କରୋନା ଟିକା ନେଇ ନ ଥିବା ଲୋକଙ୍କ ପାଇଁ ୟୁରୋପରେ ଲକଡାଉନ

ଇସେଲ୍ସ,୨୧ ।୧୧: ଏବେ କରୋନା ମହାମାରୀର କେନ୍ଦ୍ର ହୋଇଛି ୟୁରୋପ । ଏହାର ବିଭିନ୍ନ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ୱାସ୍ଥ୍ୟ ସଙ୍କଟକୁ ଦେଖି ଟିକା ନେଇଥିବା ଓ ଟିକା ନ ନେଇଥିବା ଲୋକେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ଦେଖି ଟିକା ନ ନେଇଥିବା ଲୋକଙ୍କ ପାଇଁ ସରକାର କିଛି ନିୟମ ଲାଗୁ କରିଛନ୍ତି ।
ଅଷ୍ଟ୍ରିୟାରେ ଫେବୃୟରୀ ୧ରୁ ଟିକାକରଣ ଅନିର୍ବାର୍ଯ୍ୟ କରାଯାଇଛି । ସେଠାକାର ଚାନସେଲର ଆଲେକଜାଣ୍ଡର ଶଲେନବର୍ଗ କହିଛନ୍ତି, ଟିକାକରଣ ହିଁ ଏକମାତ୍ର ଉପାୟ ଯାହା କରୋନା ମହାମାରୀକୁ ଦୂରେଇ ଦେବ । ୟୁରୋପୀୟ ଦେଶରେ ଟିକାକରଣକୁ ଅନିର୍ବାର୍ଯ୍ୟ କରିଥିବା ଏହା ଏକମାତ୍ର ଦେଶ । କିନ୍ତୁ ଅନ୍ୟ ୟୁରୋପୀୟ ଦେଶମାନେ ମଧ୍ୟ ଟିକା ନ ନେଇଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପଟେ ସ୍ଲୋଭାକିୟାରେ ଟିକା ନ ନେଇଥିବା ଲୋକଙ୍କ ପାଇଁ ବାହାରକୁ ଯିବା ମନା । ଏମିତିକି ଆବଶ୍ୟକ ସାମଗ୍ରୀ ହେଉ ଅବା ଶପିଂ ମଲ ସବୁଠାରେ ଏମାନଙ୍କୁ ବାରଣ କରାଯାଇଛି । ଲୋକେ କହୁଛନ୍ତି ଏହା ଏକ ପ୍ରକାର ଲକଡାଉନ ।

Share