ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣା: ସ୍ତ୍ରୀ-ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପର ସାହିର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ (୨୮)ଙ୍କୁ ଗତ ବୁଧବାର ସନ୍ଧ୍ୟାରେ ପଡୋଶୀ ଗାଁ ଆଙ୍କୁରା ଝାପା ସାହିର ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ମିଶି ମାଡ ମାରିବାରୁ ଗୁରୁବାର ସକାଳୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ନେଇ ଭକ୍ତ ବନ୍ଧୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ପାଟଣା ପୋଲିସ ସୌମ୍ୟ ରଞ୍ଜନ ପାତ୍ର (୨୦)ଓ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉଭୟ ସୌମ୍ୟ ଓ ସ୍ତ୍ରୀ ବିଜୁଳି ଗଙ୍ଗାଧରଙ୍କ ହାତଗୋଡ ବାନ୍ଧି ଅମରିବାଡ଼ି ସହ ହାତରେ ଚାପୁଡ଼ା, ବିଧା ମାରିଥିବା ଘଟଣାକୁ ପୋଲିସ ସମ୍ମୁଖରେ ସ୍ବୀକାର କରିଥିବା ଏସଏଆଇ ଲକ୍ଷ୍ମଣ ମାଝି କହିଛନ୍ତି। ପୋଲିସକୁ ସୌମ୍ୟ ଓ ବିଜୁଳି ଦେଇଥିବା ତଥ୍ୟ ଅନୁଯାୟୀ ଘଟଣାର ୧୦/୧୨ଦିନ ପୂର୍ବରୁ ବିଜୁଳି ଘରେ ଏକୁଟିଆ ଥିବା ବେଳେ ଗଙ୍ଗାଧର ଘରକୁ ଆସି ବିଜୁଳିଙ୍କୁ ପ୍ରେମ ଭିକ୍ଷା (ଯୌନ ସମ୍ପର୍କ ରଖିବା ପାଇଁ) କହିଥିଲେ। ବିଜୁଳି ଏଥିରେ ରାଜି ନ ହେବାରୁ ଗଙ୍ଗାଧର ଚାଲି ଯାଇଥିଲେ। ଗତ ବୁଧବାର ଘଙ୍ଗାଧର ଅଙ୍କୁରା ଝପା ସାହି ଛକ ଗୟାଧର ପାତ୍ରଙ୍କ ଗ୍ରୋସରୀ ଦୋକାନ ସମ୍ମୁଖରେ ବସିଥିବା ବିଜୁଳି ଦେଖିବାକୁ ପାଇଥିଲେ ଓ ୧୦ଦିନ ତଳେ ଗଙ୍ଗାଧର ତାଙ୍କୁ ଯେଭଳି ଅସଦାଚରଣ କରିଥିଲେ। ସେ ବିଷୟ ସ୍ବାମୀଙ୍କୁ କହିବା ସହ ଗଙ୍ଗାଧରକୁ ଚିହ୍ନାଇ ଦେବା ପରେ ସୌମ୍ୟ ଉତକ୍ଷୀପ୍ତ ହୋଇ ଗଙ୍ଗାଧରକୁ ଘର ଅଗଣାକୁ ଘୋଷାଡି ନେଇ ବାନ୍ଧିବା ପରେ ବିଜୁଳି ତାଙ୍କୁ ପିଟିଥିଲେ।
ଘଟଣା ଘଟିବା ପରେ ଉଭୟ ସୌମ୍ୟ ଓ ବିଜୁଳି ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର ହୋଇ ଯାଇଥିଲେ। ପୋଲିସ ତଥ୍ୟ ଅନୁଯାୟୀ. ଉଭୟ ଦମ୍ପତ୍ତି ମଧାପୂର ସ୍ଥିତ ପାଟଣା ସଂରକ୍ଷିତ ଜଙ୍ଗଲରେ ଦିନ ବେଳେ ଆତ୍ମଗୋପନ କରିଥିବାବେଳେ ରାତ୍ରିରେ ମାଧାପୁର ସ୍କୁଲରେ ଆଶ୍ରୟ ନେଉଥିଲେ। ଖବର ପାଇ ପାଟଣା ପୋଲିସ ଶନିବାର ରାତ୍ରି ଚଢାଉ କରି କାବୁ କରିବା ପରେ ଅଭିଯୁକ୍ତ ରବିବାର ପୋଲିସ ସମ୍ମୁଖରେ ଘଟିଥିବାଘଟଣା ସମ୍ପର୍କରେ ବୟାନ ରଖିଥିଲେ।
ଏନେଇ ପାଟଣା ଥାନା ରେ୧୭୫/୨୫ ରେ ଏକ ମାମଲା ରୁଜୁ ହୋଇମୁଦାଲା ତଦନ୍ତ ଙ୍କୁଭାରତୀୟ ନ୍ୟାୟ ସଂହିତା ୧୦୩(୧),୧୨୭(୨)ଓ ୩(୫) ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri