Categories: ଜାତୀୟ

କେବଳ କେଜରିଓ୍ବାଲ ନୁହନ୍ତି ଦେଶର ଏହିସବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆରେଷ୍ଟ, ଜେଲ୍‌ରୁ ଚଳାଇଥିଲେ ସରକାର!

ନୂଆଦିଲ୍ଲୀ,୨୩।୩: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ ଇଡି ୬ଦିନିଆ ରିମାଣ୍ଡରେ ନେଇଛି। ତେବେ କୋର୍ଟରେ ଇଡି କେଜରିଓ୍ବାଲଙ୍କୁ ଦୁର୍ନୀତି ମାମଲାରେ ମଷ୍ଟେରମାଇଣ୍ଡ ବୋଲି କହିଛି। ଇଡି କହିଛି, ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସାମିଳ୍‌ ଥିଲେ। କେଜରିଓ୍ବାଲ ଗିରଫ ହୋଇ ଇଡି ରିମାଣ୍ଡରେ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇସ୍ତଫା ଦେଇ ନାହାନ୍ତି। ତେବେ କହିରଖୁଛୁ, ଏପରି ଘଟଣା ଭାରତ ରାଜନୀତି ଇତିହାସରେ ପ୍ରଥମ। କୌଣସି କାର୍ଯ୍ୟରତ ସିଏମଙ୍କୁ ଇଡି ଗିରଫ କରିବା ଏହା ପ୍ରତମ ଘଟଣା ଅଟେ। କେବଳ କେଜରିଓ୍ବାଲ ନୁହନ୍ତି ଆହୁରି ଅନେକ ସିଏମ ମଧ୍ୟ ଇଡି ଜାଲରେ ଶିକାର ହୋଇଛନ୍ତି।

କେଜରିଓ୍ବାଲଙ୍କ ଗିରଫ ପୂର୍ବରୁ ଝାଡଖଣ୍ଡ ସିଏମ ହିମନ୍ତ ସୋରେନ ମଧ୍ୟ ଇଡିର ଶିକାରରେ ଆସିଥିଲେ। ୨୦୨୪ ଜାନୁଆରୀ ୩୧ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା।

ଏହିକ୍ରମରେ ଚାରା ଘୋଟାଲା ମାମଲାରେ ସିବିଆଇ ଲାଲୁ ଯାଦବଙ୍କ ଉପରେ ମଧ୍ୟ ଆକ୍ସନ ନେଇଥିଲା। ସେହି ସମୟରେ ସେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପାର୍ଟି କେନ୍ଦ୍ରରେ ମଧ୍ୟ କ୍ଷମତାରେ ଥିଲା। କିନ୍ତୁ ସିବିଆଇ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଚାର୍ଜସିଟ୍‌ ଦାଖଲ ହେବା ପରେ ଲାଲୁ ଭୟରେ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ରବଡି ଦେବୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ ଗିରଫ ହୋଇଥିଲେ। ସୁବ୍ରମଣ୍ୟମ ସ୍ବାମୀ ଜୟଲଳିତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ୧୯୯୧ରୁ ୧୯୯୬ ଭିତରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇଥିଲେ। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଜୟଲଳିତା ତାଙ୍କୁ ଓ.ପନେରାସେଲଭାମଙ୍କୁ ଉତ୍ତରାଧିକାରୀ ଘୋଷିତ କରିଥିଲେ।

କର୍ନାଟକ ସିଏମ ବିଏସ ୟେଦରୁପ୍ପାଙ୍କ ଆସନରେ ମଧ୍ୟ ସଙ୍କଟର କଳା ବାଦଲ ଆସିଥିଲା। ୨୦୧୧ରେ ଲୋକାୟୁକ୍ତଙ୍କ ରିପୋର୍ଟ ବାଦ୍‌ ତାଙ୍କୁ ପଦ ଛାଡିବାକୁ ପଡିଥିଲା। ସିବିଆଇ ତାଙ୍କୁ ଗିରଫ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀରୁ ଇସ୍ତଫା ଦେଇଥିଲେ। କହିରଖୁଛୁ, ଏହିସବୁ ମୁଖ୍ୟମନ୍ତ୍ରୀ ଇସ୍ତଫା ପରେ ଗିରଫ ହୋଇଥିଲେ। କିନ୍ତୁ କେଜରିଓ୍ବାଲ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି।

 

Share