କାମରେ ଲାଗୁନି ସମ୍ପଦ କେନ୍ଦ୍ର

ଯାଜପୁର ରୋଡ୍‌, ୩।୭ (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପାଳିକାର ସମ୍ପଦ କେନ୍ଦ୍ର (ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର) କାମରେ ଲାଗୁନାହଁି। ସହରରୁ ସଂଗୃହିତ ବର୍ଜ୍ୟବସ୍ତୁ ବ୍ୟାସ ସରୋବର ନିକଟସ୍ଥ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ ଭଳି ଗଦା ହୋଇଛି। ଫଳରେ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବର ଅଞ୍ଚଳ ପରିସର ଦେଇ ଚଳାଚଳ କରୁଥିବା ଲୋକଙ୍କ ନାକ ଫାଟି ପଡୁଛି। ଏଥିରେ ପୌରପାଳିକା କର୍ତ୍ତୃପକ୍ଷ କେବଳ ପରିମଳ ସେବାରେ ବ୍ୟତିକ୍ରମ କରୁନାହାନ୍ତି, ବରଂ ଆପରାଧିକ କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ପରିଷ୍କାର ପରିଚ୍ଛନ୍ନତା ସ୍ବାୟତ୍ତ ଶାସନ ସଂସ୍ଥାର ପ୍ରାଥମିକ ଓ ମୌଳିକ ଦାୟିତ୍ୱ ବୋଲି ନଗର ବିଜ୍ଞାନ ପାଠ କହୁଛି। କିନ୍ତୁ ଏହା ବ୍ୟାସନଗର କ୍ଷେତ୍ରରେ ମୂଲ୍ୟହୀନ ହୋଇଛି। ପୌରସଂସ୍ଥା ଦ୍ୱାରା ନିଯୁକ୍ତ ଏକ ଘରୋଇ ଠିକାସଂସ୍ଥା ପରିମଳ ଦାୟିତ୍ୱ ନିର୍ବାହରେ ଦିଗହରା ହୋଇଛି। ଏହି ଠିକାସଂସ୍ଥାକୁ ମାସିକ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ହେଲେ ଆବଶ୍ୟକ ଶ୍ରମିକ ନିୟୋଜନ କରାଯାଉ ନ ଥିବାରୁ ସହର ପରିମଳ ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏତେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ସହରର ବିଭିନ୍ନ ଅଞ୍ଚଳ ଦୁର୍ଗନ୍ଧରେ କମ୍ପୁଛି, ଯାହାକି ବ୍ୟାସ ସରୋବର ରାସ୍ତାରେ କୁଢ଼ କୁଢ ଆବର୍ଜନା ଜମା ହୋଇଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରି ସହରବାସୀ ନୟାନ୍ତ ହୋଇ ସାରିଛନ୍ତି। କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାବେଳେ ପରିବେଶକୁ ସଜାଡ଼ିବାକୁ କାଉନସିଲରମାନଙ୍କ ଭୂମିକା ମଧ୍ୟ କିଛି ରହୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ସହରର ସବୁଆଡ଼େ ଗଦା ଗଦା ମଇଳା ଆବର୍ଜନା। ମଶାମରା ତେଲ ଆବଶ୍ୟକ ଅନୁଯାୟୀ ବ୍ୟବହାର ହେଉନାହିଁ। ଫଳରେ ସହରରେ ମଶାମାଛିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ୨୦୨୦ରେ ବ୍ୟାସ ସରୋବର ନିକଟରେ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି। କିନ୍ତୁ ସମ୍ପଦ କେନ୍ଦ୍ର ପରିସରର ମଇଳା ଆବର୍ଜନା ଗଦା କରିବା ପରିବର୍ତ୍ତେ ବାହାରେ ଏହାକୁ ଠୁଳ କରାଯାଉଛି। ଯଦ୍ୱାରା ଆଖପାଖ ଅଞ୍ଚଳ ପ୍ରଦୂଷିତ ହେଉଥିବା ସହ ଟ୍ରେନରେ ଯାଉଥିବା ଲୋକଙ୍କ ମଧ୍ୟରେ ନକାରାମତ୍କ ଭାବନା ସୃଷ୍ଟି କରୁଛି। ଏଥିରେ ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସନ୍ତସନ୍ତିଆ ଜାଗା, ପଚାଶଢ଼ା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ପ୍ଲାଷ୍ଟିକ ଜାଗାରେ ଥିବା ଦୂଷିତ ପାଣିରେ ଏଡିସ ମଶା ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ସହରବାସୀଙ୍କ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହେବା ଆଶଙ୍କା ବଢ଼ିଯାଉଛି। ଏଭଳିସ୍ଥଳେ ପ୍ରଶାସନ ଜାଣିଶୁଣି ଚୁପ୍‌ ହୋଇ ବସି ରହି ସହରବାସୀଙ୍କ ଜୀବନ ପ୍ରତି ଖେଳ ଖେଳୁଛି। ସେହିପରି ପାଥୋଲାବ୍‌ଗୁଡ଼ିକରେ ବ୍ୟବହୃତ ଛୁଞ୍ଚି, ସାଲାଇନ, ଗ୍ଲୋବ୍ସ ଆଦି ଏଠାରେ ଫିଙ୍ଗି ଦିଆଯାଉଛି। ମନମୁଖି ଭାବେ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଥିବାରୁ ରୋଗ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହୁଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପଦ କେନ୍ଦ୍ର ବାହାରେ ମଇଳା ଆବର୍ଜନା ଗଦା ହେଉଥିବା ନେଇ ସେ ତଦନ୍ତ କରିବେ। ଏହାର ଖୁବଶୀଘ୍ର ସମାଧାନ ବାଟ ବାହାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri