Categories: ଖେଳ

ଚୌକା କି ଛକା-ନୋ’ କି ଓ୍ବାଇଡ୍‌ ବଲ୍‌ ନୁହେଁ, ଗୋଟିଏ ବଲ୍‌ରୁ ଏମିତି ୭ ରନ୍‌ ସଂଗ୍ରହ କଲେ ବ୍ୟାଟ୍ସମ୍ୟାନ୍‌: ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ,୯।୧: କ୍ରିକେଟ ପଡ଼ିଆରେ କିଛି ନା କିଛି ରୋଚକ ଘଟଣା ଦେଖିବାକୁ ମିଳିଥାଏ। ନିକଟରେ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଏମିତି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ଗୋଟିଏ ବଲରେ ୭ ରନ ହୋଇଥିଲା କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବଲରେ କୌଣସି ଚୌକା, ଛକା କିମ୍ବା ଓ୍ବାଇଡ୍‌ କି ନୋ ବଲ ନ ଥିଲା।
ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ପ୍ରଥମ ଟେଷ୍ଟ ଜିତି ଇତିହାସ ସୃଷ୍ଟି କରିଥିବା ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ ଏକ ଟେଷ୍ଟ ସିରିଜ ଜିତିବାକୁ ଚେଷ୍ଟା କରୁଛି। ଏଥି ସହିତ, ନ୍ୟୁଜିଲାଣ୍ଡର ଆଖି ଏହି ସିରିଜ ଡ୍ର ଉପରେ ରହିଛି। କିନ୍ତୁ ଇତି ମଧ୍ୟରେ ଦ୍ୱିତୀୟ ମ୍ୟାଚରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡର ଇନିଂସ ସମୟରେ ବାଂଲାଦେଶର ଦ୍ରୁତ ବୋଲର ଇବାଦତ ହୁସେନ ଏକ ବଲ ବୋଲିଂ କରିଥିଲେ। ଏହି ବଲ୍‌ରେ ୭ ରନ ସ୍କୋର କରାଯାଇଥିଲା। ନ୍ୟୁଜିଲାଣ୍ଡର ଓପନର୍‌ ୱିଲ ୟଙ୍ଗ ହୁସେନଙ୍କ ବଲରେ ବ୍ୟାଟିଂ କରୁଥିଲେ। ଓଭରର ଶେଷ ବଲ ତା’ପରେ ୱିଲ ୟଙ୍ଗଙ୍କ ବ୍ୟାଟର କଡରେ ବାଜି ବଲ ସ୍ଲିପରେ ପହଞ୍ଚିଥିଲା। ଏହା ପରେ ଫିଲ୍ଡର ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲଟି ଥର୍ଡ ମ୍ୟାନ୍‌ ଆଡକୁ ଗଲା। ୟଙ୍ଗ ଏବଂ ଟମ ଲାଥାମ ଦୌଡି ତିନି ରନ ପୂରଣ କରି ଥିଲେ। ଫିଲ୍ଡର ବଲକୁ ଚୌକା ହେବାକୁ ଦେଇ ନ ଥିଲେ। ପରେ ଫିଲ୍ଡର ବାଉଣ୍ଡ୍ରୀ ନିକଟରୁ ଥ୍ରୋ କରିଥିଲେ।ଏହା ପରେ ବଲ ବୋଲରଙ୍କ ହାତଙ୍କ ହାତରେ ବାଜି ପୁଣି ବାଉଣ୍ଟ୍ରି ଲାଇନ୍‌କୁ ଯାଇଥିଲା। ଏଭଳି ଭାବରେ ଓଭର ଥ୍ରୋ ଜରିଆରେ ୪ ରନ, ଦୌଡିକି ୩ ରନ୍‌ ମୋଟ ୭ ରନ୍‌ ସଂଗ୍ରହ କରିଥିଲେ ବ୍ୟାଟ୍ସମ୍ୟାନ୍‌।
ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ବାଂଲାଦେଶ ଇତିହାସ ସୃଷ୍ଟି କରିଛି। ବାଇ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ୪୦ ରନ୍‌ର ଟାର୍ଗେଟ ଦେଇଥିଲା। ବାଲାଂଦେଶ ୨ ଉଇକେଟ ହରାଇ ଆରାମରେ ଏହି ଲକ୍ଷ୍ୟ ହାସଲ କରିଥିଲା।

Share