ମିଳୁନି ନିରନ୍ତର ବିଦ୍ୟୁତ୍‌ ସେବା

ରସୁଲପୁର,୩ା୬(ଡି.ଏନ.ଏ.): କୁଆଖିଆ ବିଦ୍ୟୁତ୍‌ ସେକ୍ସନ ଅଧୀନ ଉପଭୋକ୍ତାଙ୍କୁ ନିରନ୍ତର ବିଦ୍ୟୁତ୍‌ ସେବା ମିଳୁନାହିଁ। ବିଦ୍ୟୁତ୍‌ ମରାମତି ଓ ସରବରାହ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଗ୍ରାହକଙ୍କୁ ମୌଳିକ ସେବା ପ୍ରଦାନରେ ବିଫଳ ବୋଲି ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ୮ରୁ୧୦ଥର ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବାକୁ ନେଇ କମ୍ପାନୀ ବିରୋଧରେ ଜନ ଅସନ୍ତୋଷ ବଢୁଛି। ଏପରି କି ପ୍ରତି ଘଣ୍ଟାକରେ ୧୫ ମିନିଟ୍‌ ବିଦ୍ୟୁତ୍‌ କାଟ୍‌ ହେଉଛି। ଏ ଦିଗରେ ଉପଭୋକ୍ତା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ମରାମତିର ବାହାନା ନେଉଛନ୍ତି। କେତେବେଳେ ତାର ଛିଣ୍ଡିପଡ଼ୁଛି, ତ ଆଉ କେତେବେଳ ସଂଯୋଗ ସ୍ଥଳରେ କାର୍ବନ ହେଉଛି। ପୁଣି ତାର ଜଳିଯାଉଛି, ଏ.ବି ସୁଇଚ୍‌ ଖରାପ ହୋଇଛି। ଶଙ୍ଖ ଫାଟିଯାଉଛି ଭଳି ନାନା ଆଳ ଦେଖାଉଛନ୍ତି। ବେଳେବେଳେ ବିଦ୍ୟୁତ୍‌ ସରବରାହରେ ଦେଖାଯାଉଥିବା ତ୍ରୁଟିକୁ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ଠାବ କରିବାରେ ବିଫଳ ହେଉଥିବାରୁ ଉପଭୋକ୍ତା ଘଣ୍ଟାଘଣ୍ଟା ବିଜୁଳି ସେବାରୁ ବଞ୍ଚତ୍ତ ହେଉଛନ୍ତି।
ତେବେ ବିନା ଘୋଷଣାରେ ଅନବରତ ବିଜୁଳିକାଟ୍‌ ପଛରେ ବିଭାଗୀୟ ଅଭିସନ୍ଧି ରହିଛି ବୋଲି କୁହାଯାଉଛି। ବିଜୁଳି କାଟ୍‌ ଯୋଗୁ ବିଜୁଳି ସଞ୍ଚୟ ହେବା ସହ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ବିଲ୍‌ ଚାପ ବଢ଼ାଇବାର ମାନସିକତା ରହିଛି। ଏଦିଗରେ କେତେକ ଅନୁଭୂତିପ୍ରାପ୍ତ ବ୍ୟକ୍ତିଙ୍କ ମତ ନେବାରୁ ଜଣାଯାଇଛି କି ଯେକୌଣି ବିଦ୍ୟୁତ୍‌ ଯନ୍ତ୍ରାଂଶ ପରିଚାଳନା କରିବା ପାଇଁ ପ୍ରାରମ୍ଭରେ ଦେଢ଼ଗୁଣ ଅଧିକ ବିଜୁଳି ଶକ୍ତିର ଆବଶ୍ୟକତା ପଡ଼ିଥାଏ। ବାରମ୍ବାର ବିଜୁଳି ସଂଯୋଗ ଓ ବିଚ୍ଛିନ୍ନ କରାଗଲେ ବିଦ୍ୟୁତ୍‌ ମିଟରରେ ଅଧିକ ବିଲ୍‌ ଆସିବ ଅର୍ଥାତ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ଏହି ଜରିଆରେ ବିଜୁଳି ଶକ୍ତି ସଞ୍ଚୟକରି ବ୍ୟବସାୟିକ ଉଦ୍ଦେଶ୍ୟରେ ବାରମ୍ବାର ବିଜୁଳି କାଟ୍‌ ଅନ୍ୟ ଏକ କାରଣ ବୋଲି ମତ ପ୍ରକାଶ ପାଇଛି। ଟାଟା ପାୱାର ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ ବକେୟା ବିଲ୍‌ ଆଦାୟ ଆଳରେ ରେକର୍ଡ ମୁତାବକ ରାଜସ୍ବ ସଂଗ୍ରହ କରାଯାଇଛି। ହେଲେ ସେହି ଅନୁଯାୟୀ ବିଦ୍ୟୁତ୍‌ ସେବା ମିଳୁନାହିଁ। କମ୍ପାନୀ ଦାୟିତ୍ୱ ନେବାରେ ବର୍ଷାଧିକ କାଳ ବିତି ସାରିଛି। ହେଲେ ବିଦ୍ୟୁତ୍‌ ଯୋଗାଣ ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ଲୋ-ଭୋଲଟେଜ୍‌, ନିମ୍ନମାନର ତାର ଓ ଯନ୍ତ୍ରାଂଶରେ ପରିବର୍ତ୍ତନ କରାଯାଉ ନାହିଁ। ବିଦ୍ୟୁତ୍‌ ବ୍ୟବହାରର ପିକ୍‌ ଆୱାରରେ ସଂଯୋଗ ବିଚ୍ଛିନ୍ନ(ଟ୍ରିପ୍‌) ହେଉଥିବା ଆଉ ଏକ କାରଣ ବୋଲି କୁହାଯାଉଛି। ବିଦ୍ୟୁତ୍‌ ସରବରାହ ନେଇ ରହୁଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରିବାରେ ସେକ୍ସନ ଅଧୀନ କଷ୍ଟମର କେୟାର ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ ପୀତାମ୍ବର ମଲିକ କହିଛନ୍ତି, ବିଭିନ୍ନ ସମୟରେ ତାର ଜଳିଯାଉଛି, ଛିଣ୍ଡିଯାଉଛି ଓ କାର୍ବନ ହୋଇଯାଉଛି। ଯେଉଁଥିପାଇଁ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି। ଅନ୍ୟପକ୍ଷରେ ଏ ସବୁ ସମସ୍ୟା ସମାଧାନ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଉପଭୋକ୍ତାଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri