ଖାଲି ପଦବୀ ଗୁଡିକ ହେଉଛି:-

ଆନ୍ଥ୍ରୋପୋଲୋଜି-୧
ବଟାନି-୩୨
ରସାୟନ ବିଜ୍ଞାନ ୫୦
ବାଣିଜ୍ୟ ୪୬
ଅର୍ଥନୀତି ୫୬
ଶିକ୍ଷା ୫୪
ଇଂରାଜୀ ୫୦
ଭୂଗୋଳ ୬
ହିନ୍ଦୀ ୪
ଇତିହାସ ୧୦୯
ଗୃହ ବିଜ୍ଞାନ ୪
ଓଜଚଗ ୧
ତର୍କ ଏବଂ ଦର୍ଶନ ୩୨
ଗଣିତ ୩୩
ଓଡିଆ ୧୧୧
ପଦାର୍ଥ ବିଜ୍ଞାନ ୩୧
ରାଜନୀତି ବିଜ୍ଞାନ ୬୯
ମନୋବିଜ୍ଞାନ ୯
ସଂସ୍କୃତ ୪୧
ସମାଜବିଜ୍ଞାନ ୧୪
ତେଲୁଗୁ ୧
ପ୍ରାଣୀ ବିଜ୍ଞାନ ୩୨
ମୋଟ ପୋଷ୍ଟଗୁଡିକ ୭୮୬