Advertisement
Posted inଜାତୀୟ

ନଭେମ୍ବର ୨ରୁ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୧୪।୧୦: ଚାରିଚକିଆ ଗାଡିରେ ବସୁଥିଲେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନଭେମ୍ବର ୨ ତାରିଖରୁ ଏହି ନିୟମକୁ କଡାକଡି ପାଳନ କରିବାକୁ ମୁମ୍ବାଇ ପୋଲିସ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି। ମୁମ୍ବାଇ ସହରର ସମସ୍ତ ମୋଟର ଯାନ ଡ୍ରାଇଭର ଏବଂ ଯାନବାହାନରେ ଯାତାୟାତ କରୁଥିବା ଯାତ୍ରୀ ଯାତ୍ରା କରିବା ସମୟରେ ସିଟ୍‌ ବେଲ୍ଟ ପିନ୍ଧିବାକୁ ନିୟମ କରାଯାଇଛି। ନିୟମ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ମୋଟର ଯାନ (ସଂଶୋଧନ) ଅଧିନିୟମ, ୨୦୧୯ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ମୁମ୍ବାଇ ପୋଲିସ କହିଛି।
ଅନ୍ୟପଟେ, ଯେଉଁ ଯାନବାହାନରେ ଯାତ୍ରୀଙ୍କ ପାଇଁ ସିଟ୍‌ ବେଲ୍ଟ ସୁବିଧା ନାହିଁ, ସେମାନେ ନଭେମ୍ବର ୨ ସୁଦ୍ଧା ସିଟ୍‌ ବେଲ୍ଟ କରେଇଦେବାକୁ ମୁମ୍ବାଇ ପୋଲିସ ନିର୍ଦ୍ଦେଶ ଦେଇଛି। ଗତ ମାସରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଚାରିଚକିଆ ଗାଡିରେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା

ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ...

ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ...

କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ...

୩୩% ପରିବାର କ୍ଷୀର ପିଇବା କମାଇଛନ୍ତି

ନୂଆଦିଲ୍ଲୀ,୫ା୯: ଭାରତରେ କ୍ଷୀର ଦରବୃଦ୍ଧି ଯୋଗୁ ଏହାର ବ୍ୟବହାର କେତେ ପ୍ରଭାବିତ ହୋଇଛି ସେନେଇ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ଏକ...

ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ

ନୂଆଦିଲ୍ଲୀ,୪।୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ, ଜିମ୍‌ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାରଠାରୁ...

ଥରୁରଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶନିବାର କଂଗ୍ରେସ ନେତା ଶଶି ଥରୁରଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେ ଫେବୃୟାରୀରୁ ମେ...

୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୯।୫: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ସର୍ବାଧିକ ୫୦୦ କରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କୁ ଅଡୁଆରେ...

ଜୋକ୍ ପାଇଁ ଫସିଲେ ରଣଦୀପ ହୁଡା

ମୁମ୍ବାଇ, ୨୮।୫: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କୁ ମହଙ୍ଗା ପଡ଼ିଛି ଏକ ଜୋକ। ଏହି ଅଭିନେତା ୨୦୧୨ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବହୁଜନ ସମାଜବାଦି...

Advertisement
Archives

Model This Week