ଉତ୍ତର ରଖିଲେ ଖିଲାଡ଼ି ବୟ

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଥିଏଟରକୁ ଆସୁଛି। ଏହି ଫିଲ୍ମରେ ବଲିଉଡ୍‌ର ୩ ପ୍ରମୁଖ ଚେହେରା ନଜରକୁ ଆସିବେ। ସେମାନେ ହେଲେ ଖିଲାଡ଼ି ବୟ ଅକ୍ଷୟ କୁମାର, ସିଙ୍ଘମ ଷ୍ଟାର ଅଜୟ ଦେବଗନ ଓ ରଣବୀର ସିଂ। ଫିଲ୍ମର ଜିଲିଜ ଘୋଷଣା ଦିନ ଅକ୍ଷୟ କୁମାର ଏକ ଫଟୋ ଅପଲୋଡ୍‌ କରିଥିଲେ। ଯାହାକୁ ନେଇ ଛତିଶଗଡ଼ ଆଇପିଏସ ଅଫିସର ଆର୍‌କେ ଭିଜ୍‌ ଏକ ଟୁଇଟ୍‌ କରିଛନ୍ତି।
ଅପଲୋଡ୍‌ ହୋଇଥିବା ଫଟୋରେ ରଣବୀର ତଳେ ବସିଥିବା ବେଳେ ଅକ୍ଷୟ ଓ ଅଜୟ ଛିଡ଼ା ହୋଇଥିଲେ। ଦୁଇ ଜଣ ସିନିୟର ଅଫିସର ଛିଡ଼ା ହୋଇଥିବା ବେଳେ ଜଣେ ଇନିସପେକ୍ଚର ଏମିତି ଭାବରେ ବସିବା ଠିକ୍‌ ନୁହେଁ ବୋଲି ଅଫିସର ଆର୍‌କେ ଭିଜ୍‌ କହିଛନ୍ତି। ଏଥିରୁ ଜଣାପଡ଼ିଛି ଫିଲ୍ମଟିରେ ରଣବୀର ତଳ ପଦବୀରେ ଅଛନ୍ତି। ତେବେ ପ୍ରତିଉତ୍ତରରେ ଏହା ଫିଲ୍ମର ଏକ ପ୍ରଚ୍ଛଦ ପଟ ଫଟୋ ବୋଲି ଅକ୍ଷୟ କହିଛନ୍ତି। ଫିଲ୍ମରେ ସମସ୍ତ ପ୍ରକାର ପୋଲିସ ନିୟମ ପାଳନ କରାଯାଇଛି, ଏହା କେବଳ ଅଭିନେତାଙ୍କ ପାଇଁ ସେ ଜଣାଇଛନ୍ତି।

Share