ଭାରତ ସହିତ କୌଣସି ବାଣିଜ୍ୟ ଆଲୋଚନା କରିବ ନାହିଁ ଆମେରିକା, ଟାରିଫ ବୃଦ୍ଧି ପରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତ ସହିତ ଆଉ ବାଣିଜ୍ୟ ଆଲୋଚନାରୁ ପଛଘୁଞ୍ଚା ଦେଇଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଅସାଧାରଣ ଭାବେ ତଳକୁ ନେଇଛି।

ଓଭାଲ ଅଫିସ୍‌ରେ ଖବରଦାତାମାନଙ୍କୁ ଟ୍ରମ୍ପ କହିଛନ୍ତି, “ଯେପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଆମେ ଆଲୋଚନା ଜାରି କରିବୁ ନାହିଁ।” ଏହି ମନ୍ତବ୍ୟ ରୁଷିଆ ସହ ଭାରତର ତୈଳ ବାଣିଜ୍ୟକୁ ନେଇ ଟ୍ରମ୍ପଙ୍କ ପୂର୍ବ ଚେତାବନୀ ପରେ ଆସିଛି, ଯେଉଁଥିରେ ସେ ମସ୍କୋ ସହ ବାଣିଜ୍ୟ କରୁଥିବା ଦେଶମାନଙ୍କ ଉପରେ “ଅତିରିକ୍ତ କଟକଣା” ଲଗାଇବା ସମ୍ପର୍କରେ କହିଥିଲେ।

ବୁଧବାର ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରି ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ମୋଟ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ଏହି ନୂଆ ଶୁଳ୍କ ଆଗଷ୍ଟ ୨୭ ତାରିଖରୁ ଲାଗୁ ହେବ।

ଏହି ଶୁଳ୍କ ବୃଦ୍ଧିକୁ ଭାରତ “ଅନୁଚିତ, ଅଯୌକ୍ତିକ ଓ ଅନ୍ୟାୟ” ବୋଲି ସମାଲୋଚନା କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, “ଆମେ ଆମର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ଆମର ଆମଦାନୀ ବଜାର ପରିସ୍ଥିତି ଆଧାରରେ ହୋଇଥାଏ ଏବଂ ୧୪୦ କୋଟି ଭାରତୀୟଙ୍କ ଶକ୍ତି ସୁରକ୍ଷା ନିଶ୍ଚିତ କରିବା ଆମର ମୂଳ ଉଦ୍ଦେଶ୍ୟ।”

ଗୁରୁବାର ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଆନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆମ କୃଷକଙ୍କ ସ୍ୱାର୍ଥ ଆମ ପାଇଁ ସର୍ବୋଚ୍ଚ। ଆମେ କୃଷକ, ମତ୍ସ୍ୟଜୀବୀ ଓ ଗୋପାଳକଙ୍କ ସ୍ୱାର୍ଥ ସହ କୌଣସି ଆପୋଷ ବୁଝାମଣା କରିବୁ ନାହିଁ।” ସେ ଆହୁରି କହିଛନ୍ତି, “ମୁଁ ଜାଣେ ଏହା ପାଇଁ ମୋତେ ବ୍ୟକ୍ତିଗତ ଭାବେ ବହୁତ ମୂଲ୍ୟ ଦେବାକୁ ପଡ଼ିବ, ମାତ୍ର ମୁଁ ଏଥିପାଇଁ ପ୍ରସ୍ତୁତ। ଭାରତ ଏଥିପାଇଁ ପ୍ରସ୍ତୁତ।”

ଭାରତ ଟ୍ରମ୍ପଙ୍କ ଶୁଳ୍କ ନିଷ୍ପତ୍ତିକୁ ଦୁଇମୁହାଁ ନୀତି ବୋଲି ସମାଲୋଚନା କରିଛି। ରୁଷିଆରୁ ତୈଳ ଆମଦାନୀ କରୁଥିବା ଅନ୍ୟ ପ୍ରମୁଖ ଦେଶ ଯଥା ଚାଇନା ଓ ତୁର୍କୀଙ୍କ ଉପରେ ଏଭଳି ଶୁଳ୍କ ଲାଗୁ ହୋଇନଥିବା ଭାରତ ଉଲ୍ଲେଖ କରିଛି। ଚାଇନା ଉପରେ ଆମେରିକାର ୧୪୫ ପ୍ରତିଶତ ଶୁଳ୍କ ଏକ ଅସ୍ଥାୟୀ ବୁଝାମଣା ଅଧୀନରେ ସ୍ଥଗିତ ରହିଛି, ଯାହା ଆଗଷ୍ଟ ୧୨ରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?