ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

କଟକ ଅଫିସ,୭ା୧୦: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ପାଇଁ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ। ଅନୁଭବଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ଆଉସ କୋର୍ଟ। ଏନେ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।