ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ

ପଟ୍ଟାମୁଣ୍ଡାଇ,୨୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗଛନ୍ତି। ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଞ୍ଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି। ସେଥିମଧ୍ୟରୁ ଏଯାବତ ୬ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡ଼ି ରହିଛି। ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷା ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମକରି ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ନେଉଥିଲେ। ଧାନ ତଳି ରୁଆ, ବୁଣା ହୋଇଥିବା ଜମିରେ ଚାଷୀ ସାର ପକାଇବାକୁ ପାଉ ନ ଥିବା ଅଭିଯୋଗ ହେଉଛି। ମାର୍କଫେଡ୍‌ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ହେଲେ ସାରର ଉତ୍କଟ ଅଭାବ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ନେତା ବିଜୟ ଦାସ  କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୩୧ ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ। ସେଥି ମଧ୍ୟରୁ ୫ଟି ସମବାୟ ସମିତି ପଟ୍ଟାମୁଣ୍ଡାଇ ମାର୍କଫେଡ୍‌ରୁ ସାର ନେଇ ଚାଷୀଙ୍କୁ ଯୋଗାଇ ଦେଇଛନ୍ତି। ଅନ୍ୟ ୧୧ ସମବାୟ ସମିତିର ସମ୍ପାଦକଙ୍କ ବେପରୁଆ ମନୋଭାବ ପାଇଁ ଚାଷ ଆରମ୍ଭରୁ ଚାଷୀ ସାର ପାଇ ପାରୁନାହାନ୍ତି। ସମବାୟ ସମିତି ଆବଶ୍ୟକ ସାର ଆବଣ୍ଟନ କରୁ ନ ଥିବାରୁ ଚାଷୀମାନଙ୍କୁ ବଜାରରୁ ଚଢ଼ା ଦରରେ ସାର କିଣିବାକୁ ପଡୁଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଖୋଲା ବଜାରରୁ ଚାଷୀ ୟୁରିଆ, ଗ୍ରୋମୋର ଓ ପଟାସ୍‌ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି ଚାଷ କାମରେ ଲଗାଉଛନ୍ତି। ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ। ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି। ଫଳରେ ଚଳିତବର୍ଷ ଖରିଫ ଫସଲ ଅମଳ ବାଧାପ୍ରାପ୍ତ ହେବ। ସମବାୟବିତ୍‌ ବନମାଳୀ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ଉଠୁନାହିଁ। ମୋଟର ଯୋଗେ କେନାଲ ପାଣିକୁ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଞ୍ଚାଇ ରଖାଯାଇଛି। ମାତ୍ର ଏହି ସମୟରେ ଚାଷ ପାଇଁ ଆବଶ୍ୟକ ହେଉଥିବା ୟୁରିଆ ସାରର ଉତ୍କଟ ଅଭାବ ଯୋଗୁ ଅଞ୍ଚଳର ଚାଷୀ ହଇରାଣ ହେଉଛନ୍ତି। ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମିତିରେ ସାର ନ ଥିବା ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି। ଅନ୍ୟପକ୍ଷେ ସମବାୟ ସମିତିକୁ ସରକାରଙ୍କ ଅନୁବନ୍ଧିତ ଇଫ୍‌କୋ ୟୁରିଆ, ଡିଏପି ଓ ପଟାସ୍‌ ଯୋଗାଇବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିକୁ ମାର୍କଫେଡ୍‌ ଇଫ୍‌କୋ, ୟୁରିଆ ବଦଳରେ ନିମ୍ନମାନର ୟୁରିଆ, ଡିଏପି ୨୦-୨୦ ଓ ନିମ୍ନମାନର ପଟାସ୍‌ ଆବଶ୍ୟକତାଠାରୁ କମ୍‌ ପରିମାଣର ଯୋଗାଉଥିବାରୁ ସେହି ସାର ଚାଷୀର କୌଣସି କାମରେ ଲାଗୁ ନାହିଁ। ଖୋଲା ବଜାରରୁ ଚାଷୀ ନାଗାର୍ଜୁନ ୟୁରିଆ, ଗ୍ରୋମୋର ୨୮-୨୮ ଓ ଏମ୍‌ଓପି ପଟାସ୍‌ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି। ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ପ୍ରତିବର୍ଷ ସରକାର ଏପରି ଭାବେ ଚାଷୀଙ୍କ ପାଇଁ ୟୁରିଆ ସହ ଅନ୍ୟ ସାର ଯୋଗାଇ ଦେଉଛନ୍ତି। ବିଶେଷକରି ସମବାୟ ସମିତିଗୁଡ଼ିକରେ ଆବଶ୍ୟକ ଅନୁଯାୟୀ, ଗୋଦାମ ଗୃହ ନ ଥିବାରୁ ଚାହିଦା ମୁତାବକ ସାର ଉଠାଉ ନ ଥିବା ଜଣାପଡିଛି। ଫଳରେ ଚାଷୀ ବାଧ୍ୟ ହୋଇ କେଜି ପ୍ରତି ପ୍ରାୟ ୧୦ରୁ ୧୫ ଟଙ୍କା ଚଢ଼ା ଦରରେ ସାର ଖୁଚୁରା ବ୍ୟବସାୟୀଙ୍କଠାରୁ କିଣୁଛନ୍ତି। ମାର୍କଫେଡ୍‌ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ ଜିଲାରେ ୧୨୧ଟି ସମବାୟ ସମିତି ମଧ୍ୟରୁ ୯୩ଟି ସମିତିକୁ ୩୧୦୦ ଟନ ସାର ଯୋଗାଇ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇର ୧୧ଟି ସମବାୟ ସମିତି ସହ ଅନ୍ୟ କେତେଗୋଟି ସମିତି ମାର୍କଫେଡ୍‌ ସହ ଯୋଗାଯୋଗ କରିନାହାନ୍ତି। ପଟ୍ଟାମୁଣ୍ଡାଇରେ ୫ଟି ସମବାୟ ସମିତି ମାର୍କଫେଡ୍‌ ଗୋଦାମରୁ ସାର ଉଠାଇଛନ୍ତି। ଅନ୍ୟ ସମବାୟ ସମିତି ଉପଯୁକ୍ତ କାଗଜପତ୍ର ସହ ପିଓସି ମେଶିନ ସହ ଯୋଗାଯୋଗ କଲେ ତାଙ୍କୁ ପର୍ଯ୍ୟାୟକ୍ରମେ ସାର ଦିଆଯିବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri