ଖୋଲୁନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରମୁଖ ମାର୍କେଟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଲଗାତର ୫ଦିନ ଧରି ବନ୍ଦ ରହିଛି। ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ଜିଦ୍‌ ଧରି ବସିଥିବାବେଳେ ବିଏମ୍‌ସି କିନ୍ତୁ ହାତ ଟେକି ଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେବା ତ ଦୂରର କଥା ଆସୋସିଏଶନ ସହିତ ଆଲୋଚନା କରୁ ନ ଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅପରପକ୍ଷେ ମାର୍କେଟ ବନ୍ଦ ଥିବାରୁ ଇତି ମଧ୍ୟରେ ବ୍ୟବସାୟୀମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଥିବା ଆସୋସିଏଶନ ପକ୍ଷରୁ କୁହାଯାଇଛି। ବିଏମ୍‌ସିକୁ ସ୍ଥାୟୀ ଦୋକାନୀମାନେ ଟିକସ ଦେବା ସହ ମାର୍କେଟର ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝୁଛନ୍ତି। ମାତ୍ର ବିଏମ୍‌ସି ସେମାନଙ୍କ ଅସୁବିଧାକୁ ବୁଝିବା ପରିବର୍ତ୍ତେ ପରୋକ୍ଷରେ ଅସ୍ଥାୟୀ ବ୍ୟବସାୟୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ତେବେ ଶୁକ୍ରବାର ଭୁବନେଶ୍ୱରର ଅନ୍ୟ ମାର୍କେଟ ଆସୋସିଏଶନର ପ୍ରମୁଖ କର୍ମକର୍ତ୍ତାମାନଙ୍କୁ ଡକାଯାଇଛି। ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆସୋସିଏଶନ ସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି। ଅପରପକ୍ଷେ ଆସୋସିଏଶନର ଏଭଳି ମନମୁଖି କାର୍ଯ୍ୟ ପାଇଁ ଉଠାଦୋକାନୀମାନେ ହଇରାଣ ହେଉଛନ୍ତି। ହାଇକୋର୍ଟଙ୍କ ଅର୍ଡର ସତ୍ତ୍ୱେ ସେମାନଙ୍କୁ ବେପାର କରିବାକୁ ଦିଆଯାଉ ନାହିଁ। ଏହା ଆଇନ ଅନୁଯାୟୀ ଅନୁଚିତ। ଅସ୍ଥାୟୀ ବ୍ୟବସାୟୀମାନେ ଶାନ୍ତି ଶୃଙ୍ଖଳାର ସହ ଅପେକ୍ଷା କରିଛନ୍ତି। ଯେବେ ଆସୋସିଏଶନ ମାକେର୍ଟ ଖୋଲିବ ସେବେ ବ୍ୟବସାୟୀମାନେ ପୁଣି ନିଜ ସ୍ଥାନରେ ବେପାର କରିବେ ବୋଲି ଉଠା ଦୋକାନୀଙ୍କ ଓକିଲ ସୁମନ୍ତ କୁମାର ସ୍ବାଇଁ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୨ଥର ମାର୍କେଟ ଆସୋସିଏଶନ ସମାନ ଦାବି ନେଇ ମାର୍କେଟ ବନ୍ଦ କରିଥିଲା। କେବେ ୨ଦିନ ତ କେବେ ୪ଦିନ ମଧ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇ ସୁଝାଇ ପୁଣି ମାର୍କେଟ ଖୋଲିବାରେ ସଫଳ ହୋଇଥିଲେ। ମାତ୍ର ବାରମ୍ବାର ଉଠାଦୋକାନୀମାନେ ମାର୍କେଟକୁ କବ୍‌ଜା କରୁଥିବାବେଳେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। ସେହିପରି ବିଏମ୍‌ସି କେବଳ ପ୍ରତିଶ୍ରୁତି ଦେଇ ଦେଖଣାହାରି ସାଜୁଛି। ତେଣୁ ଏଥର ଆସୋସିଏଶନ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆସୋସିଏଶନ ମାର୍କେଟ ଖୋଲିବ ନାହିଁ ବୋଲି କହିଛି। ଏଥିସହ ମାର୍କେଟର ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଇ ଦେଇଛି। ସବୁଠାରୁ ବଡ କଥା ହେଲା, ଆସୋସିଏଶନର ଏଭଳି କାମକୁ ବିଏମ୍‌ସି ନାପସନ୍ଦ କରିଛି। ବାରମ୍ବାର ମାର୍କେଟ ବନ୍ଦ କରିବା ଦ୍ୱାରା ଜନସାଧାରଣଙ୍କ ପାଖକୁ ଖରାପ ସନ୍ଦେଶ ଯାଉଛି। ତେଣୁ ଏଯାବତ୍‌ ଆସୋସିଏଶନକୁ ମନାଇବାକୁ ବିଏମ୍‌ସି ଆଦୌ ପ୍ରୟାସ କରିନାହିଁ। ଆସୋସିଏଶନ, ଅସ୍ଥାୟୀ ବ୍ୟବସାୟୀ ନା ବିଏମ୍‌ସି କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି। ତେବେ ଏସବୁ ଭିତରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri