ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଚାୟତ ଜାମୁଡିହାଠାରୁ ବିସ୍ତାପାଳ ପର୍ଯ୍ୟନ୍ତ ପ୍ରାୟ ୧.୪୨ କୋଟି ଟଙ୍କା ବ୍ୟୟରେ ଦୀର୍ଘ ୨.୬୦୭ କିମି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ସଦର ବିଧାୟକ ମୋହନ ମାଝି ମଧ୍ୟ ନିକଟରେ ଏକ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ହେଁ ରାସ୍ତା ଅବସ୍ଥାରେ ସୁଧାର ଆସି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଏହି ରାସ୍ତାରେ ସ୍ଥାନୀୟ ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲ୍‌ଏଜ୍‌ ଆଣ୍ଡ ଷ୍ଟିଲ୍‌ କାରଖାନାର ଲୁହାପଥର ଓ ସ୍ପଞ୍ଜ ବୋଝେଇ ଟ୍ରକ, ଟ୍ରଲର ଆଦି ଯାତାୟାତ କରୁଥିବାରୁ ରାସ୍ତା କମ୍‌ ଦିନରେ ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଆଦେଶ ସତ୍ତ୍ୱେ କମ୍ପାନୀ ନିଜସ୍ବ ରାସ୍ତା ବ୍ୟବହାର ନ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ଭାରିଯାନ ଚଳାଚଳ କରୁଛି। ଫଳରେ ରାସ୍ତାରୁ ପିଚୁ ଉଠି ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ବିସ୍ତାପାଳ, ମୁରସୁଆଁ, ଜାମୁଡିହା, ନୂଆଗାଁ, ବୀରକିଶୋରପୁର, ବିସ୍ତାପାଳ, ଭାଳୁପାଳିସାହି, ଖପରାଖାଇ, ଜାମୁପୋଶି, ରାଇକଳା, ଭାଲୁକା, ତାରତଖମଣ, ଟିଆଳିପଶି, ମଙ୍ଗଳାପଶି, ଅର୍ଶଳା ଆଦି ଅଞ୍ଚଳବାସୀ ନିର୍ଭର କରନ୍ତି। ତେବେ ରାସ୍ତାର କ୍ଷମତାଠାରୁ ବହୁ ଅଧିକ ଓଜନର ମାଲ ପରିବହନ ହେଉଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ ହେଁ ପ୍ରଶାସନ ଶୁଣୁ ନ ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହା ପରେ ବି କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ। ସ୍ଥାନୀୟ ଅଧିବାସୀ ଘନଶ୍ୟାମ ନାୟକ କହିଛନ୍ତି ଅନେକ ସମୟରେ କାରଖାନାକୁ ଯିବା ଆସିବା କରୁଥିବା ଭାରିଯାନ ଚଳାଚଳ, ରାସ୍ତାରେ ପାର୍କିଂ କରୁଥିବାରୁ ଯାତାୟାତରେ ବହୁ ଅସୁବିଧା ଦେଖାଦେଉଛି। ଅନ୍ୟପକ୍ଷରେ କମ୍ପାନୀ କର୍ତ୍ତୃପକ୍ଷ ୭୫ ଲକ୍ଷ ଟଙ୍କା ପଇଠ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ ଚିଠି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri