Categories: ଜାତୀୟ

ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ

ଶ୍ରୀନଗର, ୨୮ ।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ପ୍ରଶାସନ ରବିବାର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତି ଓ ଅନ୍ୟ ୭ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟା ଭିତରେ ସରକାରୀ ଘର ଖାଲି କରିବାକୁ କହିଛନ୍ତି । ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ମୁଫତିଙ୍କୁ ଗତ ମାସରେ ଏଠାକାର ସହରର ଉଚ୍ଚ ସୁରକ୍ଷା ବାଲା ଗୁପକାର ଅଞ୍ଚଳରେ ଥିବା ତାଙ୍କର ‘ଫେୟାରଭ୍ୟୁ’ ଆବାସକୁ ବି ଖାଲି କରିବାକୁ ନୋଟିସ ଦିଆଯାଇଥିଲା ।
ଅଧିକାରୀମାନେ କହିଛନ୍ତି ଅନନ୍ତନାଗର ଉଚ୍ଚାୟୁକ୍ତଙ୍କ ନିର୍ଦ୍ଦେଶରେ ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ(ପ୍ରଥମ ଶ୍ରେଣୀ)ଙ୍କ ଦ୍ୱାରା ରବିବାର ଦକ୍ଷିଣ କଶ୍ମୀର ଜିଲାର ଖାନବଲରେ ଆବାସିକ କଲୋନିରେ ସ୍ଥିତ ସରକାରୀ ଘର ଖାଲି କରିବାକୁ ମୁଫତି ଓ ଅନ୍ୟ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି । ମୁଫତିଙ୍କ ବ୍ୟତୀତ ପୂର୍ବତନ ବିଧାୟକ ମହମ୍ମଦ ଉଲ୍ଲାଫ ୱାନି, ଅବଦୁଲ ରହିମ ରାଠେର, ଅବଦୁଲ ମଜିଦ ଭଟ୍ଟ, ଅଲ୍ଲତାଫ ଶାହ ଓ ଅବଦୁଲ କବିର ପଠାନ, ପୂର୍ବତନ ଜିଲା ପରିଷଦ ବଶିର ଶାହ ଓ ଚୌଧୁରୀ ନିଜାମୁଦ୍ଦିନଙ୍କୁ ବି ନୋଟିସ ଜାରି କରାଯାଇଛି ।

Share