କାର୍ଯ୍ୟକାରୀ ହେଉନି, ଘୋଷଣାରେ ସୀମିତ: କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ

ଭବାନୀପାଟଣା, 4।୮(ଉତ୍ତମ କୁମାର ଦାଶ):କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୨୦୧୪ରେ କେବିକେରେ ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ (ବିଜେଡି)ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା। ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାଓ୍ବାର ଓଡ଼ିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଭବାନୀପାଟଣାରେ କୃଷି ବିଶ୍ବବିଦ୍ୟାଳୟର ସ୍ଥାପନ ପାଇଁ ଫିଜିବିଲିଟି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ରାଜ୍ୟରେ କଳାହାଣ୍ଡି ଜିଲା ଚାଉଳ, କପା ଓ ଡାଲି ଉତ୍ପାଦନକାରୀ ଜିଲା ଭାବରେ ଉଭା ହୋଇଛି। ଯାହା ଆଗାମୀ ବର୍ଷରେ ଚାହିଦାକୁ ପୂରଣ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଆବଶ୍ୟକ କରେ। ସେହିପରି ପୂର୍ବରୁ ଓଡ଼ିଶାର ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ମଧ୍ୟ କଳାହାଣ୍ଡି ଜିଲା ଭବାନୀପାଟଣା ଠାରେ ଏକ କୃଷି ବିଶ୍ବବିଦ୍ୟାଳୟ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହା ଶୀତଳଭଣ୍ଡାରରେ ପଡ଼ିରହିଥିବା ଆଲୋଚନା ହେଉଛି। ରାଜ୍ୟରେ କପା ଓ ଡାଲିଜାତୀୟ ଫସଲ ଉତ୍ପାଦନରେ କଳାହାଣ୍ଡି ପ୍ରଥମ ଓ ଧାନ ଉତ୍ପାଦନରେ ଦ୍ୱିତୀୟ। ଭାରତର ୨୫ତମ ବୃହତ୍ତମ ଚାଉଳ ଉତ୍ପାଦନକାରୀ ଜିଲା ମଧ୍ୟରେ କଳାହାଣ୍ଡି ନାମ ରହିଛି। ଏହି ଜିଲା କେବଳ ଚାଉଳ ମଧ୍ୟରେ ସୀମିତ ନୁହେଁ, କଳାହାଣ୍ଡିରେ କୃଷିଜାତ ଦ୍ରବ୍ୟ ଏହି ଅଞ୍ଚଳର ଅନ୍ୟାନ୍ୟ ଜିଲା ତୁଳନାରେ ବହୁ ବିବିଧତା ରହିଛି। ଜିଲାର କୃଷି ଅଭିବୃଦ୍ଧି ଏପର୍ଯ୍ୟନ୍ତ ପରିପୂର୍ଣ୍ଣ ହୋଇନାହିଁ। କଳାହାଣ୍ଡି ଜିଲାରେ କୃଷି ଅଭିବୃଦ୍ଧିରେ ଦେଶର ଏକ ପ୍ରମୁଖ ଜିଲା ଭାବେ ଉଭା ହେଉଥିବା ଯୋଗୁ ରାଜ୍ୟ ସରକାର ଗତ ୨୦୦୯ରେ ଭବାନୀପାଟଣାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। କେବିକେ ଓ ପଶ୍ଚିମ ଓଡ଼ିଶା ଅଞ୍ଚଳର ସମସ୍ତ ଆଞ୍ଚଳିକ ଅନୁସନ୍ଧାନ ଏବଂ ଟ୍ରାନ୍ସଫର ଅଫ ଟେକ୍ନୋଲୋଜି ସହିତ ଭବାନୀପାଟଣାରେ ସମ୍ଭାବ୍ୟ କୃଷି ବିଶ୍ୱବିଦ୍ୟାଳୟ ପାଇଁ କଳାହାଣ୍ଡି ଜିଲାପାଳ ମଧ୍ୟ ସେହି ସମୟରେ ୫୦୦ ଏକର ଜମି ଚିହ୍ନଟ କରିଥିଲେ।
ଭବାନୀପାଟଣା ସରକାରୀ କୃଷି ମହାବିଦ୍ୟାଳୟରେ ୫ଟି ବିଭାଗରେ ସ୍ନାତକୋତ୍ତର ବିଭାଗ ଖୋଲିବା ନିମନ୍ତେ ଘୋଷଣା ହୋଇଥିଲେ ମଧ୍ୟ ଏ ନେଇ ସରକାରଙ୍କ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ। ସେହିପରି ଏଗ୍ରିକଲଚର ଇଞ୍ଜିନିୟରିଂ ଓ ପଲିଟେକନିକାଲ କେନ୍ଦ୍ର ଖୋଲିବା ପାଇଁ ଓୟୁଏଟିର ଅନୁମୋଦନ ଲାଭ କରିସାରିଛି। ସେଣ୍ଟର ଅଫ ଏକ୍ସଲେନ୍ସି ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ଦେଇ ସାରିଛନ୍ତି। ଭବାନୀପାଟଣା ଆର୍‌ଆର୍‌ଟିଏସ୍‌ କେନ୍ଦ୍ରରେ ରାଜ୍ୟର ଏକମାତ୍ର ଗବେଷଣା କେନ୍ଦ୍ର ଭାବରେ ଜଡ଼ା, ସୋୟାବିନ, କପା, ଧାନ ଉପରେ ଗବେଷଣା ଚାଲିଛି। କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କଲେ କୃଷି କ୍ଷେତ୍ରରେ ଉନ୍ନତମାନର ଜ୍ଞାନକୌଶଳ ଏବଂ ଗବେଷଣା ଦକ୍ଷତାର ବିକାଶକୁ ତ୍ୱରାନ୍ବିତ କରିବ। ରାଜ୍ୟର ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା ରହିଛି। ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ଶୀଘ୍ର କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ଘୋଷଣା କରିବେ ବୋଲି ଜିଲାବାସୀ ଆଶା ବାନ୍ଧି ବସିଛନ୍ତି। କଳାହାଣ୍ଡିରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦାବି ନେଇ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri