ଚଳିତ ଦଶନ୍ଧିରେ ବନ ପ୍ରକଳ୍ପରୁ ମିଳିବନି ଫାସି କାଠ

ପୁରୀ ଅଫିସ,୨୦।୬: ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ ଲାଗି ପ୍ରତିବର୍ଷ ପ୍ରାୟ ୯ଶହ ଗଛର କାଠ ଦରକାର ହେଉଛି। ଭଲ କାଠ ପାଇଁ ପାଖାପାଖି ୧୨ଶହ ଗଛ କାଟିବାକୁ ପଡ଼ୁଛି। ଏଣୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରୁ ଫାସିକାଠ ପାଇବାକୁ ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଚଳିତ ଦଶନ୍ଧିରେ ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ପ୍ରାୟତଃ ସମ୍ଭବ ନୁହେଁ ବୋଲି ରବିବାର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ଅବସରରେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମନୋଜ ମହାପାତ୍ର କହିଛନ୍ତି।
ଆସିଥିବା ୭ଟି ବନଖଣ୍ଡର ଅଧିକାରୀମାନେ ଶ୍ରୀନଅର ନିକଟସ୍ଥ ଅସ୍ଥାୟୀ ରଥଖଳାକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ଏ ନେଇ ମହାରଣା, ରଥ ଅମିନ, ରଥ ମେକାପମାନଙ୍କ ସହ ଆଲୋଚନା କରିଥିଲେ। ବନଖଣ୍ଡ ଅଧିକାରୀମାନେ ରଥ ନିର୍ମାଣରେ ଲାଗୁଥିବା କାଠ ସମ୍ପର୍କରେ ଅବଗତ ହୋଇଥିଲେ। ଲମ୍ବା ଓ ମୋଟା କାଠର ବ୍ୟବହାର କେଉଁ କେଉଁ ସ୍ଥାନରେ ହୁଏ ଓ କେତେ ସଂଖ୍ୟକ କାଠ ଆବଶ୍ୟକ ପଡ଼େ ସେ ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ। ପରେ ଭୁବନେଶ୍ୱର ଆଞ୍ଚଳିକ ବନଖଣ୍ଡ ଅଧିକାରୀ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରଥମେ କେବଳ ନୟାଗଡ଼ ବନଖଣ୍ଡରୁ କାଠ ଆସୁଥିଲା। ତେବେ ଉପଯୁକ୍ତ କାଠର ଅଭାବ ହେତୁ ଗତ କିଛିବର୍ଷ ହେବ ନୟାଗଡ଼, ଖୋର୍ଦ୍ଧା, ଘୁମୁସର, ପୁରୀ, ସିଟି ଡିଭିଜନ୍‌ ଭୁବନେଶ୍ୱର ଓ ବୌଦ୍ଧ ବନଖଣ୍ଡରୁ କାଠ ଚିହ୍ନଟ କରାଯାଇ ଅଣାଯାଉଛି। ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ହୋଇଛି। ବନ ପ୍ରକଳ୍ପରେ ଲାଗିଥିବା ଗଛ ୬ଫୁଟ ଗୋଲେଇ, ୪୦ ଫୁଟିଆ ଲମ୍ବା ହେବାକୁ ପ୍ରାୟ ୧୨୦ରୁ ୧୪୦ ବର୍ଷ ଦରକାର। ଗଛଗୁଡ଼ିକର ବୃଦ୍ଧି ମଧ୍ୟ ସ୍ବାଭାବିକତାଠାରୁ କମ୍‌ ହେଉଛି। ପ୍ରତିବର୍ଷ ୯ଶହ ପାଖାପାଖି ଗଛର କାଠ ଦରକାର ହେଉଛି। ଭଲ କାଠ ପାଇଁ ଏକ ହଜାରରୁ ୧୨ ଶହ ଗଛ କାଟିବାକୁ ପଡ଼ୁଛି। ଏଣୁ ଜଗନ୍ନାଥ ବନ ପ୍ରକଳ୍ପର ଫାସି କାଠ ୬୦ରୁ ୭୦ ବର୍ଷ ପରେ ମିିଳିବ। ଅନ୍ୟ କାଠ ଶହେ ବର୍ଷ ପରେ ମିଳିବ। ବନ ପ୍ରକଳ୍ପରୁ କାଠ ଆଣି ରଥ ନିର୍ମାଣ କରିବା ନିକଟ ଦଶନ୍ଧିରେ ସମ୍ଭବ ନୁହେଁ। ସମୟ ଥିଲା, ରଥ ନିର୍ମାଣ ପାଇଁ ଏକାକୀ ନୟାଗଡ଼ ବନଖଣ୍ଡ କାଠ ଯୋଗାଇପାରୁଥିଲା, ମାତ୍ର ଏବେ ତାହା ସମ୍ଭବପର ହେଉନାହିଁ। କୋଭିଡ୍‌ ଫଳରେ ଏହି ସ୍ଥିତି ଆହୁରି ଜଟିଳ ହେଲା। ପୂର୍ବରୁ ଗଛ ଦାନ କରୁଥିବା ଲୋକଙ୍କୁ ପୁରସ୍କୃତ କରାଯାଉଥିଲା। ତାହା ବନ୍ଦ ହେବା କାରଣରୁ ଗଛ ଦାନ ଭଳି ପ୍ରକ୍ରିୟା ବନ୍ଦ ହୋଇଗଲା। ୯୦ ପ୍ରତିଶତ ଫାସି କାଠ ଲୋକଙ୍କ ବାରିରୁ ମିଳିଯାଏ। ମାତ୍ର କୋଭିଡ୍‌ ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରାଥମିକତା ଦିଆଯାଉଥିବାରୁ ଲୋକଙ୍କଠାରୁ କାଠ ଅଣାଯାଇପାରିଲା ନାହିଁ। ତେଣୁ ରଥ ନିର୍ମାଣରେ କିପରି କମ୍‌ କାଠ ବ୍ୟବହାର କରାଯାଇପାରିବ ସେନେଇ ମହାରଣାମାନଙ୍କ ସହ ଆଲୋଚନା କରାଯିବ। ଧଉରା ଓ ଅସନ ଭଳି କାଠ ମହଜୁଦ୍‌ ଅଛି। ସେହିଭଳି ମାନ ପରୀକ୍ଷା ପାଇଁ ରଥ ମହାରଣାମାନଙ୍କୁ ସାଙ୍ଗରେ ନିଆଯାଇ ଚଳିତ ବର୍ଷ ରଥଯାତ୍ରା ପାଇଁ କାଠ ଅଣାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ସମୟ ପୂର୍ବରୁ କାଠ ଯୋଗାଣ କରାଯାଇଛି। ଭବିଷ୍ୟତରେ ରଥ କାଠ ଅଭାବ ସଙ୍କଟ ଦୂର ପାଇଁ ମିଳିତ ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri