Categories: ଜାତୀୟ

ଲକର୍‌ରୁ କିଛି ପାଇଲାନି ସିବିଆଇ: ସିସୋଡିଆ

ନୂଆଦିଲ୍ଲୀ,୩୧ା୮: ଅବକାରୀ ନୀତିରେ ଅନିୟମିତତା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘର ଏବଂ ବ୍ୟାଙ୍କ ଲକର୍‌ ଯାଞ୍ଚ କରିଛି। ତେବେ ସିବିଆଇ ଅଧିକାରୀମାନେ ସେଠାରୁ କିଛି ପାଇ ନ ଥିବା ଓ ତାଙ୍କୁ ଏଥିପାଇଁ କ୍ଲିନ୍‌ ଚିଟ୍‌ ଦେଇଥିବା ସିସୋଡିଆ କହିଛନ୍ତି। ସକାଳେ ସିବିଆଇ ଟିମ୍‌ ଗାଜିଆବାଦ୍‌ର ଏକ ବ୍ୟାଙ୍କରେ ପହଞ୍ଚିଥିଲା। ସିସୋଡିଆ ଏବଂ ତାଙ୍କ ସ୍ତ୍ରୀ ସୀମା ମଧ୍ୟ ସେଠାରେ ପହଞ୍ଚିଥିଲେ। ଲକର୍‌ରେ ୭୦ ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଥିଲା। ଏ ସବୁ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କର ବୋଲି ସିସୋଡିଆ କହିଥିଲେ। ଯାଞ୍ଚରେ ସେ ଓ ପରିବାର ସବୁପ୍ରକାର ସହଯୋଗ କରିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୧୯ ତାରିଖରେ ସିିବିଆଇ ତାଙ୍କ ଘରେ ଚଢ଼ାଉ କରିଥିବାବେଳେ ସେଦିନ ମଧ୍ୟ ମିଳି ନ ଥିଲା ବୋଲି ସିସୋଡିଆ ଦାବି କରିଛନ୍ତି।

Share