କିମ୍‌ ଶୀଘ୍ର ଆଣବିକ ପରୀକ୍ଷା ଲାଗି ନୁହନ୍ତିି ପ୍ରସ୍ତୁତ: ଆମେରିକା…

ଓ୍ବାଶିଂଟନ,୨୩।୩ : ଦକ୍ଷିଣ କୋରିଆ ଏବଂ ଆମେରିକାର ସୈନ୍ୟବାହିନୀଙ୍କ ଦ୍ୱାରା କରାଯାଉଥିବା ମିଳିତ ସମରାଭ୍ୟାସ ଉପରେ ଉତ୍ତର କୋରିଆ ଦୀର୍ଘ ଦିନରୁ କ୍ରୋଧିତ ହୋଇଆସୁଛି। ଏହି ସାମରିକ ଅଭ୍ୟାସ ସମ୍ପର୍କରେ ଉତ୍ତର କୋରିଆ କହିଛି ଯେ ଉଭୟ ଦେଶ ମିଳିତ ଭାବେ ଉତ୍ତର କୋରିଆ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଆଣବିକ ପରୀକ୍ଷଣ ପାଇଁ ଉତ୍ତର କୋରିଆ ଶୀଘ୍ର ପ୍ରସ୍ତୁତ ନ ଥିବା ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସିର ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଆଣବିକ ପରୀକ୍ଷଣ ପାଇଁ ଏକଛତ୍ରବାଦୀ ଶାସକ କିମ୍‌ ଗୋଭ୍ଗ ଉନ୍‌ ପ୍ରସ୍ତୁତ ନୁହନ୍ତି।

ଆମେରିକାର ଅଧିକାରୀ କହିଛନ୍ତି ଯେ ଉତ୍ତର କୋରିଆ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଆଣବିକ ପରୀକ୍ଷଣ ଆରମ୍ଭ କରିଥିଲା। ଯାହାକୁ ନେଇ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର ଚିନ୍ତା ବଢ଼ିଯାଇଥିଲା।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଏବଂ ଅନ୍ୟ ଅଧିକାରୀମାନେ ମେ ୨୦୨୨ ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏସିଆ ଗସ୍ତ ପୂର୍ବରୁ ଏହି ସମ୍ଭାବନା ବିଷୟରେ ସୂଚନା ପ୍ରଦାନ କରିଥିଲେ।

Share