Posted inଜାତୀୟ

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ। ଏହା ଏକ ପ୍ରକାର ନିଷ୍ଠୁରତା। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି।

ଆଡଭୋକେଟ ମନୋଜ ବିନିୱାଲେ କହିଛନ୍ତି ଯେ ୨୦୧୬ରେ ଇନ୍ଦୋରର ବାସିନ୍ଦା ସିଦ୍ଧେଶ୍ୱର କୁମାର ଜୟପୁରର କରୀନା ସିଂଙ୍କୁ ବିବାହ କରିଥିଲେ। ଦୁହେଁ ମାଟ୍ରିମୋନିଆଲ ସାଇଟ୍‌ ଦ୍ୱାରା ଚିହ୍ନା ପରିଚୟ ହୋଇ କିଛି ଦିନ ପରେ ବିବାହ କରିଥିଲେ। ବିବାହ ପରେ ସ୍ତ୍ରୀଙ୍କ ଆଚରଣ ବଦଳି ଯାଇଛି ବୋଲି ଦର୍ଶାଇ ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବିବାହର ପ୍ରଥମ ରାତିରେ ମଧ୍ୟ ସ୍ତ୍ରୀ ତାଙ୍କୁ କହିଥିଲେ ଯେ ସେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି ଏବଂ ସେ ଏହା ଜାରି ରଖିବେ। ଏହା ପରେ ମଧ୍ୟ ସିଦ୍ଧେଶ୍ୱର ବିଚଳିତ ହୋଇ ନଥିଲେ।

ସିଦ୍ଧେଶ୍ୱର କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସ୍ତ୍ରୀ ଶୁଣିଲେ ନାହିଁ। ସେ ସ୍ବାମୀଙ୍କୁ ନ ଜଣାଇ ଘରୁ ବାହାରିଯାଉଥିଲେ। ବେଳେବେଳେ ସେ ମୋବାଇଲ ବନ୍ଦ କରିଦେଉଥିଲେ। ବାରମ୍ବାର କଲ୍‌ ସତ୍ତ୍ୱେ ମଧ୍ୟ ବେଳେବେଳେ ସେ ଫୋନ ମଧ୍ୟ ଉଠାଇ ନଥାନ୍ତି। ପରେ ସେ କହିଥିଲେ ଯେ ଭବିଷ୍ୟତରେ ସେ ନିଜ ପ୍ରେମିକ ସହିତ ରହିବେ। ଏହା ପରେ ସିଦ୍ଧେଶ୍ୱର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ସେହିଭଳି ଅନ୍ୟ ଏକ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ଏବଂ ସ୍ତ୍ରୀଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ମାନସିକ ନିଷ୍ଠୁରତାର ଏକ ରୂପ। କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀଙ୍କ ବାରମ୍ବାର ଅପମାନ ଛାଡପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ। ତଥାପି, ଆଇନ ଏହି ସତ୍ୟକୁ ଧ୍ୟାନ ଦେବା ଉଚିତ। ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରି ହାଇକୋର୍ଟ ଏଭଳି କହିଥିଲେ।

ଛାଡପତ୍ର ମାମଲାରେ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ସ୍ବାମୀ ତାଙ୍କୁ ବାରମ୍ବାର କଟାକ୍ଷ କରୁଛନ୍ତି। ସ୍ବାମୀ ତାଙ୍କର କୌଣସି ଆଶା ଆକାକ୍ଷାଂ ପୂରଣ କରନ୍ତି ନାହିଁ। ଅନ୍ୟ ମହିଳାଙ୍କ ତୁଳନାରେ ସେ ତାଙ୍କୁ ନିରାଶ କରନ୍ତି। ଏହା ଏକ ପ୍ରକାର ମାନସିକ ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି। ତେବେ, ଛାଡପତ୍ର ପାଇଁ ଏହା ପର୍ଯ୍ୟାପ୍ତ କାରଣ ନୁହେଁ ବୋଲି ଦର୍ଶାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri