ଖୋଲୁନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରମୁଖ ମାର୍କେଟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଲଗାତର ୫ଦିନ ଧରି ବନ୍ଦ ରହିଛି। ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ଜିଦ୍‌ ଧରି ବସିଥିବାବେଳେ ବିଏମ୍‌ସି କିନ୍ତୁ ହାତ ଟେକି ଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେବା ତ ଦୂରର କଥା ଆସୋସିଏଶନ ସହିତ ଆଲୋଚନା କରୁ ନ ଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅପରପକ୍ଷେ ମାର୍କେଟ ବନ୍ଦ ଥିବାରୁ ଇତି ମଧ୍ୟରେ ବ୍ୟବସାୟୀମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିଥିବା ଆସୋସିଏଶନ ପକ୍ଷରୁ କୁହାଯାଇଛି। ବିଏମ୍‌ସିକୁ ସ୍ଥାୟୀ ଦୋକାନୀମାନେ ଟିକସ ଦେବା ସହ ମାର୍କେଟର ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝୁଛନ୍ତି। ମାତ୍ର ବିଏମ୍‌ସି ସେମାନଙ୍କ ଅସୁବିଧାକୁ ବୁଝିବା ପରିବର୍ତ୍ତେ ପରୋକ୍ଷରେ ଅସ୍ଥାୟୀ ବ୍ୟବସାୟୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ତେବେ ଶୁକ୍ରବାର ଭୁବନେଶ୍ୱରର ଅନ୍ୟ ମାର୍କେଟ ଆସୋସିଏଶନର ପ୍ରମୁଖ କର୍ମକର୍ତ୍ତାମାନଙ୍କୁ ଡକାଯାଇଛି। ସେମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆସୋସିଏଶନ ସମ୍ପାଦକ ରଞ୍ଜିତ ମହାନ୍ତି କହିଛନ୍ତି। ଅପରପକ୍ଷେ ଆସୋସିଏଶନର ଏଭଳି ମନମୁଖି କାର୍ଯ୍ୟ ପାଇଁ ଉଠାଦୋକାନୀମାନେ ହଇରାଣ ହେଉଛନ୍ତି। ହାଇକୋର୍ଟଙ୍କ ଅର୍ଡର ସତ୍ତ୍ୱେ ସେମାନଙ୍କୁ ବେପାର କରିବାକୁ ଦିଆଯାଉ ନାହିଁ। ଏହା ଆଇନ ଅନୁଯାୟୀ ଅନୁଚିତ। ଅସ୍ଥାୟୀ ବ୍ୟବସାୟୀମାନେ ଶାନ୍ତି ଶୃଙ୍ଖଳାର ସହ ଅପେକ୍ଷା କରିଛନ୍ତି। ଯେବେ ଆସୋସିଏଶନ ମାକେର୍ଟ ଖୋଲିବ ସେବେ ବ୍ୟବସାୟୀମାନେ ପୁଣି ନିଜ ସ୍ଥାନରେ ବେପାର କରିବେ ବୋଲି ଉଠା ଦୋକାନୀଙ୍କ ଓକିଲ ସୁମନ୍ତ କୁମାର ସ୍ବାଇଁ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ୨ଥର ମାର୍କେଟ ଆସୋସିଏଶନ ସମାନ ଦାବି ନେଇ ମାର୍କେଟ ବନ୍ଦ କରିଥିଲା। କେବେ ୨ଦିନ ତ କେବେ ୪ଦିନ ମଧ୍ୟରେ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇ ସୁଝାଇ ପୁଣି ମାର୍କେଟ ଖୋଲିବାରେ ସଫଳ ହୋଇଥିଲେ। ମାତ୍ର ବାରମ୍ବାର ଉଠାଦୋକାନୀମାନେ ମାର୍କେଟକୁ କବ୍‌ଜା କରୁଥିବାବେଳେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛନ୍ତି। ସେହିପରି ବିଏମ୍‌ସି କେବଳ ପ୍ରତିଶ୍ରୁତି ଦେଇ ଦେଖଣାହାରି ସାଜୁଛି। ତେଣୁ ଏଥର ଆସୋସିଏଶନ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆସୋସିଏଶନ ମାର୍କେଟ ଖୋଲିବ ନାହିଁ ବୋଲି କହିଛି। ଏଥିସହ ମାର୍କେଟର ମୁଖ୍ୟ ଗେଟ୍‌ରେ ତାଲା ମଧ୍ୟ ପକାଇ ଦେଇଛି। ସବୁଠାରୁ ବଡ କଥା ହେଲା, ଆସୋସିଏଶନର ଏଭଳି କାମକୁ ବିଏମ୍‌ସି ନାପସନ୍ଦ କରିଛି। ବାରମ୍ବାର ମାର୍କେଟ ବନ୍ଦ କରିବା ଦ୍ୱାରା ଜନସାଧାରଣଙ୍କ ପାଖକୁ ଖରାପ ସନ୍ଦେଶ ଯାଉଛି। ତେଣୁ ଏଯାବତ୍‌ ଆସୋସିଏଶନକୁ ମନାଇବାକୁ ବିଏମ୍‌ସି ଆଦୌ ପ୍ରୟାସ କରିନାହିଁ। ଆସୋସିଏଶନ, ଅସ୍ଥାୟୀ ବ୍ୟବସାୟୀ ନା ବିଏମ୍‌ସି କେହି କାହା ଆଗରେ ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି। ତେବେ ଏସବୁ ଭିତରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri