ଚଳିତ ଦଶନ୍ଧିରେ ବନ ପ୍ରକଳ୍ପରୁ ମିଳିବନି ଫାସି କାଠ

ପୁରୀ ଅଫିସ,୨୦।୬: ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଦରକାର ହେଉଛି। ଭଲ କାଠ ପାଇଁ ପାଖାପାଖି ୧୨ଶହ ଗଛ କାଟିବାକୁ ପଡ଼ୁଛି। ଏଣୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରୁ ଫାସିକାଠ ପାଇବାକୁ ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଚଳିତ ଦଶନ୍ଧିରେ ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ପ୍ରାୟତଃ ସମ୍ଭବ ନୁହେଁ ବୋଲି ରବିବାର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ଅବସରରେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି।
ଆସିଥିବା ୭ଟି ବନଖଣ୍ଡର ଅଧିକାରୀମାନେ ଶ୍ରୀନଅର ନିକଟସ୍ଥ ଅସ୍ଥାୟୀ ରଥଖଳାକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ଏ ନେଇ ମହାରଣା, ରଥ ଅମିନ, ରଥ ମେକାପମାନଙ୍କ ସହ ଆଲୋଚନା କରିଥିଲେ। ବନଖଣ୍ଡ ଅଧିକାରୀମାନେ ରଥ ନିର୍ମାଣରେ ଲାଗୁଥିବା କାଠ ସମ୍ପର୍କରେ ଅବଗତ ହୋଇଥିଲେ। ଲମ୍ବା ଓ ମୋଟା କାଠର ବ୍ୟବହାର କେଉଁ କେଉଁ ସ୍ଥାନରେ ହୁଏ ଓ କେତେ ସଂଖ୍ୟକ କାଠ ଆବଶ୍ୟକ ପଡ଼େ ସେ ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ। ପରେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରଥମେ କେବଳ ନୟାଗଡ଼ ବନଖଣ୍ଡରୁ କାଠ ଆସୁଥିଲା। ତେବେ ଉପଯୁକ୍ତ କାଠର ଅଭାବ ହେତୁ ଗତ କିଛିବର୍ଷ ହେବ ନୟାଗଡ଼, ଖୋର୍ଦ୍ଧା, ଘୁମୁସର, ପୁରୀ, ସିଟି ଡିଭିଜନ୍‌ ଭୁବନେଶ୍ୱର ଓ ବୌଦ୍ଧ ବନଖଣ୍ଡରୁ କାଠ ଚିହ୍ନଟ କରାଯାଇ ଅଣାଯାଉଛି। ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ହୋଇଛି। ବନ ପ୍ରକଳ୍ପରେ ଲାଗିଥିବା ଗଛ ୬ଫୁଟ ଗୋଲେଇ, ୪୦ ଫୁଟିଆ ଲମ୍ବା ହେବାକୁ ପ୍ରାୟ ୧୨୦ରୁ ୧୪୦ ବର୍ଷ ଦରକାର। ଗଛଗୁଡ଼ିକର ବୃଦ୍ଧି ମଧ୍ୟ ସ୍ବାଭାବିକତାଠାରୁ କମ୍‌ ହେଉଛି। ପ୍ରତିବର୍ଷ ୯ଶହ ପାଖାପାଖି ଗଛର କାଠ ଦରକାର ହେଉଛି। ଭଲ କାଠ ପାଇଁ ଏକ ହଜାରରୁ ୧୨ ଶହ ଗଛ କାଟିବାକୁ ପଡ଼ୁଛି। ଏଣୁ ଜଗନ୍ନାଥ ବନ ପ୍ରକଳ୍ପର ଫାସି କାଠ ୬୦ରୁ ୭୦ ବର୍ଷ ପରେ ମିିଳିବ। ଅନ୍ୟ କାଠ ଶହେ ବର୍ଷ ପରେ ମିଳିବ। ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ନିକଟ ଦଶନ୍ଧିରେ ସମ୍ଭବ ନୁହେଁ। ସମୟ ଥିଲା, ରଥ ନିର୍ମାଣ ପାଇଁ ଏକାକୀ ନୟାଗଡ଼ ବନଖଣ୍ଡ କାଠ ଯୋଗାଇପାରୁଥିଲା, ମାତ୍ର ଏବେ ତାହା ସମ୍ଭବପର ହେଉନାହିଁ। କୋଭିଡ୍‌ ଫଳରେ ଏହି ସ୍ଥିତି ଆହୁରି ଜଟିଳ ହେଲା। ପୂର୍ବରୁ ଗଛ ଦାନ କରୁଥିବା ଲୋକଙ୍କୁ ପୁରସ୍କୃତ କରାଯାଉଥିଲା। ତାହା ବନ୍ଦ ହେବା କାରଣରୁ ଗଛ ଦାନ ଭଳି ପ୍ରକ୍ରିୟା ବନ୍ଦ ହୋଇଗଲା। ୯୦ ପ୍ରତିଶତ ଫାସି କାଠ ଲୋକଙ୍କ ବାରିରୁ ମିଳିଯାଏ। ମାତ୍ର କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରାଥମିକତା ଦିଆଯାଉଥିବାରୁ ଲୋକଙ୍କଠାରୁ କାଠ ଅଣାଯାଇପାରିଲା ନାହିଁ। ତେଣୁ ରଥ ନିର୍ମାଣରେ କିପରି କମ୍‌ କାଠ ବ୍ୟବହାର କରାଯାଇପାରିବ ସେନେଇ ମହାରଣାମାନଙ୍କ ସହ ଆଲୋଚନା କରାଯିବ। ଧଉରା ଓ ଅସନ ଭଳି କାଠ ମହଜୁଦ୍‌ ଅଛି। ସେହିଭଳି ମାନ ପରୀକ୍ଷା ପାଇଁ ରଥ ମହାରଣାମାନଙ୍କୁ ସାଙ୍ଗରେ ନିଆଯାଇ ଚଳିତ ବର୍ଷ ରଥଯାତ୍ରା ପାଇଁ କାଠ ଅଣାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ସମୟ ପୂର୍ବରୁ କାଠ ଯୋଗାଣ କରାଯାଇଛି। ଭବିଷ୍ୟତରେ ରଥ କାଠ ଅଭାବ ସଙ୍କଟ ଦୂର ପାଇଁ ମିଳିତ ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri