ଯୁଦ୍ଧ ନୁହେଁ, ଗଣହତ୍ୟା

ଲଭିଭ୍‌, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ ଟାର୍ଗେଟ କରୁନାହାନ୍ତି। ରେସିଡେନ୍ସିଆଲ ବିଲ୍ଡିଂ ସମେତ ସ୍କୁଲ, କଲେଜ, ଚର୍ଚ୍ଚ, ହସ୍ପିଟାଲ, ଆମ୍ବୁଲାନ୍ସଗୁଡ଼ିକ ଉପରେ ମଧ୍ୟ ତୁହାକୁ ତୁହା ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏଥିଯୋଗୁ ପ୍ରାୟ ୪ ହଜାର ନୀରିହ ନାଗରିକଙ୍କ ଜୀବନ ଗଲାଣି। ନିରସ୍ତ୍ର ଜନତାଙ୍କୁ ଶକ୍ତିଶାଳୀ ରୁଷୀୟ ସୈନ୍ୟଙ୍କ ଏହି ବର୍ବର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ଗଣହତ୍ୟା ବୋଲି ନିନ୍ଦା କରିଛନ୍ତି।

ପୋଲାଣ୍ଡ ସୀମା ନିକଟ ୟୁକ୍ରେନ୍‌ ସେନା ଘାଟିରେ ରୁଷିଆ ରବିବାର ଏୟାର ଷ୍ଟ୍ରାଇକ୍‌ କରିଛି। ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୪ ଜଣ ଆହତ ହୋଇଛନ୍ତି। ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ଗଭର୍ନର ମକ୍‌ସ୍ୟମ କୋଜିତ୍‌ସ୍କିଙ୍କ ସୂଚନା ଅନୁସାରେ, ପୋଲାଣ୍ଡ ସୀମାଠାରୁ ପ୍ରାୟ ୨୫ କି.ମି. ଦୂରରେ ରୁଷିଆ ଆକ୍ରମଣ କରିଛି। ମସ୍କୋର ପ୍ରାୟ ୩୦ ମିଶାଇଲ ଉକ୍ତ ମିଲିଟାରୀ ବେସ୍‌କୁ ଟାର୍ଗେଟ କରିଥିଲା। ସେଥିରୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ଅଟକାଇବାରେ ଏୟାର ଡିଫେନ୍ସ ସିଷ୍ଟମ ସଫଳ ହୋଇଥିଲା। କିନ୍ତୁ ଗୋଟିଏ ମିଶାଇଲ ସେଠାରେ ପଡ଼ିବାରୁ ଲୋକଙ୍କ ଜୀବନ ଯାଇଥିବା ସେ କହିଛନ୍ତି।
ଦେଶ ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣରେ ପୋଲାଣ୍ଡ ସୀମାନ୍ତ ଅଞ୍ଚଳର ପ୍ରମୁଖ ଭୂମିକା ରହିଛି। ଏହି ବାଟ ଦେଇ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ରୁଷିଆ ବିରୋଧରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ପଠାଉଛନ୍ତି। ଲଭିଭ୍‌ର ୟାଭୋରିଭ୍‌ଠାରେ ଅନ୍ତର୍ଜାତୀୟ ଶାନ୍ତି ରକ୍ଷକ ଏବଂ ନିରାପତ୍ତା କେନ୍ଦ୍ର ରହିଛି। ଏହି କେନ୍ଦ୍ର ଅନ୍ତର୍ଜାତୀୟସ୍ତରରେ ନାଟୋ ସୈନିକଙ୍କ ସମରାଭ୍ୟାସ ମଧ୍ୟ ଆୟୋଜିତ କରିଥାଏ। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ୧୮ ଦିନ ମଧ୍ୟରେ ଏହି ଟ୍ରେନିଂ ସେଣ୍ଟରରେ ପାଶ୍ଚାତ୍ୟ ଦେଶରୁ ଆସୁଥିବା ଯୁଦ୍ଧାସ୍ତ୍ର ଠୁଳ ହେଉଛି। ଏଠାରୁ ୟୁକ୍ରେନ୍‌ର ବିଭିନ୍ନ ସହରକୁ ସେଗୁଡ଼ିକ ଯୋଗାଣ ହେଉଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ଅସ୍ତ୍ର ଯୋଗାଣକୁ ରୁଷିଆ ଟାର୍ଗେଟ କରିବ ବୋଲି କହିବାର ଦିନକ ପରେ ଏହି ଆକ୍ରମଣ କରିଛି। ଶାନ୍ତିରକ୍ଷକ ଏବଂ ନିରାପତ୍ତା କ୍ଷେତ୍ରରେ ବହୁ ବିଦେଶୀ କର୍ମଚାରୀ କାର୍ଯ୍ୟରତ। ତେଣୁ ଏହା ଉପରେ ରୁଷିଆର ଆକ୍ରମଣ ନିନ୍ଦନୀୟ ବୋଲି ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ପଶ୍ଚିମ ୟୁକ୍ରେନ୍‌ରେ ଥିବା ଇଭାନୋ-ଫ୍ରାଙ୍କିଭ୍‌ସ୍କ ବିମାନବନ୍ଦରକୁ ମଧ୍ୟ ଟାର୍ଗେଟ କରି ରୁଷିଆ ମିଶାଇଲ ମାଡ଼ କରିଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ରୁଷୀୟ ସୈନ୍ୟ ୟୁକ୍ରେନ୍‌ର ୩,୬୮୭ ସେନା ଭିତ୍ତିଭୂମି ନଷ୍ଟ କରିସାରିଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଆଇଗୋର କୋନାଶେନ୍‌ଙ୍କୋଭ୍‌ କହିଛନ୍ତି।

ପୁଟିନ୍‌ଙ୍କୁ ଉଗ୍ର କରିଛି କ୍ୟାନ୍‌ସର ଚିକିତ୍ସା

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ରବିବାର ୧୮ ଦିନ ପୂରିଥିବାବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ସାମ୍‌ନାକୁ ଆସିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଅନ୍ତନଳୀ କ୍ୟାନ୍ସରରେ ପୀଡ଼ିତ ଏବଂ ଚିକିତ୍ସା ପାଇଁ ସେ ଷ୍ଟେରଏଡ୍‌ ଡ୍ରଗ୍ସ ନେଉଥିବା ଡେଲି ମେଲ୍‌, ମିରର୍‌ ସମେତ ଏକାଧିକ ପ୍ରମୁଖ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଗୋଇନ୍ଦା ସୂଚନା ଆଧାରରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲାଣ୍ଡ, ବ୍ରିଟେନର ପ୍ରମୁଖ ବ୍ୟକ୍ତିତ୍ୱ ଏହି ରିପୋର୍ଟକୁ ସତ ମାନିବା ସହ ଷ୍ଟେରଏଡ୍‌ ଚିକିତ୍ସା ଯୋଗୁ ୬୯ ବର୍ଷୀୟ ପୁଟିନ୍‌ ମାନସିକ ସନ୍ତୁଳନ ହରାଇ ଆକ୍ରମଣାତ୍ମକ ହୋଇପଡ଼ିଥିବା ବିଶ୍ୱାସ କରୁଛନ୍ତି। କ୍ରେମ୍‌ଲିନର ନିକଟତମ ସୂତ୍ରରୁ ମଧ୍ୟ ଏପରି ସୂଚନା ହସ୍ତଗତ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।
ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ, ଡିକ୍ଟେଟର କ୍ୟାନ୍ସର ଚିକିତ୍ସା ନିମନ୍ତେ ଷ୍ଟେରଏଡ୍‌ ନେଉଥିବାରୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୋଇଛି। ତେଣୁ ଅନ୍ୟ ସଂସ୍ପର୍ଶରେ ଆସିଥିଲେ ଅଧିକ ଅସୁସ୍ଥ ହେବା ଆଶଙ୍କା ଥିବାରୁ ସେ ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖୁଛନ୍ତି। କୌଣସି ବ୍ୟକ୍ତିଙ୍କ ସହ ବୈଠକ କିମ୍ବା ମିଶିବାର ଥିଲେ ସେ ଦୂରରେ ରହି ଆଲୋଚନା କରୁଛନ୍ତି। ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ୟୁକ୍ରେନ୍‌ ସମସ୍ୟା ବାବଦରେ ପୁଟିନ୍‌ଙ୍କୁ ଭେଟିବାକୁ ଯାଇଥିବାବେଳେ ସେ ପ୍ରାୟ ୧୩ ଫୁଟ୍‌ ଲମ୍ବର ଟେବୁଲର ଗୋଟିଏ ପାର୍ଶ୍ୱରେ ବସିଥିବାବେଳେ ପୁଟିନ୍‌ ଅପରପାର୍ଶ୍ୱରେ ଥିବା ଦେଖିବାକୁ ମିଳିଥିଲା। ଏପରିକି ନିଜ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ ପୁଟିନ୍‌ଙ୍କଠାରୁ ଦୂରତା ରଖି ଛିଡ଼ା ହୋଇଥିବାର ଦେଖାଯାଇଥିଲା। ପୂର୍ବରୁ ମଧ୍ୟ ପୁଟିନ୍‌ ଷ୍ଟେରଏଡ୍‌ ନେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ତାଙ୍କ ମୁହଁ ଅଣ୍ଡାକୃତି ହୋଇଯାଇଥିବା କୁହାଯାଉଛି। ଶକ୍ତିଶାଳୀ ମାଂସପେଶୀ ପାଇଁ ପୁଟିନ୍‌ ଡ୍ରଗ୍ସ ନେଉଥିବା କାରଣରୁ ପୁଟିନ୍‌ଙ୍କ ମୁହଁରେ ପରିବର୍ତ୍ତନ ଆସିଥିବା ରୁଷିଆର ପୂର୍ବତନ ବହିର୍ବ୍ୟାପାର ସଚିବ ଲଡ୍‌ ଡେଭିଡ୍‌ ଓଓ୍ବେନ୍‌ ସନ୍ଦେହ ବ୍ୟକ୍ତ କରିଛନ୍ତି। ସବୁବେଳେ ପୁଟିନ୍‌ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା, ମାନସିକ ଚାପରେ ରହିବା ସହ ଆକ୍ରମଣାତ୍ମକ ମନୋଭାବରେ ବୃଦ୍ଧି ଷ୍ଟେରଏଡ୍‌ଜନିତ ପ୍ରଭାବ ବୋଲି କୁହାଯାଉଛି।
ପୁଟିନ୍‌ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରୁଥିବା ପାର୍କିନସନ୍‌ରେ ପୀଡ଼ିତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି ରୋଗରେ ମଧ୍ୟ ପୀଡ଼ିତଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ ଏବଂ ସେ ମାନସିକ ଭାରସାମ୍ୟ ହରାଇବାର ଯଥେଷ୍ଟ ଆଶଙ୍କା ରହିଥାଏ। ଯଦି ଏପରି ରିପୋର୍ଟ ସତ ହୋଇଥାଏ ତେବେ ପୁଟିନ୍‌ କୌଣସି ସମୟରେ ନ୍ୟୁକ୍ଲିୟର ଅସ୍ତ୍ରରେ ଆକ୍ରମଣ ଦେବାର ଆଶଙ୍କା ଉପୁଜିଛି, ଯାହା କି ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।

ମାରିଉପୋଲରେ ୨୧ ଶହ ନିହତ

ଉପରେ ରୁଷିଆ ଆକ୍ରମଣକୁ ରବିବାର ୧୮ ଦିନ ପୂରିଥିବାବେଳେ କ୍ୱିଭ୍‌ ସମେତ ବିଭିନ୍ନ ସହରରେ ଘନଘନ ବୋମା, ଗୁଳି, ମିଶାଇଲ ମାଡ଼ ଜାରିରହିଛି। କେବଳ ମାରିଉପୋଲରେ ରୁଷିଆ ଆକ୍ରମଣରେ ୨୧ ଶହ ନାଗରିକଙ୍କ ଜୀବନ ଯାଇଥିବା ସିଟି କାଉନ୍‌ସିଲ ପକ୍ଷରୁ କୁହାଯାଇଛି।
କରିଡର ମାଧ୍ୟମରେ ପ୍ରାୟ ୧ ଲକ୍ଷ ୨୫ ହଜାର ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏବେ ମାରିଉପୋଲ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ପରେ ନିପୋରୁଡ୍‌ନୋୟେ ମେୟର ୟେଭ୍‌ହେନ ମାତ୍‌ଭେୟଭଙ୍କୁ ରୁଷିଆ ଅପହରଣ କରାଯାଇଥିବା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଅଭିଯୋଗ କରିଛନ୍ତି। ରୁଷିଆର ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ନିମନ୍ତେ ସେ ବିଶ୍ୱ ସମୁଦାୟକୁ ଆହ୍ବାନ ଦେଇଛନ୍ତି।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନାଟୋ, ପାଶ୍ଚାତ୍ୟ ଦେଶ, ଆମେରିକା ମଧ୍ୟରେ ବିଭ୍ରାଟ ସୃଷ୍ଟି କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିରେ ସଫଳ ହୋଇପାରି ନ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।
ପ୍ରଥମ କରି ଜଣେ ମହିଳାଙ୍କୁ ମରଣତ୍ତୋର ଭାବେ ‘ୟୁକ୍ରେନ୍‌ ହିରୋ’ ଉପାଧି ପ୍ରଦାନ କରାଯାଇଛି। ସରଜେଣ୍ଟ୍‌ ଇନ୍ନା ଡେରୁସୋଭା ରୁଷିଆ ବିରୋଧରେ ସାହସକିତା ସହ ଲଢ଼ି ଜୀବନ ଦେଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜେଲେନ୍‌ସ୍କି କହିଛନ୍ତି। ଫେବୃୟାରୀ ୨୪ରେ ସେ ରୁଷିଆ ଆକ୍ରମଣରୁ ୧୦ ୟୁକ୍ରେନ୍‌ ସୈନ୍ୟଙ୍କ ଜୀବନ ବଞ୍ଚାଇଥିଲେ।

 

ନରସଂହାର ବନ୍ଦ କର: ପୋପ୍‌

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌। ରୁଷିଆର ନାଁ ନ ନେଇ ସେ ଯୁଦ୍ଧାସ୍ତ୍ରରେ ଆକ୍ରମଣକୁ କେବେ ସ୍ବୀକାର କରାଯାଇପାରିବ ନାହିଁ ବୋଲି କହିଛନ୍ତି। ଈଶ୍ୱରଙ୍କ ନାମରେ ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ଆର୍ତ୍ତନାଦ ଶୁଣ ଏବଂ ୟୁକ୍ରେନ୍‌ରେ ନରସଂହାର ବନ୍ଦ କର ବୋଲି ପୋପ୍‌ ସେଣ୍ଟ ପିଟର୍ସ ସ୍କୋୟାରରେ ରବିବାର ଆୟୋଜିତ ସାମୂହିକ ପ୍ରାର୍ଥନାସଭାରେ କହିଛନ୍ତି। ଶିଶୁ ହସ୍ପିଟାଲ, ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ତାହକୁ ବୈଧ ରଣନୀତି ବୋଲି କୁହାଯାଇପାରିବ ନାହିଁ ବୋଲି ପୋପ୍‌ ପ୍ରକାଶ କରିଛନ୍ତି। ୟୁକ୍ରେନ୍‌ର ମାରିଉପୋଲ ସହରକୁ ସେ ‘ଶହୀଦ ସହର’ ଆଖ୍ୟା ଦେଇଛନ୍ତି। ତୁରନ୍ତ ସେଠାରୁ ଲୋକଙ୍କୁ ତୁରନ୍ତା ସ୍ଥାନାନ୍ତର ନିମନ୍ତେ ମାନବୀୟ କରିଡନ ନିର୍ମାଣ କରିବାକୁ ପୋପ୍‌ ନିବେଦନ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri