ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପୁଣି ନୋଟିସ

ଯାଜପୁର ଅଫିସ,୨୭।୧୧: ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୨ ଅଧୀନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କେ. ତୁଳସୀ ପାତ୍ରଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ ହୋଇଛି। କାର୍ଯ୍ୟରେ ଅବହେଳା ଏବଂ ଅପକର୍ମ ଲୁଚାଇବାକୁ ଉଦ୍ୟମ କରିଥିବା ଦର୍ଶାଇ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ୧୯ା୧୧ା୨୦ରେ ଉପରୋକ୍ତ ନୋଟିସ ଦେଇଛନ୍ତି। ନୋଟିସରେ ଓସିଏସ ଧାରା-୧୫ ଏବଂ ସିସିଏ ଧାରାରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଏହି ନୋଟିସ ଅନ୍ୟ କୌଣସି ଆଭିମୁଖ୍ୟ ନେଇ ହୋଇଥିବା ସନ୍ଦେହ କରାଯାଉଛି। ଗତ ଜୁଲାଇରେ ଯନ୍ତ୍ରୀ ପାତ୍ରଙ୍କ ନାମରେ ମଧ୍ୟ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଅଧୀକ୍ଷଣ ଯନ୍ତ୍ରୀ ଯାଜପୁର ଜିଲା ବଡ଼ଚଣା ବ୍ଲକ ଉଦୟଗିରି-ମଝିପଡ଼ାଠାରୁ ପୂର୍ତ୍ତ ବିଭାଗ ରାସ୍ତା ଭାୟା ତଳଚଣ୍ଡିଆ ରାସ୍ତା କାର୍ଯ୍ୟର ନିରୀକ୍ଷଣରେ ଯାଇଥିବାବେଳେ ଯନ୍ତ୍ରୀ ପାତ୍ର ଅନୁପସ୍ଥିତ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଉକ୍ତ ନୋଟିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବାବେଳେ ୧୯ ତାରିଖ ନୋଟିସ ମଧ୍ୟ ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି। ଫନୀ, ତିତଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ରାସ୍ତାର ମରାମତି ନାମରେ ପୂର୍ବରୁ ବିପୁଳ ଅର୍ଥ ଆମତ୍ସାତ ହୋଇଥିବା ଅଭିଯୋଗ ହୋଇଛି। ଏବେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଠକି ଦୁର୍ନୀତିରୁ ଖସି ଯିବାକୁ ମିଥ୍ୟା ରିପୋର୍ଟ ଦିଆଯାଉଥିବା ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ୨୦୧୮-୧୯ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ)ରେ ସଞ୍ଜୟନଗରରୁ ଶାସନ ପୁରୁଷୋତ୍ତମପୁର, ଆଦିବାସୀସାହି ଭାୟା ଖଟୁଆପଡା ରାସ୍ତା ପାଇଁ ୩ କୋଟି ୩୧ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଠିକାଦାର ସୁରେଶ ଚନ୍ଦ୍ର ମିଶ୍ରଙ୍କୁ ୨ କୋଟି ୫୦ ଲକ୍ଷ ୭୨ ହଜାର ଟଙ୍କାରେ ଏହି ରାସ୍ତାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ୧ କୋଟି ୫୮ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଖର୍ଚ୍ଚ ତୁଳନାରେ ରାସ୍ତା କାର୍ଯ୍ୟରେ ଅଗ୍ରଗତି ହୋଇ ନ ଥିବା ଜଣାପଡିଛି। ଏନେଇ ଅଭିଯୋଗ ହେବା ପରେ ଅଧୀକ୍ଷଣ ଯନ୍ତ୍ରୀ ୧୭ା୧୧ା୨୦ରେ ଉକ୍ତ ରାସ୍ତା କାର୍ଯ୍ୟର ତଦନ୍ତରେ ଯାଇଥିଲେ। ରାସ୍ତାର ୦୦ କିମିଠାରୁ ୧.୭୧୦ କିମି ପର୍ଯ୍ୟନ୍ତ ୭୫ଏମଏମ ବିଏମ ଓ ୨୫ ଏମଏମ ଏସଡିବିସି କାର୍ଯ୍ୟ ହୋଇଥିବା ଦର୍ଶାଇ ଯନ୍ତ୍ରୀ ପାତ୍ର ପୂର୍ବରୁ ରିପୋର୍ଟ ଦାଖଲ କରିଥିଲେ। ତେବେ ତଦନ୍ତରେ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଥିଲା। ଏହାବାଦ ରାସ୍ତା କାର୍ଯ୍ୟ ଗୃହୀତ ନୀତିରୁ ବିଚ୍ୟୁତ କାର୍ଯ୍ୟ ହୋଇଥିବା ତଦନ୍ତରେ ଅଧୀକ୍ଷଣ ଯନ୍ତ୍ରୀ ଜାଣିବାକୁ ପାଇଥିଲେ। ତେଣୁ ଅଧୀକ୍ଷଣ ଯନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଦାୟିତ୍ୱରେ ଥିବା ଯନ୍ତ୍ରୀ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୭ା୬ା୨୦ରେ ପିଏମ୍‌ଜିଏ୍‌ସୱାଇ ଚିଫ ଇଞ୍ଜିନିୟର ଓ ଅଧୀକ୍ଷଣ ଯନ୍ତ୍ରୀ ବଡ଼ମଧୁପୁରଠାରୁ ପନ୍ତୁରୀ କେନାଲ ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ନିରୀକ୍ଷଣରେ ଯାଇଥିଲେ। କିନ୍ତୁ ବିଭାଗୀୟ ଗୃହୀତ ନୀତି ଅନୁସାରେ କାର୍ଯ୍ୟ ହୋଇ ନ ଥିଲାବେଳେ ମଞ୍ଜୁର ୬ କି.ମି. ଲମ୍ବ ରାସ୍ତା କାର୍ଯ୍ୟ ଦେଖାଇବା ଦାୟିତ୍ୱରେ ଥିବା ଯନ୍ତ୍ରୀ ପାତ୍ର ବିଫଳ ହୋଇଥିଲେ। ଯାହାକି ବିଭାଗରେ ପ୍ରଚଳିତ ନୀତି ଓ ନିୟମକୁ ଉଲ୍ଲଂଘନ ହୋଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ନୋଟିସରେ ଉଲ୍ଲେଖ କରିଛନ୍ତି। ତେବେ ବଡ଼ମଧୁପୁର-ପନ୍ତୁରୀ ରାସ୍ତାର ନିରୀକ୍ଷଣକୁ ଇତିମଧ୍ୟରେ ୫ ମାସ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ ଏଯାଏ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷେ ଚଳିତ ବିଧାନସଭା ଅଧିବେଶନରେ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କ ନାମରେ ହୋଇଥିବା ଅଭିଯୋଗରେ ଦୁର୍ନୀତି ଓ ଅବହେଳା ସଂକ୍ରାନ୍ତରେ ବିଧାୟକ ସନ୍ତୋଷ ସିଂ ସାଲୁଜା କରିଥିବା ପ୍ରଶ୍ନର ଉତ୍ତରରେ ଯନ୍ତ୍ରୀ ପାତ୍ରଙ୍କ ନାମ ତାଲିକା ଦିଆଯାଇଛି। ଏଭଳି ଅନେକ ଦୁର୍ନୀତି ଓ ପ୍ରିୟାପ୍ରୀତି କେବଳ ନୋଟିସରେ ସୀମିତ ରହୁଥିବାରୁ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହେବା ସହ ଗ୍ରାମାଞ୍ଚଳର ରାସ୍ତା ଦୀର୍ଘସ୍ଥାୟୀ ହୋଇ ନ ପାରି ଲୋକେ ହଇରାଣ ହେଉଥିବା ନଜିର ରହିଛି। ଏସଂକ୍ରାନ୍ତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗସ୍ତରରେ ହୋଇଥିବା ନୋଟିସ ଉପରେ କାରଣ ଦର୍ଶାଇଛନ୍ତି। କୌଣସିପ୍ରକାର ଅବହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri