Posted inଖେଳ

‘ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ’

ନୂଆଦିଲ୍ଲୀ,୧୬।୧: ଟେଷ୍ଟ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଓହରିବା ନିଷ୍ପତ୍ତି ଭାରତୀୟ କ୍ରିକେଟରେ ହଇଚୟ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ସିରିଜ୍‌ ହାରିବା ଦିନକ ପରେ ଅଧିନାୟକ ପଦ ଛାଡ଼ିବା ନେଇ ସେ ଘୋଷଣା କରିଥିଲେ। ହଠାତ୍‌ ଏଭଳି ନିଷ୍ପତ୍ତି ଉପରେ ଅନେକ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ପ୍ରତିକ୍ରିୟା ରଖିଛନ୍ତି। ଏହି ତାଲିକାରେ ସାମିଲ ହୋଇଛନ୍ତି ଲିଟଲ ମାଷ୍ଟର ସୁନୀଲ ଗାଭାସ୍କର।

“ମୁଁ ବିଲକୁଲ ଆଶ୍ଚର୍ଯ୍ୟ ନୁହେଁ। ସିରିଜ୍‌ର ପୁରସ୍କାର ବିତରଣୀ ଉତ୍ସବରେ ଏଭଳି ଘଟିପାରେ ବୋଲି ମୁଁ ଭାବୁଥିଲି। କିନ୍ତୁ ସେଭଳି ହୋଇଥିଲେ ସିରିଜ୍‌ ପରାଜୟ ରାଗରେ ନେତୃତ୍ୱ ଛାଡୁଥିବା ଭଳି ଅନୁଭବ ହୋଇଥାନ୍ତା। ଏଣୁ ମୁଁ ଭାବୁଛି କିଛି ବ୍ୟବଧାନରେ ଏହି ନିଷ୍ପତ୍ତି ଆସିଛି ” ବୋଲି ଗାଭାସ୍କର ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି।

“ ବିଦେଶରେ ସିରିଜ୍‌ ପରାଜୟକୁ ବୋର୍ଡ ଅଧିକାରୀ ଓ କ୍ରିକେଟ ପ୍ରେମୀ ଗ୍ରହଣ କରିପାରନ୍ତି ନାହିଁ। ଜଣେ ଅଧିନାୟକ ଭାବେ ମୋର ଅଭିଜ୍ଞତା ଅଛି। ଅଧିନାୟକଙ୍କୁ ବରଖାସ୍ତ କରାଯିବାର ଭୟ ରହିଛି। ଏହା ଅତୀତରେ ମଧ୍ୟ ଘଟିଛି ଏବଂ ଏଥର ମଧ୍ୟ ଘଟିଥାନ୍ତା। କାରଣ ଭାରତ ଏହି ସିରିଜ୍‌କୁ ସହଜରେ ଜିତିବ ବୋଲି ଆଶା କରାଯାଉଥିଲା। ” ବୋଲି ପୂର୍ବତନ ଅଧିନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri