Categories: ଜାତୀୟ

ହେମନ୍ତ ସୋରେନଙ୍କ ପରେ ଇଡି ନଜରରେ ଅଛନ୍ତି ଏହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କୁ ଇଡି ଗିରଫ କରିଛି। ଟଙ୍କା ହେରଫେର ମାମଲାରେ ସୋରେନଙ୍କୁ ଗିରଫ କରାଯାଇଛି। ସେ ବିରୋଧୀ ଇଣ୍ଡିଆ ମେଣ୍ଟରର ଅନ୍ୟତମ ସହଯୋଗୀ ଥିଲେ। ତେବେ ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏକି ଇଡିର କବଜାରେ ଅଛନ୍ତି। ହେମନ୍ତ ସୋରେନଙ୍କ ବ୍ୟତୀତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ଯାହାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଅନୁସନ୍ଧାନ କରୁଛନ୍ତି। ଏଥିରୁ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି।

କେନ୍ଦ୍ରୀୟ ଏଜେନ୍ସି ଇଡି ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ତଦନ୍ତ ଚାଲିଛି। ଅନୁସନ୍ଧାନ ସମ୍ପର୍କରେ ପଚରାଉଚରା ପାଇଁ ଇଡି ତାଙ୍କୁ ଏ ପର୍ଯ୍ୟନ୍ତ ୫ଟି ସମନ ଯେଉଁଥିରେ ସେ ହାଜର ହୋଇନାହାଁନ୍ତି। ବାସ୍ତବରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଇଡି ତଦନ୍ତ କରୁଛି। ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୋଧରେ ମଧ୍ୟ ଇଡି ମନି ଲଣ୍ଡରିଂ ମାମଲାରେ ଯାଞ୍ଚ କରୁଛି।

ସିପିଏମ ନେତାଙ୍କ ବିରୋଧରେ ୧୯୯୫ରେ ହୋଇଥିବା ମାମଲାରେ ଇଡି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ଅନୁସନ୍ଧାନ ହେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗନମୋହନ ରେଡ୍ଡୀ ମଧ୍ୟ ଇଡି ସ୍କାନରରେ ଅଛନ୍ତି। ଭାରତ ସିମେଣ୍ଟର ଆର୍ଥିକ ପ୍ରସଙ୍ଗରେ ତାଙ୍କ ବିରୋଧରେ ଇଡି ତଦନ୍ତ ଚାଲିଛି।

ନିକଟରେ ତେଲଙ୍ଗାନାରେ କଂଗ୍ରେସ ପାର୍ଟି ସରକାର ଗଠନ ହୋଇଛି ଏବଂ ରେବନ୍ତ ରେଡ୍ଡୀ ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ମଧ୍ୟ ସେ ଇଡିରେ ଯାଞ୍ଚରେ ଅଛନ୍ତି। ତଅର୍ଥ ହେରଫେର ମାମଲାରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ମଧ୍ୟ ଇଡି ତଦନ୍ତ ଚାଲିଛି।

Share