ପୁରୀରେ ଶୀଘ୍ର ନଷ୍ଟ ହୋଇଯାଉଛି ନୋଟ୍‌

ପୁରୀ ଅଫିସ,୩୦।୯: ଓଡ଼ିଶାର ଅନ୍ୟ ଜିଲା ତୁଳନାରେ ପୁରୀରେ ନୋଟ୍‌ (କାଗଜ ଟଙ୍କା) ଶୀଘ୍ର ନଷ୍ଟ ହୋଇ ଯାଉଛି ବୋଲି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏସ୍‌ବିଆଇ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ନୋଟ୍‌ ବଜାରକୁ ଯିବା ପରେ ଏହା ବିଭିନ୍ନ ଲୋକଙ୍କ ପାଖକୁ କ୍ରମାଗତ ଭାବେ ସ୍ଥାନାନ୍ତରିତ ହୋଇଥାଏ। ଅନୁଗୋଳ ଓ ଢେଙ୍କାନାଳ ପରି ଜିଲାରେ ନୋଟ୍‌ଗୁଡ଼ିକ ୧୦ରୁ ୧୧ ହାତ ହେବା ସତ୍ତ୍ବେ ବ୍ୟବହାର ଉପଯୋଗ ହୋଇରହୁଛି। ମାତ୍ର ପୁରୀ ଜିଲାରେ ଏଭଳି ହେଉ ନ ଥିବା ଜଣାପଡ଼ିଛି। ଆନୁମାନିକ ଭାବେ ଗୋଟିଏ ନୋଟ୍‌ ୩ରୁ ୪ ଜଣଙ୍କ ହାତକୁ ଯିବା ପରେ ଏହା ସବୁ କ୍ଷେତ୍ର ପାଇଁ ବ୍ୟବହାର ଉପଯୋଗୀ ହୋଇରହୁନାହିଁ। ଏହାପଛର ମୁଖ୍ୟ କାରଣ ପୁରୀର ଲୁଣି ଜଳବାୟୁ ହୋଇଥାଇପାରେ ବୋଲି ପୁରୀ ଏସ୍‌ବିଆଇ ମୁଖ୍ୟ ଶାଖାର ମ୍ୟାନେଜର ବିଜୟ ଶତପଥୀ କହିଛନ୍ତି।
ଶତପଥୀ କହିଛନ୍ତି, ପୁରୀ ଏସବିଆଇକୁ ସବୁଠାରୁ ଅଧିକ ନୋଟ୍‌ ବଦଳି ପାଇଁ ଆସୁଛି। ତେବେ ଜଲଦି ନୋଟ୍‌ ନଷ୍ଟ ହେବା କାରଣରୁ ଆର୍ଥିକ କାରବାର ପ୍ରଭାବିତ ହେଉଛି। ବ୍ୟାଙ୍କ ମାଧ୍ୟମରେ ଲୋକଙ୍କ ନିକଟରେ ନୋଟ୍‌ ପହଞ୍ଚୁଥିବାବେଳେ ସେଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ସବୁଠାରୁ ଭଲ ନୋଟ୍‌ ଏଟିଏମ୍‌ରେ ଭର୍ତ୍ତି ପାଇଁ ଚୟନ କରାଯାଏ। ମଧ୍ୟମ ଧରଣର ନୋଟ୍‌କୁ ବଜାରକୁ ଛଡ଼ାଯାଏ ଓ ନଷ୍ଟ ହୋଇଯାଇଥିବା ନୋଟ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ଦାଖଲ କରାଯାଇଥାଏ। ପୁରୀ ଜିଲାରେ ନଷ୍ଟ ହୋଇଯାଉଥିବା ଏବଂ ଏଟିଏମ୍‌କୁ ଯାଇପାରୁ ନ ଥିବା ନୋଟ୍‌ ସଂଖ୍ୟା ଅନ୍ୟ ଜିଲା ତୁଳନାରେ ଅଧିକ। ଫଳରେ ପୁରୀ ଜିଲାକୁ ଅଧିକ ନୂଆ ନୋଟ୍‌ ଦରକାର ପଡ଼ୁଛି।
ଅନ୍ୟପକ୍ଷରେ ଟଙ୍କିକିଆ, ଦୁଇଟଙ୍କିଆ ଓ ପାଞ୍ଚଟଙ୍କିଆ ମୁଦ୍ରା ନେଣଦେଣ ଲାଗି ଲୋକେ ରାଜି ହେଉନାହାନ୍ତି। ଆର୍‌ବିଆଇ ପକ୍ଷରୁ ସମ୍ପୃକ୍ତ ମୁଦ୍ରା ପ୍ରଚଳିତ ଥିଲେ ମଧ୍ୟ ବଜାରରେ ଏହାକୁ ଚଳାଇବା କଷ୍ଟକର ହୋଇପଡୁଛି। ପୁରୀ ସଦର, ନିମାପଡ଼ା, ଗୋପ, କାକଟପୁର ଓ ବ୍ରହ୍ମଗିରି ପ୍ରଭୃତି ଅଞ୍ଚଳରେ ଟଙ୍କିକିଆ ଓ ଦୁଇଟଙ୍କିଆ ମୁଦ୍ରା ଅଚଳ ବୋଲି ଗୁଜବ ସୃଷ୍ଟି ହୋଇଛି। ଏଥିଯୋଗୁ ବ୍ୟବସାୟିକ କାରବାର ପ୍ରଭାବିତ ହେଉଛି। ଫଳରେ ସଂପୃକ୍ତ ମୁଦ୍ରାଗୁଡ଼ିକ ବହୁ ସଂଖ୍ୟାରେ ବ୍ୟାଙ୍କରେ ଜମା ହେଉଛି। କଣାସ ବ୍ଲକର କେତେକ ସ୍ଥାନରେ ଗତ କିଛି ମାସ ହେବ ଲୋକେ ୫ଟଙ୍କିଆ ମୁଦ୍ରା ନେଣଦେଣକୁ ମଧ୍ୟ ବନ୍ଦ କରିସାରିଲେଣି। ଏହା ବ୍ୟାଙ୍କଗୁଡ଼ିକ ପାଇଁ ସମସ୍ୟା ବଢ଼ାଉଛି। ଆର୍‌ବିଆଇ ଗାଇଡଲାଇନ୍‌ ଅନୁଯାୟୀ, କୌଣସି ବ୍ୟକ୍ତି ଅନାୟାସରେ ବ୍ୟାଙ୍କରେ ମୁଦ୍ରା ଦାଖଲ କରିପାରିବେ। ଏଣୁ ଲୋକେ ବଜାରରେ ଚଳୁ ନ ଥିବା ଟଙ୍କାକୁ ବ୍ୟାଙ୍କରେ ଜମା କରୁଛନ୍ତି। ଯେଉଁ ମୁଦ୍ରା ବଜାରରେ ଚଳୁ ନାହିଁ ତାହା କେବଳ ଏକ ଧାତୁ ସହ ସମାନ ବୋଲି କୁହାଯାଇପାରିବ। ଆର୍ଥିକ ଢାଞ୍ଚା ମଧ୍ୟରେ ସାମିଲ ନ ହୋଇ ପାରିବାରୁ ମୁଦ୍ରା ନିଜର ଆର୍ଥିକ କ୍ଷମତା ହରାଇସାରିଛି। ତେବେ ଏହା ପଛର ଏକ କାରଣ ହେଉଛି ୟୁପିଆଇ। ଗ୍ରାମାଞ୍ଚଳରେ ଲୋକେ ୨ରୁ ୪ ଟଙ୍କା ପାଇଁ ମଧ୍ୟ ୟୁପିଆଇକୁ ମାଧ୍ୟମ କଲେଣି। ଏଥିଯୋଗୁ ମୁଦ୍ରାର ବ୍ୟବହାର ଓ ଆର୍ଥିକ ମୂଲ୍ୟ ନଷ୍ଟ ହେଉଛି ବୋଲି ଆର୍ଥିକ ପରାମର୍ଶଦାତା ଦେବାଶିଷ ପଟ୍ଟନାୟକ କହିଛନ୍ତି। ବୁଦ୍ଧିଜୀବୀ ପ୍ରକାଶ ମିଶ୍ର କହିଛନ୍ତି, ଗ୍ରାମାଞ୍ଚଳରେ ଲୋକେ ପରସ୍ପରଠାରୁ ଗୁଜବ ଶୁଣି ଏଭଳି କରୁଛନ୍ତି। ପ୍ରଶାସନର ସଚେତନତା ଏଭଳି ଅବ୍ୟବସ୍ଥାକୁ ଭାଙ୍ଗିଦେବ। ସେହିପରି ମୁଦ୍ରା ନେବାକୁ ମନା କରୁଥିବା ଲୋକଙ୍କ ବିରୋଧରେ ଏତଲା ଦିଆଯାଉ। ଆର୍ଥିକ ସାକ୍ଷରତା ଯୋଜନା କାର୍ଯ୍ୟକାରୀ ସହ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଶାସନ ଓ ବ୍ୟାଙ୍କ ପଦକ୍ଷେପ ନେବା ଉଚିତ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ଏନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଧିକାରୀମାନଙ୍କ ସହ ଆଲୋଚନା କରିବୁ। କେତେ ମୁଦ୍ରା ପ୍ରଚଳନ ହୋଇପାରୁନାହିଁ ଓ କିଭଳି ପୁନଃ ପ୍ରଚଳନ କରିହେବ ସେନେଇ ଚେଷ୍ଟା କରାଯିବ। ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri