Posted inଜାତୀୟ

ମଣିପୁର ପ୍ରସଙ୍ଗରେ କିଛି କହୁନାହାନ୍ତି, ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ରାଲିରେ କଂଗ୍ରେସ ଏବଂ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଉପରେ କିଛି କହୁନାହାନ୍ତି, କିନ୍ତୁ ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି। ଏପରି କରି ସେ ସଂସଦକୁ ଅପମାନିତ କରିଥିବା ଖାର୍ଗେ ଅଭିଯୋଗ କରିଛନ୍ତି।
ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ଗୃହ ଚାଲିଥିବାରୁ ଆମେ ଦାବି କରୁଛୁ ପ୍ରଧାନମନ୍ତ୍ରୀ ସେଠାକୁ ଆସି ବିବୃତ୍ତି ଦିଅନ୍ତୁ, କିନ୍ତୁ ସେ ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ଏବଂ ନିର୍ବାଚନ ବିଷୟରେ କହୁଛନ୍ତି। ସେ ସେଠାକୁ ଯାଇପାରୁଛନ୍ତି, ଅଧ ଘଣ୍ଟା ଧରି ଗୃହକୁ ଆସି ବିବୃତ୍ତି ଦେଇ ପାରିବେ ନାହିଁ କାହିଁକି? ଏହାର ଅର୍ଥ ସେମାନଙ୍କର କୌଣସି ଆଗ୍ରହ ନାହିଁ, ଗଣତନ୍ତ୍ର ଉପରେ ବିଶ୍ୱାସ ନାହିଁ। ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାଁନ୍ତି, ସେ ସଂସଦକୁ ଅପମାନ କରୁଛନ୍ତି। ଶାସକ ଦଳର ନେତାମାନେ ଗୃହରେ ହଙ୍ଗାମା ସୃଷ୍ଟି କରୁଛନ୍ତି, ମୋତେ କହିବାକୁ ଅନୁମତି ଦିଆଯାଇ ନାହିଁ।
ଏହାପୂର୍ବରୁ ରାଜସ୍ଥାନରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି ଏହାକୁ କଂଗ୍ରେସର ଏକ ନୂଆ ଚାଲ୍‌ ବୋଲି କହିଛନ୍ତି। ମୋଦି କହିଛନ୍ତି, ପୂର୍ବରୁ ଯଦି କୌଣସି କମ୍ପାନୀ ବଦନାମ ହୋଇଯାଏ, ତେବେ ସେହି କମ୍ପାନୀ ଏକ ନୂଆ ବୋର୍ଡ ସ୍ଥାପନ କରି ଲୋକଙ୍କୁ ବୋକା ବନାଇ ସେମାନଙ୍କ ବ୍ୟବସାୟ ଚଳାଉଥିଲେ। କଂଗ୍ରେସ ଏବଂ ତାଙ୍କ ସାଥୀମାନେ ସେହି କମ୍ପାନୀଗୁଡିକୁ କପି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri