ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି ସିଂହ ପୁଣି ଥରେ ଦେଶର ନାଁ କରିଛନ୍ତି। ଚଳିତ ଥର ଗୁଗଲ ଓ ଫେସ୍‌ବୁକ ଓ ମାଇକ୍ରୋସଫ୍ଟର କିଛି ତ୍ରୁଟି ବାହାର କରି ସେ ପ୍ରାୟ ୪୪ଲକ୍ଷ ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏକଦା ଅଦିତିଙ୍କ ଡାକ୍ତର ହେବାର ସ୍ବପ୍ନ ଥିଲା ହେଲେ ବର୍ତ୍ତମାନ ସେ ସାଇବର ଏନାଲିଷ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ଗତବର୍ଷରୁ ସେ ବାଉଣ୍ଟି ହଣ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିକଟରେ ଅଦିତି ମାଇକ୍ରୋସଫ୍ଟ ଆଜୁରେ କ୍ଲାଉଡ୍‌ ସିଷ୍ଟମରେ ତ୍ରୁଟି ବାହାର କରିଥିଲେ। ଏହାକୁ ନେଇ କମ୍ପାନୀ ପକ୍ଷରୁ ତାଙ୍କୁ ପୁରସ୍କାର ରାଶିରେ ୨୨ଲକ୍ଷ ଟଙ୍କା ଦିଆଯାଇଥିଲା।

କେବଳ ମାଇକ୍ରୋସଫ୍ଟ କମ୍ପାନୀ ନୁହେଁ ଅନେକ ବଡ଼ ବଡ଼ କମ୍ପାନୀ ଯଥା ଫେସ୍‌ବୁକ, ଟିକ୍‌ଟକ୍‌, ଇଥେରିୟମ୍‌ ଓ ଗୁଗଲ ସମେତ ୪୦ରୁ ଊର୍ଦ୍ଧ୍ୱ କମ୍ପାନୀର ତ୍ରୁଟି ବାହାର କରି ଅଦିତି ପୁରସ୍କୃତ ହୋଇସାରିଛନ୍ତି। ତ୍ରୁଟି ବାହାର କରି ସେ ଏପର୍ଯ୍ୟନ୍ତ ୬୦ହାଜର ଡଲାର(ପ୍ରାୟ ୪୪ଲକ୍ଷ ଟଙ୍କା)ଆୟ କରିସାରିଛନ୍ତି। କେବଳ ଫେସ୍‌ବୁକ ତାଙ୍କୁ ୭,୫୦୦ଡଲାର(ପ୍ରାୟ ୫.୫ଲକ୍ଷ) ପୁରସ୍କାର ରାଶି ଦେଇଥିବା ସେ କହିଛନ୍ତି। ଅନ୍ୟପଟେ ଅଦିତି ଫେସ୍‌ବୁକ, ମାଇକ୍ରୋସଫ୍ଟ ଓ ଗୁଗଲର ‘ହଲ୍‌ ଅଫ୍‌ ଫେମ୍‌’ରେ ସ୍ଥାନ ପାଇଛନ୍ତି। ଏତଦ୍‌ ବ୍ୟତୀତ ମିଳିତ ଜାତିସଂଘର ‘ହଲ୍‌ ଅଫ୍‌ ଫେମ୍‌’ରେ ମଧ୍ୟ ସେ ନିଜର ସ୍ଥାନ ଅକ୍ତିଆର କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri