Posted inଗଜପତି

ଲୋକଙ୍କ ସେବାରେ ଆସୁନି ସ୍ବଚ୍ଛ ପାନୀୟ ଜଳ ଯୋଗାଣ

ନୂଆଗଡ଼,୨୦।୬: ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଏଠାରେ ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିରହିଥିବାରୁ ଲୋକଙ୍କ ସେବାରେ ଆସୁନାହିଁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା। ଏହି ସେବା ଅପହଞ୍ଚ ଇଲାକାରେ ଲୋକଙ୍କୁ ମାଗଣାରେ ସ୍ବଚ୍ଛ ଥଣ୍ଡା ପାଣି ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଲୋକଙ୍କ ସେବାରେ ଆସୁନଥିବାରୁ ଦାୟୀ କରିଛନ୍ତି ଲୋକେ। ସୂଚନା ଅନୁଯାୟୀ, ଗତ କିଛି ବର୍ଷ ପୂର୍ବେ ନୂଆଗଡ଼ ସଦରଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବ୍ଲକ କାର୍ଯ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବିଦ୍ୟାଳୟ ସମ୍ମୁଖରେ ସ୍ବଚ୍ଛ ପାନୀୟ ଜଳଯୋଗାଣ ସେବା ଜିଲା ଉନ୍ନୟନ ସଂସ୍ଥା ପକ୍ଷରୁ ଆରମ୍ଭ କରିବା ନିମନ୍ତେ ଷ୍ଟାଣ୍ଡ ପୋଷ୍ଟରେ ମେଶିନ ଲଗାଯାଇଥିଲା। ଏହି ସେବା ଆରମ୍ଭ ହେବାର କିଛି ମାସ ପରେ ଏହା ଅଚଳ ହୋଇଯାଇଥିଲା। ଅଚଳ ହେବା ଦିନରୁ ସେଗୁଡିକ ମରାମତି କରାଯାଇନାହିଁ। ତେଣୁ ଦୀର୍ଘ ବର୍ଷ ହେବ ଲୋକଙ୍କ ସେବାରେ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଗରିବ ତଥା ଆଦିବାସୀ ବହୁଳ ଗ୍ରାମବାସୀମାନେ ବିଭିନ୍ନ କାର୍ଯ୍ୟରେ ସଦର ମହକୁମାକୁ ଆସନ୍ତି। ଅର୍ଥର ଅପଚୟ ନ କରି ଗ୍ରୀଷ୍ମ ଋତୁରେ ମାଗଣାରେ ସ୍ବଚ୍ଛ ଥଣ୍ଡା ପାନୀୟ ଜଳ ପାଇଥାନ୍ତେ। ତେବେ ବର୍ତ୍ତମାନ ଏହି ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର ଯନ୍ତ୍ର ଲାଗି ଥିବାରୁ ଅଳ୍ପଦିନ ମଧ୍ୟରେ ଏହି ସେବା ଅକାମୀ ହେଇଯାଇଥିବା ନେଇ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ସେବାକୁ ପୁନର୍ବାର ମରାମତି କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରହଣ କରି ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri