ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ପୁଣି ନୋଟିସ

ଯାଜପୁର ଅଫିସ,୨୭।୧୧: ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ୍‌-୨ ଅଧୀନରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କେ. ତୁଳସୀ ପାତ୍ରଙ୍କୁ ପୁଣି କାରଣ ଦର୍ଶାଅ ନୋଟିସ ହୋଇଛି। କାର୍ଯ୍ୟରେ ଅବହେଳା ଏବଂ ଅପକର୍ମ ଲୁଚାଇବାକୁ ଉଦ୍ୟମ କରିଥିବା ଦର୍ଶାଇ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ନିର୍ମାଣ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ୧୯ା୧୧ା୨୦ରେ ଉପରୋକ୍ତ ନୋଟିସ ଦେଇଛନ୍ତି। ନୋଟିସରେ ଓସିଏସ ଧାରା-୧୫ ଏବଂ ସିସିଏ ଧାରାରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେଥିନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଏହି ନୋଟିସ ଅନ୍ୟ କୌଣସି ଆଭିମୁଖ୍ୟ ନେଇ ହୋଇଥିବା ସନ୍ଦେହ କରାଯାଉଛି। ଗତ ଜୁଲାଇରେ ଯନ୍ତ୍ରୀ ପାତ୍ରଙ୍କ ନାମରେ ମଧ୍ୟ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଅଧୀକ୍ଷଣ ଯନ୍ତ୍ରୀ ଯାଜପୁର ଜିଲା ବଡ଼ଚଣା ବ୍ଲକ ଉଦୟଗିରି-ମଝିପଡ଼ାଠାରୁ ପୂର୍ତ୍ତ ବିଭାଗ ରାସ୍ତା ଭାୟା ତଳଚଣ୍ଡିଆ ରାସ୍ତା କାର୍ଯ୍ୟର ନିରୀକ୍ଷଣରେ ଯାଇଥିବାବେଳେ ଯନ୍ତ୍ରୀ ପାତ୍ର ଅନୁପସ୍ଥିତ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଉକ୍ତ ନୋଟିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବାବେଳେ ୧୯ ତାରିଖ ନୋଟିସ ମଧ୍ୟ ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି। ଫନୀ, ତିତଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ରାସ୍ତାର ମରାମତି ନାମରେ ପୂର୍ବରୁ ବିପୁଳ ଅର୍ଥ ଆମତ୍ସାତ ହୋଇଥିବା ଅଭିଯୋଗ ହୋଇଛି। ଏବେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଠକି ଦୁର୍ନୀତିରୁ ଖସି ଯିବାକୁ ମିଥ୍ୟା ରିପୋର୍ଟ ଦିଆଯାଉଥିବା ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ୨୦୧୮-୧୯ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ଏମ୍‌ଏମ୍‌ଏସ୍‌ୱାଇ)ରେ ସଞ୍ଜୟନଗରରୁ ଶାସନ ପୁରୁଷୋତ୍ତମପୁର, ଆଦିବାସୀସାହି ଭାୟା ଖଟୁଆପଡା ରାସ୍ତା ପାଇଁ ୩ କୋଟି ୩୧ ଲକ୍ଷ ୩୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଠିକାଦାର ସୁରେଶ ଚନ୍ଦ୍ର ମିଶ୍ରଙ୍କୁ ୨ କୋଟି ୫୦ ଲକ୍ଷ ୭୨ ହଜାର ଟଙ୍କାରେ ଏହି ରାସ୍ତାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ୧ କୋଟି ୫୮ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଖର୍ଚ୍ଚ ତୁଳନାରେ ରାସ୍ତା କାର୍ଯ୍ୟରେ ଅଗ୍ରଗତି ହୋଇ ନ ଥିବା ଜଣାପଡିଛି। ଏନେଇ ଅଭିଯୋଗ ହେବା ପରେ ଅଧୀକ୍ଷଣ ଯନ୍ତ୍ରୀ ୧୭ା୧୧ା୨୦ରେ ଉକ୍ତ ରାସ୍ତା କାର୍ଯ୍ୟର ତଦନ୍ତରେ ଯାଇଥିଲେ। ରାସ୍ତାର ୦୦ କିମିଠାରୁ ୧.୭୧୦ କିମି ପର୍ଯ୍ୟନ୍ତ ୭୫ଏମଏମ ବିଏମ ଓ ୨୫ ଏମଏମ ଏସଡିବିସି କାର୍ଯ୍ୟ ହୋଇଥିବା ଦର୍ଶାଇ ଯନ୍ତ୍ରୀ ପାତ୍ର ପୂର୍ବରୁ ରିପୋର୍ଟ ଦାଖଲ କରିଥିଲେ। ତେବେ ତଦନ୍ତରେ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଥିଲା। ଏହାବାଦ ରାସ୍ତା କାର୍ଯ୍ୟ ଗୃହୀତ ନୀତିରୁ ବିଚ୍ୟୁତ କାର୍ଯ୍ୟ ହୋଇଥିବା ତଦନ୍ତରେ ଅଧୀକ୍ଷଣ ଯନ୍ତ୍ରୀ ଜାଣିବାକୁ ପାଇଥିଲେ। ତେଣୁ ଅଧୀକ୍ଷଣ ଯନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ଦାୟିତ୍ୱରେ ଥିବା ଯନ୍ତ୍ରୀ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୭ା୬ା୨୦ରେ ପିଏମ୍‌ଜିଏ୍‌ସୱାଇ ଚିଫ ଇଞ୍ଜିନିୟର ଓ ଅଧୀକ୍ଷଣ ଯନ୍ତ୍ରୀ ବଡ଼ମଧୁପୁରଠାରୁ ପନ୍ତୁରୀ କେନାଲ ନଦୀବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ନିରୀକ୍ଷଣରେ ଯାଇଥିଲେ। କିନ୍ତୁ ବିଭାଗୀୟ ଗୃହୀତ ନୀତି ଅନୁସାରେ କାର୍ଯ୍ୟ ହୋଇ ନ ଥିଲାବେଳେ ମଞ୍ଜୁର ୬ କି.ମି. ଲମ୍ବ ରାସ୍ତା କାର୍ଯ୍ୟ ଦେଖାଇବା ଦାୟିତ୍ୱରେ ଥିବା ଯନ୍ତ୍ରୀ ପାତ୍ର ବିଫଳ ହୋଇଥିଲେ। ଯାହାକି ବିଭାଗରେ ପ୍ରଚଳିତ ନୀତି ଓ ନିୟମକୁ ଉଲ୍ଲଂଘନ ହୋଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ନୋଟିସରେ ଉଲ୍ଲେଖ କରିଛନ୍ତି। ତେବେ ବଡ଼ମଧୁପୁର-ପନ୍ତୁରୀ ରାସ୍ତାର ନିରୀକ୍ଷଣକୁ ଇତିମଧ୍ୟରେ ୫ ମାସ ଅତିକ୍ରାନ୍ତ ହୋଇ ସାରିଛି। କିନ୍ତୁ ଏଯାଏ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷେ ଚଳିତ ବିଧାନସଭା ଅଧିବେଶନରେ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କ ନାମରେ ହୋଇଥିବା ଅଭିଯୋଗରେ ଦୁର୍ନୀତି ଓ ଅବହେଳା ସଂକ୍ରାନ୍ତରେ ବିଧାୟକ ସନ୍ତୋଷ ସିଂ ସାଲୁଜା କରିଥିବା ପ୍ରଶ୍ନର ଉତ୍ତରରେ ଯନ୍ତ୍ରୀ ପାତ୍ରଙ୍କ ନାମ ତାଲିକା ଦିଆଯାଇଛି। ଏଭଳି ଅନେକ ଦୁର୍ନୀତି ଓ ପ୍ରିୟାପ୍ରୀତି କେବଳ ନୋଟିସରେ ସୀମିତ ରହୁଥିବାରୁ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହେବା ସହ ଗ୍ରାମାଞ୍ଚଳର ରାସ୍ତା ଦୀର୍ଘସ୍ଥାୟୀ ହୋଇ ନ ପାରି ଲୋକେ ହଇରାଣ ହେଉଥିବା ନଜିର ରହିଛି। ଏସଂକ୍ରାନ୍ତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗସ୍ତରରେ ହୋଇଥିବା ନୋଟିସ ଉପରେ କାରଣ ଦର୍ଶାଇଛନ୍ତି। କୌଣସିପ୍ରକାର ଅବହେଳା କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri