କେବଳ ହିନ୍ଦୀ ନୁହେଁ

ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ ଲାଭ କରେ। ଭାରତରେ ବିଭିନ୍ନ ମାତୃଭାଷା ଓ ଉପଭାଷା ଥିବାବେଳେ କେବଳ ହିନ୍ଦୀର ପ୍ରଚାର ଓ ପ୍ରସାର ଲାଗି କେନ୍ଦ୍ରୀୟ ସ୍ତରରେ ଉଦ୍ୟମ ହେଉଥିବାରୁ ତାହା ବିରୋଧରେ ସ୍ବର ଉଠିଲାଣି। ନିକଟରେ ହିନ୍ଦୀ ଭାଷାକୁ ନେଇ ସ୍ବର ଉଠାଇଛନ୍ତି କେରଳର ସିପିଆଇ(ଏମ୍‌) ସାଂସଦ ଜନ୍‌ ବ୍ରିଟ୍ଟାସ। କେନ୍ଦ୍ର ସରକାର ଦକ୍ଷିଣ ଭାରତୀୟ ସାଂସଦମାନଙ୍କୁ ଇଂଲିଶରେ ପତ୍ର ଲେଖୁଥିବାବେଳେ ଗୃହରେ ହିନ୍ଦୀରେ ଉତ୍ତର ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବ୍ରିଟ୍ଟାସ ଆହୁରି କହିଛନ୍ତି ଯେ, ସରକାରୀ ପକ୍ଷର ଅଧିକାଂଶ ସଦସ୍ୟ ସେମାନଙ୍କ ଭାଷଣରେ ହିନ୍ଦୀ ଭାଷାକୁ ଅଧିକରୁ ଅଧିକ ବ୍ୟବହାର କରୁଥିବାରୁ ଦକ୍ଷିଣ ଭାରତୀୟ ଏବଂ ଅଣ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରୁ ଆସିଥିବା ସଦସ୍ୟମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ସଂସଦରେ ହିନ୍ଦୀକୁ ପ୍ରକୃତ ଭାଷା କରିବାକୁ ଉଦ୍ୟମ ହେଉଥିବା କହି ବ୍ରିଟ୍ଟାସ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ପାର୍ଲାମେଣ୍ଟ ନୁହେଁ, ଏହା ବାହାରେ ମଧ୍ୟ ହିନ୍ଦୀକୁ ସମସ୍ତଙ୍କ ଉପରେ ଲଦିଦେବା ପାଇଁ ସୁଚିନ୍ତିତ ଉଦ୍ୟମ କରାଯାଉଥିବା ସେ ସୂଚିତ କରିଛନ୍ତି।
ବିଭିନ୍ନ ରାଜ୍ୟର ମାତୃଭାଷା ହିନ୍ଦୀ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି। ଓଡ଼ିଶାର ଉଦାହରଣ ନେଲେ ଏହା ସ୍ପଷ୍ଟ ହେବ। ଏବେ ରାଜ୍ୟରେ ଓଡ଼ିଆ ଭଳି ଶାସ୍ତ୍ରୀୟ ଭାଷା ଓ କେତେକ ଉପଭାଷାକୁ ଅନେକାଂଶରେ ଅଣଦେଖା କରାଯାଇ ହିନ୍ଦୀକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ତର ଭାରତର ବୋଲବମ୍‌, ଧନତେରସ, ସିନ୍ଦୂର ଖେଳ ଓ ଛଟ୍‌ପୂଜା ଭଳି ପର୍ବକୁ ଓଡ଼ିଶାରେ ପ୍ରବେଶ କରାଇ ଦିଆଯାଇ ଯେଭଳି ସ୍ଥାନୀୟ ସଂସ୍କୃତିର ଗୁରୁତ୍ୱକୁ ହ୍ରାସ କରିଦିଆଯାଉଛି, ଅନୁରୂପ ଭାବେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ଦ୍ୱାରା ଶାସ୍ତ୍ରୀୟ ଭାଷା ଓଡ଼ିଆ ବହୁ ଆହ୍ବାନର ସମ୍ମୁଖୀନ ହେଲାଣି। ଏବେ ଆଞ୍ଚଳିକ ଭାଷାଗୁଡ଼ିକୁ ଅଣଦେଖା କରାଯାଇ ‘ଏକ ଦେଶ ଏକ ଭାଷା’ ଆଳରେ ଯେଉଁ ପ୍ରକାର ଉଦ୍ୟମ ହେଉଛି ତାହା ଭାରତର ଅଖଣ୍ଡତାକୁ ପ୍ରଶ୍ନରେ ପକାଇପାରେ। ମନେରଖିବା ଉଚିତ ଯେ, ଉତ୍ତର ଭାରତୀୟଙ୍କ ଦ୍ୱାରା ପ୍ରଚଳିତ ହିନ୍ଦୀଭାଷା ଦେଶର ବିଭିନ୍ନ ଆଞ୍ଚଳିକ ଭାଷା ଭଳି ଗୋଟିଏ। ତେବେ କେନ୍ଦ୍ରୀୟ ନେତାମାନେ କାହିଁକିି ହିନ୍ଦୀକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ବୁଝିବା କଷ୍ଟକର ନୁହେଁ। ସେମାନେ ଯେଉଁ ରାଜ୍ୟରୁ ଆସିଛନ୍ତି ସେଠାରେ ବ୍ୟବହାର ହେଉଥିବା ଭାଷା ଏବଂ ହିନ୍ଦୀ ମଧ୍ୟରେ ତଫାତ୍‌ ନାହିଁ; ଯାହାଫଳରେ ସେହି ସବୁ ନେତାମାନଙ୍କ ପାଇଁ ହିନ୍ଦୀରେ ଗର୍ଜିକରି ଭାଷଣ ଦେଇ ନିର୍ବାଚନ ପ୍ରଚାର କରାଇବା କାର୍ଯ୍ୟ ସହଜ ହୋଇପାରୁଛି। ମୁଷ୍ଟିମେୟ ଲୋକଙ୍କର ବ୍ୟକ୍ତିଗତ ରାଜନୈତିକ ସୁବିଧା ପାଇଁ ଦେଶର ଅନେକ ଐତିହାସିକ ଭାଷାକୁ ଧ୍ୱଂସ କରିଦେବାର କୌଣସି ଦ୍ୱିଧା ଦେଖାଯାଉ ନାହିଁ। ବାସ୍ତବରେ ଯିଏ ଭାରତପ୍ରେମୀ ହୋଇଥିବ ସେଭଳି ବ୍ୟକ୍ତି ଭାରତର କୋଣ ଅନୁକୋଣରେ ପ୍ରଚଳିତ ଭାଷା, ସଂସ୍କୃତି, ପର୍ବ ଏବଂ ଧାର୍ମିକ ରୀତିନୀତିକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବ। ଉଦାହରଣ ସ୍ବରୂପ ଓଡ଼ିଶାରେ ବ୍ୟବହୃତ ହେଉଥିବା ଉପକୂଳ ଓଡ଼ିଆ, ପଶ୍ଚିମ ଓଡ଼ିଶାର ଭିନ୍ନ ପ୍ରକାର ଓଡ଼ିଆ, କୁଇ ଏବଂ ସାନ୍ତାଳି ଭଳି ଅନେକ ପୁରାତନ ଭାଷା ରହିଛି, ଯେଉଁଗୁଡ଼ିକ ପ୍ରୋତ୍ସାହନ ବିନା କ୍ରମଶଃ ପୃଥିବୀରୁ ଲୋପ୍‌ ପାଇଯିବ। ଓଡ଼ିଆ ଲିପିକୁ ଦେଖିଲେ ଅଦ୍ୱିତୀୟତା ସ୍ପଷ୍ଟ ବାରି ହୋଇଯାଏ। ଯେହେତୁ ଓଡ଼ିଆ ଲିପି ସେଥିରୁ ଆସିନାହିଁ ସେହେତୁ ଲିପିର ମୁଣ୍ଡ ଉପରେ ଗାର ରହେନାହିଁ। ଏହିଭଳି ସୂକ୍ଷ୍ମ ଅଦୃଶ୍ୟ ସୌନ୍ଦର୍ଯ୍ୟକୁ ଖୋଦ୍‌ ଓଡ଼ିଆ ଲୋକମାନେ ସ୍ବୀକାର କରିବାକୁ ଅପ୍ରସ୍ତୁତ। ଅନ୍ୟପଟେ ଓଡ଼ିଶାର ଦକ୍ଷିଣରେ ଥିବା ତେଲୁଗୁ ଏବଂ ଉତ୍ତରରେ ଥିବା ବଙ୍ଗଳା ଭାଷାଗୁଡ଼ିକର ବିଶେଷତାକୁ ସେଠାକାର ଜନସାଧାରଣ ବଞ୍ଚେଇ ରଖିପାରିଛନ୍ତି। ପୂର୍ବରୁ କିଛି ବାହାସ୍ଫୋଟ ମାରୁଥିବା ଓଡ଼ିଆ ଦାବି କରୁଥିଲେ ଯେ ତାଙ୍କର ଉଦ୍ୟମ ଯୋଗୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇପାରିଥିଲା। ସେହି ଦାବିକୁ ଆଜିର ସରକାର ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ ପରିସ୍ଥିତିରେ ପକାଇ ଦେଇଛନ୍ତି। ପୁନର୍ବାର ରାଜନୀତିକ ଲାଭ ପାଇଁ ମରାଠୀ, ବଙ୍ଗଳା, ଆସାମୀଜ୍‌ ଭଳି ପାଞ୍ଚୋଟି ଭାଷାକୁ ଅକ୍ଟୋବର ୨୦୨୪ ପ୍ରଥମ ସପ୍ତାହରେ କ୍ଲାସିକାଲ୍‌ ମାନ୍ୟତା ଦେଇଛନ୍ତି। ସେହିସବୁ ଭାଷା ବ୍ୟବହୃତ ହେଉଥିବା ରାଜ୍ୟରେ ଏଭଳି ମାନ୍ୟତା ପାଇଁ କୌଣସି ଦାବି କିମ୍ବା ଆନ୍ଦୋଳନ ହୋଇଥିବାର କେହି ଶୁଣି ନ ଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପଛର କାରଣ ବୁଝିବା ଅତ୍ୟନ୍ତ ସହଜ। ସେହିସବୁ ରାଜ୍ୟରେ ନିର୍ବାଚନ ଫଳାଫଳକୁ ଆଖିଆଗରେ ରଖି ଭାଷା ସମ୍ପୃକ୍ତ ନିଷ୍ପତ୍ତି ନିଆଯାଉଛି। ଏଭଳି ଅଦୂରଦର୍ଶୀ ପଦକ୍ଷେପ ସେହିସବୁ ଭାଷାକୁ କେତେ ଲାଭ ଦେବ ତାହା ଏବେ ଆକଳନ କରିବା କଷ୍ଟକର। ଅନ୍ୟପଟେ ପୂର୍ବରୁ ଏହି ମାନ୍ୟତା ପାଇଥିବା ଭାଷା ଯଥା- ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ଓଡ଼ିଆ ପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ କିମ୍ବା ତାହାର ପ୍ରସାର ପ୍ରଚାର ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ଖର୍ଚ୍ଚ କରାଯାଉ ନାହିଁ। ଯାହା ଆସୁଛି ତାହା ସମୁଦ୍ରଙ୍କୁ ଶଙ୍ଖେ କୁହାଯାଇପାରେ। ଏହା କହିଲା ବେଳକୁ ତୁଳନାତ୍ମକ ଦୃଷ୍ଟିରେ ହିନ୍ଦୀ ପାଇଁ କେନ୍ଦ୍ର ବଜେଟ ଖର୍ଚ୍ଚକୁ ଦୃଷ୍ଟିରେ ରଖିବା ଦରକାର।
ଭାରତର ସୌନ୍ଦର୍ଯ୍ୟ ତା’ର ‘ବିବିଧତା ମଧ୍ୟରେ ଏକତା’ରେ ଥାଏ। କିନ୍ତୁ ଏଠାରେ ହିନ୍ଦୀ ଭାଷାକୁ ପ୍ରାଧାନ୍ୟ ଦିଆଯାଇ ଅନ୍ୟସବୁ ଭାଷା ଉପରେ କୁଠାରାଘାତ କରାଯାଉଛି, ଯାହାକି ସଂଘୀୟ ଚିନ୍ତାଧାରାର ବିରୋଧାଭାସ ବୋଲି କୁହାଯାଇପାରେ। ଯଦି ଭାରତୀୟ ସମ୍ବିଧାନକୁ ଦେଖାଯାଏ, ଏହାର ଜନ୍ମଲଗ୍ନରେ କୁହାଯାଇଥିଲା ଯେ ଦେଶରେ କୌଣସି ଗୋଟିଏ ଜାତୀୟ ଭାଷା ରହିବ ନାହିଁ। ସେଥିପାଇଁ ୧୪ଟି ସରକାରୀ ଭାଷାକୁ ମାନ୍ୟତା ଦିଆଯାଇଥିଲା, ଯାହା ଏବେ ୨୨ରେ ପହଞ୍ଚତ୍ଛି। ହିନ୍ଦୀ ଓ ଇଂଲିଶକୁ କେନ୍ଦ୍ର ସରକାର ତଥା ପ୍ରଶାସନିକ ବ୍ୟବସ୍ଥାରେ ସରକାରୀ ଭାଷାର ମାନ୍ୟତା ଦିଆଯାଇଥିଲା। ହେଲେ ସମୟ କ୍ରମେ ହିନ୍ଦୀକୁ କେବଳ ପ୍ରମୁଖ ପ୍ରଭାବୀ ଭାଷା କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା। କିନ୍ତୁ ତାହାକୁ ବିଶେଷକରି ଦକ୍ଷିଣ ଭାରତରେ ଘୋର ବିରୋଧ କରାଯିବାରୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିଷ୍ପତ୍ତି ବଦଳାଇଥିଲେ। ଏବେ ହିନ୍ଦୀ ଭାଷାକୁ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଯାଉଛି ତାହା ଜାତୀୟ ଏକତାକୁ କ୍ଷୁଣ୍ଣ କରିବା ସହିତ ଭାରତର ସୌନ୍ଦର୍ଯ୍ୟକୁ ବିକୃତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri