କଠୋର ନୁହେଁ କୋହଳ କର

ଅନୁଗୋଳ ଅଫିସ, ୧୨ା୧୧: କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେଲା। ଧାଡ଼ିରେ ଠିଆ ହୋଇ ଲକ୍ଷାଧିକ ଭୋଟର ଭୋଟ ଦେଲେ। ତେଣୁ ପୋଲିସ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଏଣିକି ଧର୍ମାନୁଷ୍ଠାନ ଖୋଲାଯାଉ। ଭକ୍ତମାନେ ଧାଡ଼ିରେ ଯାଇ ଦିଅଁ ଦର୍ଶନ କରନ୍ତୁ। ସରକାର ଜିଲା ପ୍ରଶାସନ ଉପରେ ଏ ନେଇ ନିଷ୍ପତ୍ତି ଛାଡ଼ିଥିବାରୁ ଅନୁଗୋଳ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ମନ୍ଦିର ପରିଚାଳକଙ୍କୁ ଡାକି ପଞ୍ଚକ ପୂର୍ବରୁ ଆଲୋଚନା କରି ଦର୍ଶନ ପାଇଁ ଅନୁମତି ଦେଉ। ଅନେକ କ୍ଷେତ୍ରରେ ସରକାର କୋଭିଡ୍‌ କଟକଣା କୋହଳ କରିଥିବାରୁ ଧର୍ମାନୁଷ୍ଠାନ ପାଇଁ ମଧ୍ୟ ଏତେଟା କଠୋର ନ ହେବାକୁ ଅନୁଗୋଳବାସୀ ମତବ୍ୟକ୍ତ କରିଛନ୍ତି।
ମାର୍ଚ୍ଚ ପରଠାରୁ ରାଜ୍ୟର ସବୁ ଧର୍ମାନୁଷ୍ଠାନର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। କେବଳ ଦୈନିକ ଯାହା ଠାକୁରଙ୍କ ନୀତିକାନ୍ତି ହେଉଛି। ଏହି ୮ ମାସ ମଧ୍ୟରେ କେତେ ପୂଜାପର୍ବ ଗଲାଣି। ଚଇତି ଦୁର୍ଗାଠାରୁ ଆରମ୍ଭ କରି ରଜ ସଂକ୍ରାନ୍ତି, ରଥଯାତ୍ରା, ଗଣେଶ ପୂଜା, ବିଶ୍ୱକର୍ମା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଶେଷ ହେଲାଣି। ଆଗକୁ ମା’ କାଳୀଙ୍କ ପୂଜା ସହ ଦୀପାବଳି ଆସୁଥିବାରୁ ତାହା ମଧ୍ୟ କଟକଣା ମଧ୍ୟରେ ପାଳନ ହେବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ଧର୍ମର ମାସ କାର୍ତ୍ତିକରେ ବ୍ରତଧାରୀମାନେ ଠାକୁରଙ୍କ ଦର୍ଶନ କରିପାରୁ ନାହାନ୍ତି। ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ସରକାର କହୁଛନ୍ତି। ହାଟ ବଜାରରେ ମଧ୍ୟ ଆଉ ପୂର୍ବପରି କଟକଣା ନାହିଁ। ତେଣୁ କୋଭିଡ୍‌ କଟକଣା ବହୁ କ୍ଷେତ୍ରରେ କୋହଳ କରାଯାଇଛି। କିନ୍ତୁ ଧର୍ମାନୁଷ୍ଠାନ କ୍ଷେତ୍ରରେ ସରକାର କଠୋର ଆଭିମୁଖ୍ୟ ଦେଖାଇ ଆସିଛନ୍ତି। ଏ ଦିଗରେ ରାଜ୍ୟବାସୀ ସରକାରଙ୍କୁ ସହଯୋଗ ଦେଉଛନ୍ତି। ତେଣୁ ଲୋକଙ୍କ ଭାବାବେଗକୁ ଗୁରୁତ୍ୱ ଦେଇ ସରକାର ଧର୍ମାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏହି ଦାବି ନେଇ ଅନେକ ଦିନ ହେଲା ପୂଜକମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ମନ୍ଦିର ସମ୍ମୁଖରେ ଘଣ୍ଟ ପିଟୁଛନ୍ତି। ତେଣୁ ଆଉ ଅଧିକ ବିଳମ୍ବ ନ କରି ରାଜ୍ୟ ସରକାର ପଞ୍ଚକ ପୂର୍ବରୁ ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଉନ୍ମୁକ୍ତ କଲେ ସାଧାରଣରେ ଏହାକୁ ସ୍ବାଗତ କରାଯିବ ବୋଲି ଅନୁଗୋଳର ଭକ୍ତମାନେ ପ୍ରକାଶ କରିଛନ୍ତି।

୮ ମାସ ହେଲା ଚକଡ଼ା ମାଡ଼ିନୁ
ଚୈତ୍ର ମାସରେ ଶେଷ ଥର ପାଇଁ ମନ୍ଦିର ଯାଇଥିଲୁ। ଏବେ କାର୍ତ୍ତିକ ଅଧା ହେଲାଣି। ଏହି ୮ ମାସ ମଧ୍ୟରେ ମନ୍ଦିର ଚକଡ଼ା ମାଡ଼ିନୁ। ଏହି ଧର୍ମ ମାସରେ ଦିଅଁ ଦର୍ଶନ ନ କଲେ ବ୍ରତର କିଛି ମୂଲ୍ୟ ରହିବ ନାହିଁ। ତେଣୁ ପୋଲିସ ମୁତୟନ କରି ମନ୍ଦିର ଖୋଲାଯିବାକୁ ଅନୁମତି ଦିଆଯାଉ।
-ବୀଣାପାଣି ଦେଈ, ଅନୁଗୋଳ

ପରିଚାଳନା କମିଟି ଦାୟିତ୍ୱ ନେଉ
କରୋନା ଆରମ୍ଭ ଠାରୁ ଦେବାଳୟ ବନ୍ଦ ରହିଛି। ଏବେ ସ୍ଥିତି ସୁଧୁରିଲା ଭଳି ଲାଗୁଛି। ତେଣୁ ମନ୍ଦିର ଖୋଲି କୋଭିଡ୍‌ କଟକଣା ମଧ୍ୟରେ ନୀତିକାନ୍ତି ସହ ଦର୍ଶନ କରାଯିବାର ବ୍ୟବସ୍ଥା ହେଉ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତା ନିଆଯାଉ।
-ଗୀତାଞ୍ଜଳି ପଟ୍ଟାନୟକ, ଅନୁଗୋଳ

ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ
କୋଭିଡ୍‌ କଟକଣା ମଧ୍ୟରେ ପାର୍ବଣ ଯିବାକୁ ବସିଲାଣି। ହେଲେ ଏଯାଏ ମନ୍ଦିର ଖୋଲାଯିବ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ସରକାର ନେଇପାରୁ ନାହାନ୍ତି। ହାଟ ବଜାର ସହ ମଲ୍‌ ସବୁ ଖୋଲିବାକୁ ଅନୁମତି ମିଳିଥିବା ବେଳେ ମନ୍ଦିର ପ୍ରତି ଏପରି କଠୋର ମନୋଭାବ କାହଁିକି ରଖାଯାଉଛି।
-ପ୍ରିୟବ୍ରତ ବେହେରା, ଅନୁଗୋଳ

ଭାବାବେଗ ଜଣାଇବାକୁ ସୁଯୋଗ ମିଳୁ
କେତେକ ରାଜ୍ୟରେ ମନ୍ଦିର ଖୋଲିଲାଣି। ସିନେମା ହଲ୍‌ ଓ ଜିମ୍‌କୁ ମଧ୍ୟ ଅନୁମତି ମିଳିଲାଣି। ନିର୍ବାଚନ ବେଳେ ନେତା ଓ ଲୋକଙ୍କ ଗହଳି ସମସ୍ତେ ଦେଖିସାରିଲେଣି। ତେଣୁ କେବଳ ଧର୍ମାନୁଷ୍ଠାନ ଖୋଲିଦେଲେ ଯେ ସଂକ୍ରମଣ ବଢ଼ିଯିବ ତାହା ମନେହେଉ ନାହିଁ। ତେଣୁ କଟକଣା ମଧ୍ୟରେ ଭଗବାନଙ୍କୁ ଭାବାବେଗ ଜଣାଇବାକୁ ଭକ୍ତଙ୍କୁ ସୁଯୋଗ ମିଳିବା ଦରକାର।
-ଅନାଦି ଚରଣ ପ୍ରଧାନ, ଅନୁଗୋଳ

ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି
ବର୍ତ୍ତମାନ କୋଭିଡ୍‌ କଟକଣା ବଳବତ୍ତର ରହିଛି। ମନ୍ଦିର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି। ତେଣୁ ଭକ୍ତମାନେ କଟକଣାର ଗୁରୁତ୍ୱ ବୁଝନ୍ତୁ। ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲେ ମନ୍ଦିର ଖୋଲାଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri